ରାୟଗଡା: ରାୟଗଡା ଜିଲ୍ଲା ଆମ୍ବଦଳI ଥାନା ସରଧାପୁର ପଂଚାୟତ ଶୁଣ୍ଢୀପଦର ଗ୍ରାମର ଜଣେ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛିI ବୃଦ୍ଧଙ୍କ ମୁଣ୍ଡକୁ ଛେଚି ଦେଇ ହତ୍ୟା କରାଯାଇଥିବା ଜଣାପଡ଼ିଛିI ମୃତକ ହେଲେ ଚିଚି ରାମ ବାଗ(୮୧) I
ଆମ୍ବଦଳା ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଭଳି ଘଟଣା ବୃଦ୍ଧି
ରାତିରେ ଏହି ଘଟଣା ହୋଇଥିବାବେଳେ ପରିବାର ବର୍ଗ ଆମ୍ବଦଳା ଥାନାକୁ ଅଭିଯୋଗ କରିବାପାଇଁ ଯାଇଥିବା ଜଣାପଡିଛି I ପୁଲିସ ଘଟଣାସ୍ଥଳକୁ ଯାଇନଥିବାବେଳେ କେଉଁ କାରଣରୁ ହତ୍ୟା ହୋଇଛି ସୂଚନା ମିଳିପାରିନାହିଁ I ଏନେଇ ଗାଁ ଲୋକ ମୁହଁ ଖୋଲୁନଥିବା ବେଳେ ଗୁଣି ଗାରେଡ଼ିକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଇଛି I ପୂର୍ବରୁ ଗୁଣି ଗାରେଡ଼ି ପାଇଁ ଗ୍ରାମରେ ବିବାଦ ହୋଇଥିବା ସୂଚନାରୁ ଜଣାପଡ଼ିଛ I କିଛି ମାସ ହେଲା ମୁନିଗୁଡା ବ୍ଲକ ଆମ୍ବଦଳା ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଭଳି ଘଟଣା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି I
President Draupadi Murmu Jajpur ନାଭିଗୟାରେ ପିଣ୍ଡଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/12/03/OJiPiTVXJC6BVrqw4c71.jpg)