ଭବାନୀପାଟଣା: ଭବାନୀପାଟଣାର ମା ମାଣିକେଶ୍ୱରୀ ପୀଠରେ ନବାନ୍ନ ଭୋଗ ଲାଗି ହୋଇଛି। ସର୍ବସାଧାରଣଙ୍କ ନିମନ୍ତେ ସକାଳ ୧୦ଟା ୩୦ ମିନିଟ ଗତେ ଓ ଅପରାହ୍ନ ୧୨ଟା ୩୬ମିନିଟ ମଧ୍ୟେ ନବାନ୍ନ ଭକ୍ଷଣ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି।
କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହର, ମଦନପୁର ରାମପୁର, ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ଜୟପାଟଣା ସମେତ ଗଡ଼ଜାତ ଅଞ୍ଚଳରେ ଆଜି ନୂଆଁଖାଇ ଅନୁଷ୍ଠିତ ହେଉଛି। ଭବାନୀପାଟଣା ରାଜବାଟି ସୂତ୍ରରୁ ପ୍ରକାଶ ଯେ, ଆଜି ସେପ୍ଟେମ୍ବର ୧୩ ତାରିଖ ଶୁକ୍ରବାର ଭାଦ୍ରବ ଶୁକ୍ଳପକ୍ଷ ସକାଳ ୮ଟା ୨୫ ରୁ ସକାଳ ୯ଟା୧୫ମିନିଟ ମଧ୍ୟରେ ଭବାନୀପାଟଣା ମା ମାଣିକେଶ୍ୱରୀ ପୀଠ ରେ ନବାନ୍ନ ଭୋଗ ଲାଗିବା ପାଇଁ ସ୍ଥିର ହୋଇଥିଲା ଏବଂ କଳାହାଣ୍ଡିବାସୀ କିଛି ଅଞ୍ଚଳରେ ନୂଆ ଖାଇ ସାରିଥିବା ବେଳେ ଏଥିପାଇଁ ଗଡ଼ଜାତ ଅଞ୍ଚଳରେ ନୂଆଖାଇ ପାଇଁ ପ୍ରସ୍ତୁତି ହୋଇଛି। କୃଷି ସହ ଜଡ଼ିତ ଥିବାରୁ ଚାଷୀ ମଧ୍ୟ ବେଶ ଉତ୍ସାହିତ। ଚାଷୀଟିଏ ଏହି ଦିନ ନିଜ ଜମିରେ ପୂଜା କରିବା ପରମ୍ପରା ରହିଛି। ପିଲାଠୁ ବୟସ୍କ ସମସ୍ତେ ନୂଆ ପୋଷାକ କିଣିବାରେ ଲାଗିଛନ୍ତି। ଏଥିପାଇଁ ଭବାନୀପାଟଣା ସହରର କପଡ଼ା ଦେକାନମାନଙ୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲାରେ ପାଞ୍ଚଟି ପର୍ଯ୍ୟାୟରେ ନୂଆଖାଇ ପାଳନ ହେଉଥିବା ବେଳେ ଧର୍ମଗଡ଼ ଉପଖଣ୍ଡ ଆଞ୍ଚଳ ସମେତ ଜିଲ୍ଲାର ପ୍ରାୟ ସ୍ଥାନରେ ପଞ୍ଚମୀ ତିଥିରେ ପର୍ବ ପାଳନ ହେଇସାରିଛି । ଦଶମୀ ତିଥି ପର୍ଯ୍ୟାୟକ୍ରମେ ଭବାନୀପାଟଣା ସମେତ ଗଡଜାତ ଅଞ୍ଚଳର ଲାଞ୍ଜିଗଡ଼ , ମହୁଲପାଟଣା, କର୍ଲାପାଟ, ମଦନପୁର ରାମପୁର, ଥୁଆମୂଳ ରାମପୁର, ଜୟପାଟଣା ଆଦି ଅଞ୍ଚଳରେ ନୂଆଖାଇ ପାଳନ ହେଉଛି।
ମା ମାଣିକେଶ୍ୱରୀ ପୀଠରେ ଲାଗି ହେଲା ନବାନ୍ନ ଭୋଗ
ଭବାନୀପାଟଣାର ମା ମାଣିକେଶ୍ୱରୀ ପୀଠରେ ନବାନ୍ନ ଭୋଗ ଲାଗି ହୋଇଛି। ସର୍ବସାଧାରଣଙ୍କ ନିମନ୍ତେ ସକାଳ ୧୦ଟା ୩୦ ମିନିଟ ଗତେ ଓ ଅପରାହ୍ନ ୧୨ଟା ୩୬ମିନିଟ ମଧ୍ୟେ ନବାନ୍ନ ଭକ୍ଷଣ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି।
/sambad/media/media_files/r0aMzfvVnFEqcJl1gCOk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)