ରାୟଗଡ଼ା: ଦକ୍ଷିଣ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ଏନ୍ ଭାସ୍କାର ରାଓ କହିଛନ୍ତି, ୧୯୭୪ ମସିହା ଠାରୁ ମୁଁ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଣ କଂଗ୍ରେସ ରାଜନିତୀରେ ରାଜନୈତିକ ଜୀବନ ଆରମ୍ଭ କରିଥିଲି। ଜନତା ଦଳ ଓ ବିଜୁ ଜନତା ଦଳରେ ବିଭିନ୍ନ ପଦପଦବିରେ ରହି ଅବିଭକ୍ତ କୋରାପୁଟ ଜିଲ୍ଲାର ଜନସାଧାରଣଙ୍କ ସେବା କରିଛି। ଦଳ ଆମକୁ କିଛି ପଦବି ଦେଇଥବା ବେଳେ ଦଳକୁ ମଧ୍ୟ ଆମେ ଲୋକଙ୍କ ସମର୍ଥନରେ ଲୋକଙ୍କ ବଳ ଦଳକୁ ଦେଇଛୁ। ବର୍ତ୍ତମାନ ଲୋକଙ୍କ ନିଷ୍ପତ୍ତିକ୍ରମେ ଆମେ କୌଣସି ଦଳକୁ ଯିବାର ନାହିଁ। କିଛି ବର୍ଷ ହେଲା ରାଜ୍ୟ ସଂଗଠନର ନିଷ୍ପତ୍ତି ରାୟଗଡ଼ା କର୍ମୀ ଏବଂ ନେତାଙ୍କ ସ୍ୱାଭିମାନରେ ଆଞ୍ଚ ଆସିଥିଲା।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଓ କହିଛନ୍ତି, ୨୦୨୪ ନିର୍ବାଚନ ବେଳକୁ ପାର୍ଥିତ୍ୱକୁ ନେଇ କର୍ମୀ ମହଲରେ ଭୀଷଣ ଅସନ୍ତୋଷ ଦେଖା ଯାଇଥିଲା। ନିର୍ବାଚନରେ ବିଜେଡି ସମ୍ପୂର୍ଣ ପରାଜୟ ବରଣ କରିଥିଲା। ଜିଲ୍ଲା ବିଜେଡିର ସ୍ୱାଭିମାନକୁ ଅଣଦେଖା କରି ରାଜ୍ୟ ସଂଗଠନ ଯେଉଁ ନିଷ୍ପତ୍ତି ନେଉଥିଲା ଜିଲ୍ଲାରେ ବିଜେଡିକୁ କ୍ଷତି କରିବା ସହ କର୍ମୀ ଓ ନେତାଙ୍କୁ ଘୋର ଆଘାତ ଦେଇଥିଲା। ବାରମ୍ବାର ଏଭଳି ହେଉଥିବାରୁ ସେ ତୃଣମୂଳ ସ୍ତରରେ ଆଲୋଚନା କରି ଏହି କୋଠର ନିଷ୍ପତ୍ତି ନେଇଛନ୍ତି।
ସ୍ବର୍ଗତ ବିଜୁ ବାବୁଙ୍କ ଠାରୁ ପାଇଥିବା ସ୍ୱାଭିମାନ ବାରମ୍ବାର କ୍ଷୁର୍ଣ୍ଣ ହୋଇଥିଲା। କୌଣସି ଦଳକୁ ଯିବାର ପ୍ରଶ୍ନ ଉଠୁନାହିଁ। ବିଜୁ ସ୍ୱାଭିମାନ ମଞ୍ଚ ସହାୟତାରେ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସହ ଯୋଡ଼ି ହୋଇ ରହିବି। କାହାକୁ ନିଜ ପାଖରେ ରଖିବା ପାଇଁ ବାଧ୍ୟ କରିବିନି ଏବଂ ଯେଉଁମାନେ ମୋ ସହ ରହିବେ ସେମାନଙ୍କୁ ଧରି ମୁଁ ଲୋକଙ୍କ ପାଇଁ କାର୍ଯ୍ୟ କରିବି।
-ଏନ୍ ଭାସ୍କର ରାଓ, ପୂର୍ବତନ ରାଜ୍ୟସଭା ସାଂସଦ
ସୂଚନାଯୋଗ୍ୟ, ଦକ୍ଷିଣ ଓଡ଼ିଶାର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ ବିଜେଡିରୁ ଇସ୍ତଫା ଦେଇଛନ୍ତିI ସେ ବିଜେଡିରୁ ଇସ୍ତଫା ଦେଲା ପରେ ଫଳରେ ରାୟଗଡ଼ାରେ ବିସ୍ଫୋରଣ ସୃଷ୍ଟି ହୋଇଛି। ରାଜ୍ୟ ବିଜେଡିର ପୂର୍ବତନ ଉପସଭାପତି ଶ୍ରୀ ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ଗତ ଗୁରବାର ଦିନ ନିଯୁକ୍ତି ପାଇଥିବା ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଗଙ୍ଗାଧର ପୁଆଲା ବିଜୁ ଜନତା ଦଳରୁ ଆଜି ଇସ୍ତଫା ପ୍ରଦାନ କରିଛନ୍ତି। ଦୀର୍ଘଦିନ ଧରି ରାୟଗଡା ଜିଲ୍ଲା ବିଜେଡି ସଭାପତି ପଦବିକୁ ନେଇ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗିରହିଥିଲା। ଗତ କିଛି ଦିନ ତଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାୟଗଡା ଜିଲ୍ଲା ବିଜେଡି ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ କାର୍ଯ୍ୟକାରୀ ରୂପେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ଓ ଗୁଣପୁର ଅଞ୍ଚଳର ବରିଷ୍ଠ ବିଜେଡି ନେତା ରଂଜିତ କୁମାର ପାଣିଗ୍ରାହୀକୁ ନିଯୁକ୍ତି ଦେଇଥିଲେ। ଏହା ପରେ ରାୟଗଡା ଜିଲ୍ଲାରେ ବିଜେଡି କର୍ମୀ, ନେତା ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ସଭାପତି ପଦ ନିଯୁକ୍ତିକୁ ନେଇ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା। ଏହି ପରିପେକ୍ଷୀରେ ଆଜି ରାୟଗଡା ଠାରେ ଭାସ୍କର ରାଓଙ୍କ ନେତୃତ୍ବରେ ବିଜେଡି ଦଳର କର୍ମି, ଶୁଭେଛୁ, ନେତା, ନିର୍ବାଚିତ ପଞ୍ଚାୟତରାଜ ପ୍ରତିନିଧି, ପୂର୍ବତନ ପ୍ରତିନିଧିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
Rayagada | BJD
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/09/new-project-21-2025-09-09-17-25-45.jpg)