ନୂଆପଡ଼ା: ଜମିବାଡ଼ି ପାଇଁ ବାପାଙ୍କ ଜୀବନ ନେଲା ପୁଅ । ଏଠି ପୁଅର ଠେଙ୍ଗା ମାଡ଼ରେ ବାପାଙ୍କ ଜୀବନ ଚାଲି ଯାଇଛି। ଏମିତି ଏକ ଅଘଟଣ ଘଟିଛି ନୂଆପଡ଼ା ଜିଲ୍ଲା ବେଳଟୁକୁରି ଥାନା କୁରୁମୁଣ୍ଡା ଗାଁରେ। ମୃତକ ପବନ ସିଂ ବରିହା(୬୦) । ପୁଲିସ ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ପୁଅ ତୁଲାରାମ ବାରିହା(୩୬)ଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି । 

Advertisment

କୁରୁମୁଣ୍ଡା ଗାଁରେ ବାପା ପବନ ଓ ପୁଅ ତୁଲାରାମଙ୍କ ମଧ୍ୟରେ ଜମିବାଡିକୁ ନେଇ ବଚସା ହୋଇଥିଲା । ଏଥିରେ ନିଶାଶକ୍ତ ପୁଅ ତୁଲାରାମ ନିଜ ବାପା ପବନଙ୍କୁ କାଠ ଫାଳିଆରେ ଆକ୍ରମଣ କରି ହତ୍ୟା କରିଥିଲା । ଚାଷଜମିରେ ବାପାଙ୍କ ମୃତଦେହକୁ ଛାଡ଼ି ଘରକୁ ଚାଲି ଆସିଥିଲା । ଆଜି ପୂର୍ବାହ୍ନରେ ବେଲଟୁକୁରି ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ମଧ୍ୟାହ୍ନରେ ନୂଆପଡ଼ା ଏସପି ଜିଆର ରାଘବେନ୍ଦ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ତେବେ ପ୍ରାଥମିକ ତଦନ୍ତରୁ ଜମିବାଡ଼ିକୁ ନେଇ ନିଜ ବାପଙ୍କୁ ପୁଅ ହତ୍ୟା କରିଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ଏନେଇ ପୁଲିସ ଅଧିକ ଛାନଭିନ୍ ଚାଲିଥିବା ପୁଲିସ ସୂଚନା ଦେଇଛି।

ଗତକାଲି ମଧ୍ୟାହ୍ନରେ କୁରୁମୁଣ୍ଡା ଗାଁରେ ବାପା ପବନ ଓ ପୁଅ ତୁଲାରାମଙ୍କ ମଧ୍ୟରେ ଜମିବାଡିକୁ ନେଇ ବଚସା ହୋଇଥିଲା । ଏଥିରେ ନିଶାଶକ୍ତ ପୁଅ ତୁଲାରାମ ନିଜ ବାପା ପବନଙ୍କୁ କାଠ ଫାଳିଆରେ ଆକ୍ରମଣ କରି ହତ୍ୟା କରିଥିଲା । ଚାଷଜମିରେ ବାପାଙ୍କ ମୃତଦେହକୁ ଛାଡ଼ି ଘରକୁ ଚାଲି ଆସିଥିଲା । ଆଜି ପୂର୍ବାହ୍ନରେ ବେଲଟୁକୁରି ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ମଧ୍ୟାହ୍ନରେ ନୂଆପଡ଼ା ଏସପି ଜିଆର ରାଘବେନ୍ଦ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ତେବେ ପ୍ରାଥମିକ ତଦନ୍ତରୁ ଜମିବାଡ଼ିକୁ ନେଇ ନିଜ ବାପଙ୍କୁ ପୁଅ ହତ୍ୟା କରିଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ଏନେଇ ପୁଲିସ ଅଧିକ ଛାନଭିନ୍ ଚାଲିଥିବା ପୁଲିସ ସୂଚନା ଦେଇଛି।