ଭୁବନେଶ୍ବର: ଓଡ଼ିଆ ସିନେଜଗତର ଜଣାଶୁଣା ସଙ୍ଗୀତକାର ତଥା କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ବି ଗୁରୁତର ରହିଛି। ସେ ଏବେ ବି କୋମାରେ ଅଛନ୍ତି। ଏନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସେ ବହୁବିଧ ରୋଗରେ ପୀଡ଼ିତ ହୋଇଛନ୍ତି।
ସୂଚନାଯୋଗ୍ୟ, ଗତକାଲି କଟକର ଏକ ଘରୋଇ ଡାକ୍ତରଖାନାରୁ ଏମ୍ସକୁ ସ୍ଥାନାନ୍ତରିତ ହୋଇଥିଲେ ଅଭିଜିତ୍। ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଲିଭର ଜନିତ ରୋଗ ସଂକ୍ରମଣରେ ପୀଡ଼ିତ ହୋଇ ଗତ ରବିବାରରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଭିଜିତ। ମାତ୍ର ସ୍ବାସ୍ଥ୍ୟରେ ଉନ୍ନତି ନହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ସ୍ଥାନାନ୍ତର କରି ଭର୍ତ୍ତି କରାଯାଇଥିଲା।
ତେବେ ଏମ୍ସରେ ଭର୍ତ୍ତି ହେବା ପରେ ଅଭିଜିତଙ୍କ ବ୍ରେନରେ ସୋଡିୟମ କମିଥିବା ଏବଂ ନିଶ୍ବାସ ନେବାରେ ସମସ୍ୟା ହେଉଥିବା କୁହାଯାଉଥିଲା । ଟ୍ରମା ସେଣ୍ଟରରେ ପ୍ରାଥମିକ ଚିକିତ୍ସା ପରେ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଥିଲା । ତେବେ ଉଲ୍ଲେଖନୀୟ କଥା ହେଲା ଯେ ଅଭିଜିତଙ୍କୁ ଏମ୍ସ ସ୍ଥାନାନ୍ତର କରିବା ପଛରେ ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍ଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ।
୨୦୧୨ରେ ମୁକ୍ତିପ୍ରାପ୍ତ ‘ଲଭ୍ମାଷ୍ଟର୍’ରୁ ଆରମ୍ଭ ହୋଇଥିଲା ଏହି ଯୋଡ଼ିଙ୍କ ଯାତ୍ରା। ଏହାପରେ ବାବୁସାନ୍ଙ୍କ ଅଭିନୀତ ‘ଡାହାବାଳୁଙ୍ଗା’, ‘ଯିଏ ଯାହା କହୁ ମୋର ଢୋ’, ‘ଜବରଦସ୍ତ ପ୍ରେମିକ’, ‘ଲଭ୍ ଷ୍ଟେସନ୍’, ‘ଲଭ୍ ପାଇଁ କୁଛ ବି କରେଗା’, ସିଷ୍ଟର ଶ୍ରୀଦେବୀ, ସୁନାପିଲା ଟିକେ ସ୍କ୍ରୁ ଢିଲା’, ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’, ‘ହିରୋ ନମ୍ବର ୱାନ୍’, ‘ଶ୍ରୀମାନ୍ ସୁରଦାସ’, ‘ଗୋଲମାଲ୍ ଲଭ୍’ ଓ ‘ମିଷ୍ଟର ମଜ୍ନୁ’ ଆଦି ଓଡ଼ିଆ ସିନେମାରେ ସଙ୍ଗୀତ ଦେଇଥିଲେ ଅଭିଜିତ ମଜୁମଦାର। ଆଉ ଏସବୁ ସିନେମାରେ ଅଧିକାଂଶ ଗୀତ ବି ବେଶ୍ ଜନପ୍ରିୟ ହୋଇଥିଲା। କହିବାବାହୁଲ୍ୟ ଯେ ଏସବୁ ସିନେମାର ସଫଳତା ପଛରେ ସଙ୍ଗୀତର ଅବଦାନ କିଛି କମ୍ ନଥିଲା। ୨୦୧୯ରେ ମୁକ୍ତିଲାଭ କରିଥିବା ତରଙ୍ଗ ସିନେ ପ୍ରଡକସନ୍ର ‘ମିଷ୍ଟର ମଜ୍ନୁ’ ପରେ ଆଉ ଅଭିଜିତ୍ଙ୍କୁ ବାବୁସାନ୍ଙ୍କ ଅଭିନୀତ ଅନ୍ୟ କୌଣସି ଛବିରେ ସଙ୍ଗୀତ ନିର୍ଦ୍ଦେଶନା ଦେବାର ସୁଯୋଗ ମିଳିନାହିଁ। ଅର୍ଥାତ୍ ପ୍ରାୟ ୬ ବର୍ଷ ହେବ ଏହି ଦୁହେଁ ଏକାଠି କାମ କରିନାହାନ୍ତି।
ହେଲେ ଆପଣ କ’ଣ ଜାଣନ୍ତି ଯେ, ବାବୁସାନ୍ଙ୍କ ଅଭିନୀତ ତେରଟି ଓଡ଼ିଆ ଛବିରେ ଅଭିଜିତ୍ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଅନ୍ୟ କୌଣସି ସଙ୍ଗୀତକାରଙ୍କୁ ଏଯାଏ ବାବୁସାନ୍ଙ୍କ ଅଭିନୀତ ଏତେସଂଖ୍ୟକ ସିନେମାରେ ସ୍ବର ସଂଯୋଜନା କରିବାର ସୁଯୋଗ ମିଳିନାହିଁ। ୨୦୧୨ରେ ମୁକ୍ତିପ୍ରାପ୍ତ ‘ଲଭ୍ମାଷ୍ଟର୍’ରୁ ଆରମ୍ଭ ହୋଇଥିଲା ଏହି ଯୋଡ଼ିଙ୍କ ଯାତ୍ରା। ଏହାପରେ ବାବୁସାନ୍ଙ୍କ ଅଭିନୀତ ‘ଡାହାବାଳୁଙ୍ଗା’, ‘ଯିଏ ଯାହା କହୁ ମୋର ଢୋ’, ‘ଜବରଦସ୍ତ ପ୍ରେମିକ’, ‘ଲଭ୍ ଷ୍ଟେସନ୍’, ‘ଲଭ୍ ପାଇଁ କୁଛ ବି କରେଗା’, ସିଷ୍ଟର ଶ୍ରୀଦେବୀ, ସୁନାପିଲା ଟିକେ ସ୍କ୍ରୁ ଢିଲା’, ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’, ‘ହିରୋ ନମ୍ବର ୱାନ୍’, ‘ଶ୍ରୀମାନ୍ ସୁରଦାସ’, ‘ଗୋଲମାଲ୍ ଲଭ୍’ ଓ ‘ମିଷ୍ଟର ମଜ୍ନୁ’ ଆଦି ଓଡ଼ିଆ ସିନେମାରେ ସଙ୍ଗୀତ ଦେଇଥିଲେ ଅଭିଜିତ ମଜୁମଦାର। ଆଉ ଏସବୁ ସିନେମାରେ ଅଧିକାଂଶ ଗୀତ ବି ବେଶ୍ ଜନପ୍ରିୟ ହୋଇଥିଲା। କହିବାବାହୁଲ୍ୟ ଯେ ଏସବୁ ସିନେମାର ସଫଳତା ପଛରେ ସଙ୍ଗୀତର ଅବଦାନ କିଛି କମ୍ ନଥିଲା। ୨୦୧୯ରେ ମୁକ୍ତିଲାଭ କରିଥିବା ତରଙ୍ଗ ସିନେ ପ୍ରଡକସନ୍ର ‘ମିଷ୍ଟର ମଜ୍ନୁ’ ପରେ ଆଉ ଅଭିଜିତ୍ଙ୍କୁ ବାବୁସାନ୍ଙ୍କ ଅଭିନୀତ ଅନ୍ୟ କୌଣସି ଛବିରେ ସଙ୍ଗୀତ ନିର୍ଦ୍ଦେଶନା ଦେବାର ସୁଯୋଗ ମିଳିନାହିଁ। ଅର୍ଥାତ୍ ପ୍ରାୟ ୬ ବର୍ଷ ହେବ ଏହି ଦୁହେଁ ଏକାଠି କାମ କରିନାହାନ୍ତି।