ଭୁବନେଶ୍ବର: ରାଜଧାନୀର ଡମଣାରେ ଜଣେ ହୋଟେଲ ବୟଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ମୃତକ ଜଣେ ହୋଟେଲ ବୟ ପୀତାମ୍ବର ଜେନା। ତାଙ୍କର ଘର ଗଞ୍ଜାମ ଜିଲ୍ଲା ସୋରଡ଼ାରେ ବୋଲି ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି।
/sambad/media/media_files/2024/10/30/vBedZuIBNZgE3U7w06ZB.jpeg)
ସୂଚନା ଅନୁଯାୟୀ,ଡମଣା ହାଟ ସ୍ଥିତ ମା ତାରାଦେଇ ହୋଟେଲରେ ହତ୍ୟାକାଣ୍ଡ ଘଟିଛି। ହୋଟେଲ ବୟଙ୍କୁ ହତ୍ୟା କରିଛି ସେଇ ହୋଟେଲର ମିସ୍ତ୍ରୀ । ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଡମଣା ହାଟ ଛକ ନିକଟ ମଦ ଦୋକାନ ସାଇଡ଼ରେ ରହିଛି ହୋଟେଲ ତାରାଦେଇ। ମୃତ ପୀତାମ୍ବର ଜେନା (୫୫) ଦୀର୍ଘ ବର୍ଷ ଧରି ଏହି ହୋଟେଲରେ ହୋଟେଲ ବୟ ହିସାବରେ କାମ କରୁଥିଲେ ବୋଲି ହୋଟେଲ ମାଲିକ ରବି ସାହୁ କହିଛନ୍ତି। ମଧ୍ୟ ରାତ୍ରିରେ ମାଛ ତରକାରି ଖାଇବାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଆଉ ତା ପରେ ହତ୍ୟାକାଣ୍ଡ ଘଟିଛି।
ମୃତ ପୀତାମ୍ବର ଜେନା (୫୫) ଦୀର୍ଘ ବର୍ଷ ଧରି ଏହି ହୋଟେଲରେ ହୋଟେଲ ବୟ ହିସାବରେ କାମ କରୁଥିଲେ ବୋଲି ହୋଟେଲ ମାଲିକ ରବି ସାହୁ କହିଛନ୍ତି। ମଧ୍ୟ ରାତ୍ରିରେ ମାଛ ତରକାରି ଖାଇବାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଆଉ ତା ପରେ ହତ୍ୟାକାଣ୍ଡ ଘଟିଛି।
ହତ୍ୟା ପରେ ବି ନିଶାସକ୍ତ ଅବସ୍ଥାରେ ମୃତଦେହ ପାଖରେ ବସି ରହିଥିବା ଅଭିଯୁକ୍ତକୁ ନିଜେ ହୋଟେଲ ମାଲିକ କାବୁ କରି ପୁଲିସକୁ ଜିମା ଦେଇଛନ୍ତି। ଅଭିଯୁକ୍ତକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଅଟକ ରଖି ତଦନ୍ତ ଜାରି ରଖିଛି। ସାଇଣ୍ଟିଫିକ୍ ଟିମ୍ ର ତଦନ୍ତ ପରେ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/30/5VYS9NtjZ611TA3KEMgb.jpeg)