ନବରଙ୍ଗଗପୁର: ପାପଡାହାଣ୍ଡି ଥାନା ଅର୍ନ୍ତଗତ ପ୍ରଧାନୀଗୁଡା ଗାଁର ଜଗା ଗୌଡ଼ ସେହି ଗାଁର ଲକ୍ଷ୍ମଣ ଗୌଡକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ମାମଲାରେ ଜିଲ୍ଲା ଦୌରା ଜଜ୍ ସୁବ୍ରତ ମହାନ୍ତି ଅଭିଯୁକ୍ତ ନବୀନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଇ.ପି.ସି ର ଧାରା ୩୦୨ ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ୧୦,୦୦୦ ଟଙ୍କା ଜରିମାନା ଦେବାକୁ ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଆଉ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ଚୁଡ଼ନ୍ତା ରାୟ ରେ ପ୍ରକାଶ କରିଛନ୍ତି।
ମାମଲାରୁ ଜଣାଯାଏ ୨୦୨୩ମସିହା ନଭେମ୍ବର ୩୦ତାରିଖ ଦିନ ୧୨ଟା ବେଳେ ପାପଡାହାଣ୍ଡି ଥାନା ଅନ୍ତର୍ଗତ ପ୍ରଧାନୀଗୁଡ଼ାର ବାସିନ୍ଦା ଲକ୍ଷ୍ମଣ ଗୌଡ ନିଜ ବାଇକରେ ଜମିକୁ ଯାଉଥିଲେ। ବାଲିଗୁଡା ନିକଟରେ ଥିବା ପେଟ୍ରୋଲ ପମ୍ପ ପାଖରେ ଏହି ସମୟରେ ସାଇକେଲରେ ଯାଉଥିବା ଅଭିଯୁକ୍ତ ଜଗା ଗୌଡ଼ ହଠାତ ଗୋଟିଏ ଟାଙ୍ଗିଆରେ ଲକ୍ଷ୍ମଣଙ୍କ ମୁଣ୍ଡକୁ ବାରମ୍ବାର ମାରି ଘଟଣା ସ୍ଥଳରୁ ପଳାଇ ଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ଲକ୍ଷ୍ମଣ ତଳେ ପଡ଼ିଯାଇଥିଲେ।
ପେଟ୍ରୋଲ ପମ୍ପ ମାଲିକ ବୁଲୁ ନାୟକ ପ୍ରଧାନୀଗୁଡା ଗାଁକୁ ଆସି ସାନଭାଇ ତୁଳାରାମ ଗୌଡ଼ଙ୍କୁ ଜଣାଇଥିଲେ। ତା ପରେ ତାଙ୍କ ପରିବାରବର୍ଗ ଘଟଣାସ୍ଥଳକୁ ଆସି ତୁରନ୍ତ ଲକ୍ଷ୍ମଣକୁ ସଂକଟାପନ୍ନ ତଥା ରକ୍ତାକ୍ତ ଅବସ୍ଥାରେ ପାପଡାହାଣ୍ଡି ସିଏଚସିକୁ ନେଇକି ଯାଇଥିଲେ। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସାନଭାଇ ତୁଲାରାମ ଗୌଡ଼ ପାପାଡାହାଣ୍ଡି ଥାନାରେ ଏତଲା ଦେଇଥିଲେ।
ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଜଗାକୁ ଗିରଫ କରିଥିଲେ। ଅଭିଯୁକ୍ତ ଜଗାଙ୍କ ସହ ଲକ୍ଷ୍ମଣଙ୍କ ପରିବାରର ପୂର୍ବ ଶତ୍ରୁତା ଓଗଣ୍ଡଗୋଳ ରହିଥିବା ଯୋଗୁଁ ସେ ଏଭଳି କାଣ୍ଡ ଭିଆଇଥିବା ପୁଲିସ ନିକଟରେ ସ୍ବୀକାର କରିଥିଲେ। ପୁଲିସ ଜଗା ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗୁଆ ଜବତ କରିଥିଲେ। ଅଭିଯୁକ୍ତ ଜଗାକୁ କୋର୍ଟ ଚାଲାଣ କରିଥିଲେ। ୨୦ ଜଣ ସାକ୍ଷୀଙ୍କ ବୟାନ ଏବଂ ୨୫ ଟି ଦାସ୍ତାବେଜ କୁ ଆଧାର କରି ମାନ୍ୟବର ଅଦାଲତ ଏହି ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡର ପବ୍ଲିକ୍ ପ୍ରସିକ୍ୟୁଟର ମନୋଜ କୁମାର ଏକ୍କା ଏହି ମାମଲା ପରିଚାଳନା କରିଥିଲେ।