ରାଇରଙ୍ଗପୁର/ବିଶୋଇ: ଅନ୍ଧବିଶ୍ୱାସର ଏକ କରୁଣ ପରିଣତି ପୁଣି ଥରେ ଦେଖିବାକୁ ମିଳିଛି। ଡାହାଣୀ ସନ୍ଦେହରେ ମୟୂରଭଂଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ କିତାବେଡ଼ା ଗ୍ରାମର ଡୁଙ୍ଗୁରିସାହିର ଦମ୍ପତି ଦେବେନ୍ଦ୍ର ନାଏକ(୭୦) ଓ ତାଙ୍କ ସ୍ତ୍ରୀ ଚମ୍ପା ନାଏକ ଙ୍କୁ ଉକ୍ତ ଗ୍ରାମର ଯୁବକ ଅଜୟ ନାଏକ (୨୩) କୁରାଢ଼ୀରେ ଅତି ନିର୍ମମ ଭାବରେ ହତ୍ୟା କରିଛି। ଏହି ଅଭାବନୀୟ ଘଟଣାରୁ ମୃତକଙ୍କ ପୁତ୍ରବଧୂ ସୁମିତ୍ରା ନାଏକ ଓ ଅଢେ଼ଇ ବର୍ଷର ନାତୁଣୀ ମେଘନା ନାଏକ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି।
ସୂଚନା ଅନୁସାରେ ସୋମବାର ରାତି ପ୍ରାୟ ୮ଟାରେ ଦେବେନ୍ଦ୍ର ନିଜ ଘର ଅଗଣାରେ ଥିବା ବିଲାତି କ୍ଷେତରେ ପାଣି ଦେଉଥିବା ବେଳେ ଅଜୟ ଆସି କଥା ହୋଇଥିଲା। କିଛି ସମୟ ପରେ ଅଜୟ କୁରାଢ଼ୀରେ ଦେବେନ୍ଦ୍ରଙ୍କ ମୁଣ୍ଡକୁ ଆକ୍ରମଣ କରି ହତ୍ୟା କରିଥିଲା। ପରେ ଦେବେନ୍ଦ୍ରଙ୍କ ବାସଗୃହ ମଧ୍ୟରେ ପଶି ଚମ୍ପାଙ୍କ ମୁଣ୍ଡ ଉପରେ କୁରାଢ଼ୀ ଚୋଟ ମାରିଥିଲା।
ଚମ୍ପା ସହିତ ଶୋଇଥିବା ତାଙ୍କର ପୁତ୍ରବଧୂ ସୁମିତ୍ରା ନିଜ ଆଖି ଆଗରେ ଘଟଣା ଦେଖି ଭୟରେ ନିଜ ଅଢେ଼ଇ ବର୍ଷର ଶିଶୁକନ୍ୟାକୁ ଛାଡ଼ି ବାହାରକୁ ଦୌଡ଼ି ପଳେଇ ଯାଇଥିଲେ। ଘଟଣାର କିଛି ଘଣ୍ଟା ପରେ ଆସି ସୁମିତ୍ରା ନିଜ ଶିଶୁକନ୍ୟାକୁ ନେଇଯିବା ସହିତ ନିକଟସ୍ଥ ଏକ ଗ୍ରାମରେ ରାତି ତମାମ ଲୁଚି ରହିଥିଲେ।
ଆଜି ସକାଳେ ସୁମିତ୍ରା ନିଜ ଘରକୁ ଆସି ଏନେଇ ଅନ୍ୟ ଏକ ଗ୍ରାମରେ ରହୁଥିବା ନିଜର ଦିଅର ରାବେନ୍ଦ୍ର ନାଏକଙ୍କୁ ଫୋନ ଯୋଗେ ଘଟଣା ସମ୍ପର୍କରେ ଜଣାଇଥିଲେ। ଖବରପାଇ ରାବେନ୍ଦ୍ର ଘରକୁ ପହଞ୍ଚି ଏନେଇ ବିଶୋଇ ପୁଲିସ୍କୁ ଖବର ଦେଇଥିଲେ।ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦେବେନ୍ଦ୍ର ଓ ତାଙ୍କ ସ୍ତ୍ରୀ ଚମ୍ପାଙ୍କ ଗୁଣି ଗାରେଡି ବିଦ୍ୟା ପ୍ରଭାବରେ ଅଭିଯୁକ୍ତ ଅଜୟଙ୍କ ଶିଶୁପୁତ୍ର ଓ ବାପା ସୁରେନ୍ଦ୍ରଙ୍କ ବାରମ୍ବାର ଦେହ ଖରାପ ହୋଉଥିବାର ସନ୍ଦେହ କରି ଆସୁଥିଲା। ତେଣୁ ଡାହାଣୀ ସନ୍ଦେହ କରୁଥିଲା। ଉଭୟ ଦମ୍ପତିଙ୍କୁ ଅଜୟ ଏହିପରି ଉନ୍ମୁକ୍ତ କାଣ୍ଡ ଘଟାଇଛି ବୋଲି ମୃତ ଦମ୍ପତିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ରିପୋର୍ଟ ଲେଖା ହେବ ସୁଦ୍ଧା ପୁଲିସ ହତ୍ୟାରେ ବ୍ୟବହୃତ କୁରାଢ଼ୀ ଜବତ କରିଛି। ଅଜୟକୁ ଗିରଫ କରି ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/02/18/VvVqsDSvRaMLALFco1yY.jpg)