ନବରଙ୍ଗପୁର: ଦକ୍ଷିଣ ଓଡିଶାର ସବୁ ଠାରୁ ଅଧିକା ଯାତ୍ରୀ ଯିବା ଆସିବା କରୁଥିବା ନବରଙ୍ଗପୁର ଠାରେ ଯାତ୍ରୀଙ୍କ ପାଇଁ ଭଲ ବସଷ୍ଟାଣ୍ଡ ନାହିଁ। ୨୦୦୦ମସିହାରେ ନିର୍ମିତ ଘରୋଇ ବସ ଷ୍ଟାଣ୍ଡ ଏବେ ଜରାଜୀର୍ଣ୍ଣ ଅବସ୍ଥାକୁ ପଳାଇ ଆସିଛି। ଅପରପକ୍ଷରେ ଓଏସଆରଟିସି ବସଷ୍ଟାଣ୍ଡର ଅବସ୍ଥା ନ କହିବା ଭଲ। ଘରୋଇ ବସଷ୍ଟାଣ୍ଡର ସଫିଂ କମ୍ପ୍ଲେକ୍ସ ଓ ନୂଆ ବସଷ୍ଟାଣ୍ଡର କାମ ଆରମ୍ଭ ‌ପୂର୍ବରୁ ଚାଳ ବାଜିବା ସହ ବ୍ୟବସାୟୀ ମାନେ ହାଇକୋର୍ଟରେ ମାମଲା ରୁଜୁ କରିବା ପରେ କାମ ଲଟକି ରହିଛି। ଏବେ ବସ ଯାଆସ କରୁଥିବା ଘରୋଇ ବସଷ୍ଟାଣ୍ଡ ଏବେ ଜରାଜୀର୍ଣ୍ଣ।

Advertisment

ସୂଚନା ଅନୁଯାୟୀ, ବସଷ୍ଟାଣ୍ଡ ଆରମ୍ଭ ହୋଇଥିଲା। ଏଠାରେ ଥିବା ସାପ୍ତାହିକ ହାଟ ଏଠାରୁ ସମ୍ପୁର୍ଣ୍ଣ ରୁପେ ଉଠାଇ ଦିଆଯାଇଥିଲା। ଜିଲ୍ଲାପ୍ରଶାସନ ଓ ପୌରପାଳିକା ପକ୍ଷରୁ ବସ୍‌ଷ୍ଟାଣ୍ଡ ସହ ସଦାଶିବ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା। ବସଷ୍ଟାଣ୍ଡ ନିର୍ମାଣ ସମୟରେ ଘରୋଇ ବସ ମାଲିକ ସଂଘବି କିଛି ସହାୟତା କରିଥିଲା। 

ପୌରପାଳିକା ଅଧିନରେ ଥିବା ବସ ଷ୍ଟାଣ୍ଡର ଦେଖାରଖା ଓ ରକ୍ଷଣାବେକ୍ଷଣ ପୌରପାଳିକା କରୁନି। ପୌରପାଳିକା  ରକ୍ଷଣାବେକ୍ଷଣ କରିବ ବୋଲି ଭାବି ଘରୋଇ ବସ ମାଲିକ ସଂଘ ବି ଏହାର ଉପଯୁକ୍ତ ଦେଖାରଖା ଓ ରକ୍ଷଣାବେକ୍ଷଣ ବି କରୁନି। ଫଳ ସ୍ବରୁପ ଧୀରେଧୀରେ ଏହି ବସଷ୍ଟାଣ୍ଡଟି ଜରାଜୀର୍ଣ୍ଣ ଅବସ୍ଥାକୁ ପଳାଇ ଆସିଛି। ବସଷ୍ଟାଣ୍ଡ ପରିସରରେ ବହୁ ସ୍ଥାନରେ ଛୋଟ ବଡ଼ ଗର୍ତ୍ତ ହେବା ସହ ସାମାନ୍ୟ ବର୍ଷାରେ ପାଣି ଜମା ରହି କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି। ସଂଧ୍ୟା ହେଲେ ବସଷ୍ଟାଣ୍ଡରେ ଥିବା ହାଇମାକ୍ସ ଲାଇଟ୍ ଆଦି ଲାଗୁନି। ବସଷ୍ଟାଣ୍ଡ ପରିସରର ବହୁ ଷ୍ଟଲ ବ୍ୟବସାୟୀମାନେ ଖୋଲିବା ବଦଳରେ ଗୋଦାମ ଘର କରିଛନ୍ତି। ସଂଧ୍ୟା ସମୟରେ ବସଷ୍ଟାଣ୍ଡକୁ ବହୁ ଦ୍ରୁତଗାମୀ ବସ ରାୟପୁର, ଭୁବନେଶ୍ବର, ବ୍ରହ୍ମପୁର, କଟକ, ପାରାଲାଖେମୁଣ୍ଡି, ହାଇଦ୍ରାବାଦ, ବିଜୟୱାଡା, ବିଶଖାପାଟଣା ଯାଉଥିବା ବସ ଆସୁଛି।

ତେବେ ବସଷ୍ଟାଣ୍ଡ ପରିସର ଅନ୍ଧାର ରହୁଥିବାରୁ ଯାତ୍ରୀ ମାନେ ଭୟ ପ୍ରକାଶ କରୁଛନ୍ତି। ପୁରୁଣା ଅବସ୍ଥା ଶୋଚନୀୟ, ନୂଆ ଆରମ୍ଭ ହୋଇ ପାରୁନି, ଏହି ସ୍ଥିତିରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ନବରଙ୍ଗପୁର ଥାନା ପାର୍ଶ୍ବରେ ଥିବା ବେଳେ ଏହା ଏଠାରୁ ନୂଆ କୋଠାକୁ  ସ୍ଥାନାନ୍ତର ହୋଇଛି। ଏହି ସୁଯୋଗରେ ଅସାମାଜିକ ଲୋକଙ୍କର  ଆଡ୍ଡା ଜମାଇ ବିଭିନ୍ନ ଅନୈତିକ କାମ ବି ଏହା ପରିସରରେ ହେଉଛି। ନୂଆ ରୁପରେ ନିର୍ମାଣ ହେବାକୁ ଥିବା ସଦାଶିବ ମାର୍କେଟ କମ୍ପ୍ଲେକ୍ସ ଓ ବସଷ୍ଟାଣ୍ଡ ହାଇକୋର୍ଟରେ ମାମଲା ଚାଳୁଥିବା ବେଳେ ତାହାର ଶୁଣାଣୀକୁ ଅପେକ୍ଷା ନ କରି ପୌରପାଳିକା ବସଷ୍ଟାଣ୍ଡର ଏବେକାର ଅବସ୍ଥାକୁ ସଜାଡିବାକୁ ଦାବି ହୋଇଛି। ଗର୍ତ୍ତ ଓ ଲାଇଟ ଗୁଡିକୁ ସଜାଡିବା ସହ ଯାତ୍ରୀ ମାନେ କିଭଳି ଆରାମରେ ବସି ପାରିବେ ସେ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

Nabarangpur