ଛତ୍ରପୁର: ମାର ନାହିଁ...ମାର ନାହିଁ। ମୋର କିଛି ଭୁଲ ନାହିଁ। ତଳେ ଯୁବକ ଜଣକ ହାତଯୋଡ଼ି ପ୍ରାର୍ଥନା କରୁଥିବା ବେଳେ ପ୍ରାୟ ୧୦ ଜଣ ଲୋକ ଠେଙ୍ଗାରେ ପିଟୁଥିଲେ ଏବଂ ଖଣ୍ଡାରେ ଚୋଟ ମାରୁଥିଲେ। ଏମିତି ଆକ୍ରମଣ କରି ଯୁବକଙ୍କୁ ହତ୍ୟା କରିଥିଲେ। ଗଂଜାମ ଜିଲ୍ଲାରେ ଆଜି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।
ଗଞ୍ଜାମଜିଲ୍ଲା ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛିl ଜିଲ୍ଲାରେ ହତ୍ୟା, ଦୁଷ୍କର୍ମ ସହିତ ଅନ୍ୟ ଅପରାଧିକ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାର ଛତ୍ରପୁର ଥାନା ଅଧିନ ଗୋବା ଗ୍ରାମରେ ମଙ୍ଗଳବାର ଆଉ ଏକ ହତ୍ୟା ଘଟଣା ଘଟିଛିl
ବହୁଦିନ ଧରି ଗ୍ରାମ କମିଟି ଗଠନ ଏବଂ ବିଭିନ୍ନ କାରଣକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଉଷ୍ମତା ଲାଗିରହିଥିଲାl ଆଜି ହଠାତ ଏହା ଉଗ୍ରରୂପ ନେଇଥିଲା। ଗୋଟିଏ ଗୋଷ୍ଠୀ ଉପରେ ଅନ୍ୟ ଗୋଷ୍ଠୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣରେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ଗୋବା ଗ୍ରାମର ତୋଫାନ ସ୍ୱାଇଁ। ଆହତମାନଙ୍କ ନାମ ସୁଧୀର ସ୍ୱାଇଁ, ନନ୍ଦ ବାରିକ ଓ ରାହୁଲ ସ୍ୱାଇଁl
ସୂଚନା ମୁତାବକ ଗୋବା ଗ୍ରାମରେ ଗ୍ରାମ୍ୟ କମିଟି ଗଠନକୁ ନେଇ ବହୁଦିନ ହେଲା ବିବାଦ ଜାରି ଥିଲା। ଆଜି ଅପରାହ୍ଣରେ ଗୋବା ଗ୍ରାମ ଛକ ନିକଟରେ ଗୋଟିଏ ଗୋଷ୍ଠୀର ଲୋକଙ୍କୁ ଅନ୍ୟ ଏକ ଗୋଷ୍ଠୀର ୧୦ ଜଣ ଲୋକ ଠେଙ୍ଗା ଓ ଖଣ୍ଡାରେ ଆକ୍ରମଣ କରିଥିଲେ l ସମସ୍ତଙ୍କୁ ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲାl ସେଠାରେ ଗୁରୁତର ଥିବା ତୋଫାନ ସ୍ୱାଇଁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲାl ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତୋଫାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଛତ୍ରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଥିବା ବେଳେ ୨ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛିl ଅନ୍ୟପକ୍ଷରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ସୂଚନା ପାଇବା ମାତ୍ରେ ଛତ୍ରପୁର ମେଡ଼ିକାଲରେ ପହଞ୍ଚି ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତିl
Crime | ganjam
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/01/1c1ade5c-eee2-466f-b191-40f7da9cdeb0-2025-07-01-18-32-04.jpg)