ଝାରସୁଗୁଡ଼ା: ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାର ମୁଖ୍ୟ ସାକ୍ଷୀ ମୋନୁ ପ୍ରସାଦ ଏକ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣାଯାଇଛି। ବେଲପାହାଡ଼ରେ ସେ ବାଇକରେ ଯାଉଥିବା ବେଳେ ଏକ ଭ୍ୟାନ୍ ତାଙ୍କୁ ଧକ୍କା ଦେଇଥିଲା। ଏହାଫଳରେ ସେ ଗୁରୁତର ହୋଇଥିଲେ। ମୁଖ୍ୟ ସାକ୍ଷୀ ତଥା ନବ ଦାସଙ୍କ ଘରେ ଡଗ କେୟାର ଟେକର ଥିବା ମୋନୁ ପ୍ରସାଦ ଗୁରୁତର ଆହତ। ବେଲପାହାଡ଼ ଥାନା ଅନ୍ତର୍ଗତ ବେଲପାହାଡ଼ ମ୍ୟୁନିସିପାଲଟି ନିକଟରେ ପିକ୍ ଅପ୍ ଧକ୍କାରେ ମୋନୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

Advertisment

ମୁଖ୍ୟ ସାକ୍ଷୀ ତଥା ନବ ଦାସଙ୍କ ଘରେ ଡଗ କେୟାର ଟେକର ଥିବା ମୋନୁ ପ୍ରସାଦ ଗୁରୁତର ଆହତ। ବେଲପାହାଡ଼ ଥାନା ଅନ୍ତର୍ଗତ ବେଲପାହାଡ଼ ମ୍ୟୁନିସିପାଲଟି ନିକଟରେ ପିକ୍ ଅପ୍ ଧକ୍କାରେ ମୋନୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାର ପୁନଃତଦନ୍ତ ଆରମ୍ଭ କରିଛି ପୁଲିସ। ପୁଲିସ୍ ପୁଣିଥରେ ସାକ୍ଷୀଙ୍କୁ ପଚରାଉଚରା କରିଥିଲା। ଝାରସୁଗୁଡ଼ା ଥାନା ପୁଲିସ୍ ତୃତୀୟ ସାକ୍ଷୀ ଭାବେ ନବ ଦାସଙ୍କ ଘରେ ଡାଟାଏଣ୍ଟ୍ରି ଅପରେଟର ତଥା ଫୋନ୍ ରିସିଭର ଭାବେ କାର୍ଯ୍ୟରତ ସମ୍ବଲପୁର ଧନୁପାଲି ଅଞ୍ଚଳର ବିକାଶ ମହାବଲଙ୍କୁ ୩ ଘଣ୍ଟା ଧରି ମାରାଥନ୍ ଜେରା କରିଥିଲା। 
ବାହାରକୁ ଆସିବା ପରେ ଶ୍ରୀ ମହାବଲ ଗଣମାଧ୍ୟମକୁ ବିବୃତି ଦେଇ ଘଟଣା ଦିନର କାହାଣୀ ବଖାଣିଥିଲେ। ଘଟଣାଦିନ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସ ଭୁବନେଶ୍ବରରେ ଥିବା ସମୟରେ ସନ୍ଧ୍ୟା ବେଳେ ଝାରସୁଗୁଡ଼ାରେ ପହଞ୍ଚି ଏକ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାପରେ ତାଙ୍କର ସମ୍ବଲପୁର ଯିବାର କାର୍ଯ୍ୟକ୍ରମ ସ୍ଥିର ହେବାରୁ ସେ ଶ୍ରୀ ମହାବଲଙ୍କୁ ଫୋନ୍ କରି ରୋଷେଇ ନ କରିବାକୁ ରୋଷେୟାଙ୍କୁ କହିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ମହାବଲ ରୋଷେୟା ଲଳିତଙ୍କୁ ଫୋନ୍ କରିଥିଲେ ବି ସେ ଫୋନ୍ ଗ୍ରହଣ କରିନଥିଲେ। ଏହାପରେ ତାଙ୍କ ନିକଟକୁ ଯାଇ ଦେଖିବା ବେଳକୁ ସେ ତଳେ ନଥିଲେ। ଉପରକୁ ଯାଇ ଦେଖିବା ବେଳକୁ ଯାହା ଦେଖିଲେ ସେନେଇ ସ୍ବର୍ଗତ ଦାସ ଓ ତତ୍କାଳୀନ ଝାରସୁଗୁଡ଼ା ଥାନାଧିକାରୀଙ୍କୁ ଜଣାଇଥିଲେ ବୋଲି ଶ୍ରୀ ମହାବଲ କହିଥିଲେ।