ରାଉରକେଲା: ଝାରସୁଗୁଡ଼ାର ଜଣେ ମହିଳାଙ୍କୁ ହତ୍ୟା କରି ପାନପୋଷ ବ୍ରାହ୍ମଣୀ ନଦୀରେ ଫିଙ୍ଗି ଦିଆଯାଇଛିl ଘଟଣାରେ ପୁଲିସ  ଗିରଫ ଅଭିଯୁକ୍ତକୁ ଗିରଫ କରିଛି। ଏହାପରେ ଗିରଫ ଅଭିଯୁକ୍ତର ସୂଚନା ଆଧାରରେ ରାଉରକେଲା ଓ ଝାରସୁଗୁଡ଼ା ପୁଲିସ ଅଗ୍ନିଶମ, ଓଡ୍ରାଫ୍ଟ ଟିମ ସହାୟତାରେ ମୃତ ମହିଳାଙ୍କ ଶବ ଖୋଜୁଛନ୍ତି।

Advertisment

ଗତ ୭ ତାରିଖରେ ଝାରସୁଗୁଡ଼ାରେ ଜଣେ ମହିଳା ନିଖୋଜ ଥିଲେl ପରିବାରଲୋକ ଝାରସୁଗୁଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେl ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ରାଉରକେଲା ପାନପୋଷ ନିକଟ ବ୍ରାହ୍ମଣୀ ନଦୀରେ ଫିଙ୍ଗି ଦିଆଯାଇଛି ବୋଲି ଅନୁମାନ କରାଯାଉଛିl

ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି l ତେବେ  ହତ୍ୟାକାଣ୍ଡର କାରଣ ନେଇ ପୁଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ଝାରସୁଗୁଡ଼ାରେ ଜଣେ ମହିଳା ନିଖୋଜ ଥିଲେl ପରିବାରଲୋକ ଝାରସୁଗୁଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେl ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ରାଉରକେଲା ପାନପୋଷ ନିକଟ ବ୍ରାହ୍ମଣୀ ନଦୀରେ ଫିଙ୍ଗି ଦିଆଯାଇଛି ବୋଲି ଅନୁମାନ କରାଯାଉଛିl