ପୁରୀ: ପୁରୀରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଥିବାର ଖବର ମିଳିଛି। ଶ୍ରୀସେତୁ ତଳେ ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ
ପଥର ଛେଚି ହତ୍ୟା କରାଯାଇଛି। ମୃତକ ପୁରୀ ସଦର ଥାନା ଅନ୍ତର୍ଗତ ଖଣ୍ଡିଆବନ୍ଧ ଗାଁର ସୁଦର୍ଶନ ସାହୁ। ତାଙ୍କ ବୟସ ୪୩ ବର୍ଷ ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ, ସୁଦର୍ଶନ ସାହୁ ପୁରୀ ଟାଉନ୍ ଥାନା ମାର୍କେଟ୍ ଛକ ନିକଟରେ ଏକ ଜଳଖିଆ ଦୋକାନ କରିଥିଲେ। ଗତକାଲି ଜରଷ ସାଙ୍ଗ ସହ ସେ ଶ୍ରୀସେତୁ ନିକଟକୁ ଯାଇଥିଲେ। ଏହାପରେ ତାଙ୍କୁ ସେଠାରେ ହତ୍ୟା କରାଯାଇଥିଲା। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ପୁରୀ ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ପୁରୀ ସଦର ଡାକ୍ତରଖାନାକୁ ପଠାଇଛି। ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ। ରିପୋର୍ଟ ପ୍ରସ୍ତୁତ ହେବା ଯାଏ ଅଭିଯୁକ୍ତ ଫେରାର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/12/01/HC70dWIAuWXyShtQklq6.jpg)