ଭୋଗରାଇ: ମାଣବସା ଗୁରୁବାରରେ ପାରିବାରିକ କଳହରୁ ମହିଳାଙ୍କ ଜୀବନ ଯାଇଛି। ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ହେଲେ ଭୋଗରାଇ ବ୍ଲକ ଗୁନାଇବସାଣ ପଞ୍ଚାୟତ ହରିପୁର ଗ୍ରାମର ରାମକୃଷ୍ଣ ମାହାନାଙ୍କ ସ୍ତ୍ରୀ ସସ୍ମିତା ମାହାନା। ପୋଷ୍ଟମର୍ଟମ ପାଇଁ ଭୋଗରାଇ ପୁଲିସ ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ହସ୍ପିଟାଲରେ ମହିଳାଙ୍କ ବାପ ଘର ଲୋକ ହତ୍ୟା ଅଭିଯୋଗ ଆଣି ପୁଲିସ ଗାଡ଼ି ଆଗରେ ଧାରଣା ଦେବା ସହିତ ଉତ୍ତେଜନା ପ୍ରକାଶ ପାଇଥିଲା।
ବିବାହ ସମୟରୁ ଝିଅର ସ୍ବାମୀ ଓ ଶଶୁର ଯୈାତୁକ ନିର୍ଯାତନା ଦେଇଥିବା ସସ୍ମିତାଙ୍କ ମା ସବିତା ବେହେରା ଅଭିଯୋଗ କରିଛନ୍ତି। ବାରମ୍ବାର ଗ୍ରାମରେ ବିଚାର ପରେବି ସସ୍ମିତାଙ୍କୁ ଶଶୁର ଘର ଲୋକେ ନିର୍ଯାତନା ଦେଉଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ସ୍ବାମୀ ରାମକୃଷ୍ଣ ମାହାନାଙ୍କୁ ଅଟକ ରଖି ପଚରାଉଚରା କରୁଛି ଭୋଗରାଇ ପୁଲିସ।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/12/05/HXRV3hUTz1fZbQkOlssh.jpg)