ସୁନ୍ଦରଗଡ଼: ହେମଗିର ଥାନା ଟାଙ୍ଗରଡିହିରେ ଗତକାଲି ରାତି ୯ଟାରେ ଘଟିଛି  ଏକ ହତ୍ୟାକାଣ୍ଡ। ନିଶାରେ ଚୁର୍ ଜଣେ ବ୍ୟକ୍ତି  ଅନ୍ଯ ଜଣଙ୍କୁ ପଥରରେ ଛେଚି ହତ୍ୟା କରିଛି। ମୃତକ ହେଲେ ଗାଁର କରନ ସିଂ। ହତ୍ୟା ଅଭିଯୁକ୍ତ ହେଲେ ସନବୋଧ ବୁଡ଼ା।

Advertisment

ଦୁହେଁ ସାଙ୍ଗ ହୋଇ  ମଦ ପିଇବା ପରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହା ପରେ ସନବୋଧ ପଥରରେ ଛେଚି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ  ସନବୋଧକୁ ଅଟକ ରଖି ପଚରାଉଚରା କରୁଛି।