ବନ୍ଧୁଗାଁ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡି ପଞ୍ଚାୟତ ଝାରାପା ଗାଁରେ ଆଜି ଜଣେ ଲୋକଙ୍କ ମୃତ୍ୟୁ ପରେ ତାକୁ ଗୁଣି କରିଥିବା ସନ୍ଦେହରେ ଆଉ ଜଣକୁ ହତ୍ୟା କରିଥିବା ଜଣାପଡ଼ିଛି। ଗତକାଲି ସକାଳେ ଗାଁର ଜାଙ୍ଗମା ମିଣ୍ୟାକାଙ୍କ ଦେହ ଅସୁସ୍ଥ ଥିବାରୁ ହଠାତ ନିଜ ଘରେ ମୃତ୍ୟୁ ହୋଇଯାଇଥିଲା। ଗାଁରେ ହଠାତ ଜାଙ୍ଗମା ମିଣ୍ୟାକାଙ୍କ ମୃତ୍ୟୁକୁ ନେଇ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ଏହା ଗୁଣି ଯୋଗୁଁ ହୋଇଥିବା ସନ୍ଦେହ କରି ଅଧିକ ପ୍ରତିଶୋଧ ପରାୟଣ ହୋଇ ଯାଇଥିଲେ। 

Advertisment

ମୃତକଙ୍କ ସମ୍ପର୍କୀୟ ସେହି ଗାଁର ଆଉ ଜଣେ ଶିବ ମିଣ୍ୟାକାଙ୍କ ଦ୍ଵାରା ଗୁଣିଗାରେଡ଼ି କରିଥିବା ସନ୍ଦେହ କରି ସଙ୍ଗେ ସଙ୍ଗେ ପ୍ରତିଶୋଧ ନେବାକୁ ଗାଁରେ ପହଞ୍ଚି ଶିବ ମିଣ୍ୟାକାଙ୍କୁ ହତ୍ୟା କରିଥିଲେ। ପ୍ରଥମେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ ଗାଁ ଲୋକଙ୍କ ଦ୍ୱାରା ନିଜ ଗାଁ ଶ୍ମଶାନକୁ ନେଇ ଦାହ କରିବା ପରେ ପରେ ହତ୍ୟା କରିଥିବା ଶିବ ମିଣ୍ୟାକାଙ୍କୁ ସେହି ଶ୍ମଶାନରେ ହିଁ ନିଆ ଲଗାଇ ପୁଡ଼ି ଦେଇଥିଲେ।

ପ୍ରାପ୍ତ ସୁଚନା ଅନୁଯାୟୀ, ମୃତକଙ୍କ ସମ୍ପର୍କୀୟ ସେହି ଗାଁର ଆଉ ଜଣେ ଶିବ ମିଣ୍ୟାକାଙ୍କ ଦ୍ଵାରା ଗୁଣିଗାରେଡ଼ି କରିଥିବା ସନ୍ଦେହ କରି ସଙ୍ଗେ ସଙ୍ଗେ ପ୍ରତିଶୋଧ ନେବାକୁ ଗାଁରେ ପହଞ୍ଚି ଶିବ ମିଣ୍ୟାକାଙ୍କୁ ହତ୍ୟା କରିଥିଲେ। ପ୍ରଥମେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ ଗାଁ ଲୋକଙ୍କ ଦ୍ୱାରା ନିଜ ଗାଁ ଶ୍ମଶାନକୁ ନେଇ ଦାହ କରିବା ପରେ ପରେ ହତ୍ୟା କରିଥିବା ଶିବ ମିଣ୍ୟାକାଙ୍କୁ ସେହି ଶ୍ମଶାନରେ ହିଁ ନିଆ ଲଗାଇ ପୁଡ଼ି ଦେଇଥିଲେ। ଆମ ଗଣମାଧ୍ୟମଙ୍କ ପାଖରେ ଖବର ବିଶେଷ ସୁତ୍ରରୁ ହସ୍ତଗତ ହେବା ପରେ ଏହି ଘଟଣାକୁ ନେଇ ସ୍ଥାନୀୟ ବନ୍ଧୁଗାଁ ପୁଲିସ ଥାନା ଆଇଆଇସି ପ୍ରସନ୍ନ କୁମାର ମିଶ୍ରଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ହତ୍ୟା କରିଥିବା ଅଭିଯୋଗ ଥାନାରେ କିଏ ଆସିଥିଲେ କି ? ଉକ୍ତ ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା ଜାଣି ନ ଥିବା  ଥାନା ଆଇଆଇସି ଆମକୁ କହିଥିଲେ।

ଗାଁରେ ବର୍ତ୍ତମାନ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ଏହି ହତ୍ୟା କରିଥିବା ଖବର ଗାଁ ରୁ କିଏ ଯଦି କହିବ ସେମାନଙ୍କୁ ହତ୍ୟା କରାଯିବ ବୋଲି ହତ୍ୟା କରିଥିବା କସାରି ମିଣ୍ୟାକା, ରୁପା ମିଣ୍ୟାକା, ଯୋଗଲି ମିଣ୍ୟାକା, ମାନ୍ଦାରାଓ ମିଣ୍ୟାକା ଓ ନରି ମିଣ୍ୟାକା  କହି ବୁଲୁଥିବା ଶୁଣିବାକୁ ମିଳିଛି। ଗାଁରେ ବର୍ତ୍ତମାନ କାହାରିକୁ ପଚାରିଲେ ମଧ୍ୟ ଭୟଭୀତ ଅବସ୍ଥାରେ କିଏ ଗାଁ ରେ ନ ଥିବା କହି ଏଡ଼ାଇ ରହି ଯାଇଛନ୍ତି।