କୁଜଙ୍ଗ: ଜଗତସିଂହପୁରଜିଲ୍ଲା କୁଜଙ୍ଗକୁ ଏନଏସି ଘୋଷଣା କରିବା ଦାବିନେଇ ଆଜି ସଚେତନ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଥମେ କୁଜଙ୍ଗସ୍ଥିତ ଜୟଗୁରୁ ମନ୍ଦିର ନିକଟରୁ ଶତାଧିକ କୁଜଙ୍ଗର ସଚେତନ ନାଗରିକମାନେ ଏକ ବିରାଟ ଶୋଭାଯାତ୍ରାରେ କୁଜଙ୍ଗ ବଜାର ପରିକ୍ରମା କରି ତହସିଲଦାରଙ୍କ କାର୍ଯ୍ୟାଳୟରୋ ପହଂଚିଥିଲେl ସେଠାରେ କୁଜଙ୍ଗ ସଚେତନ ନାଗରିକ ମଂଚର ଆବାହକ ରଘୁ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପୀତାମ୍ବର ତରାଇ, ହୃଷୀକେଶ ନାଥ, ସୁବାସ ମହାପାତ୍ର, ରଂଜିତ ବିଶ୍ୱାଳ, ମନିନ୍ଦ୍ର ଗୁରୁ, କୈଳାଶ ଷଡଙ୍ଗୀ, ବାବୁରାମ ଚୌଧୁରୀ, ବିଷ୍ଣ ଚରଣ ମଦୁଲୀ, ପ୍ରଫୁଲ୍ଲ ମହାପାତ୍ର, ମାୟଧର ଦାସ, ପ୍ରିୟମ୍ବଦା ପାଣି, ଜିନ୍ମୟୀ ସାହାଣୀ, ମନୋଜ ପାତ୍ର,ରାମଦାସ ମହାନ୍ତି, ବିବେକାନନ୍ଦ ଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି କୁଜଙ୍ଗ ର ଏନଏସି ମାନ୍ୟତା ଲାଭ ପାଇଁ ସମସ୍ତ ଯୋଗ୍ୟତା ସତ୍ବେ ରାଜ୍ୟ ସରକାର ଏନଏସି ଘୋଷଣା ନକରିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି କହିଥିଲେ।
ତେବେ ପୂର୍ବ ବିଜେଡି ସରକାର କୁଜଙ୍ଗକୁ ଦ୍ବିତୀୟ ଦଫାରେ ଘୋଷଣା କରିଥିବା ବେଳେ ବର୍ତ୍ତମାନର ସରକାର କୁଜଙ୍ଗକୁ ଅଣଦେଖା କରିୟିବା ସେମାନେ ଅଭିଯୋଗ କରିଥିଲେ। ସେହିପରି ଆବାହକ ରଘୁ ସାହୁ ବକ୍ତବ୍ୟ ପ୍ରଜାନକରି କୁଜଙ୍ଗବାସୀ ଆନ୍ଦୋଲନ କରି ହକ ଆଦାୟୱକରିବା ଠିକ ଭାବେ ଜାଣିଛନ୍ତି ବୋଲି କହିଥିଲେl ଆମେ ଗଣତନ୍ତ୍ରକୁ ସମ୍ମାନ ଦେଇ ରାଜ୍ୟ ସରକାରଙ୍କୁ ସମୟ ଦେଉଛୁl ଯଦି ଏହି ସମୟ ମଧ୍ୟରେ ସରକାର କୁଜଙ୍ଗକୁ ଏନଏସି ଘୋଷଣା ନକରନ୍ତି ତାହାଲେ ଆସନେକ ୯ ତାରିଖରେ କୁଜଙ୍ଗ କେ ଦୂରେବାର ଜନ ଆନ୍ଦୋଳନ କରାଯିବl
ରାସ୍ତାଘାଟ, ଦୋକାନବଜାର, ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ ବୋଲି କହିଥିଲେ। ପରେ ସ୍ଥାନୀୟ ଭାରପ୍ରାପ୍ତ ତହସିଲଦାର ଅଭିଷେକ ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ଓ ଏହାର ଆଖପାଖ ଅଞ୍ଚଳରୁ ୫ ଶହରୁ ଊର୍ଦ୍ଧ୍ବ ଜନସାଧାରଣ ଅଂଶ ଗ୍ରହଣ କରିଥିଲେ।
ସେହିପରି ଆନ୍ଦୋଳନକାରୀଙ୍କ ପକ୍ଷରୁ ଏକ ପ୍ରତିନିଧ ଦଳ ସ୍ଥାନୀୟ ଷୋଳଭାଇ କୈବର୍ତ୍ତ ଭବୱ, କୁଜଙ୍ଗ ଠାରେ ସ୍ଥାନୀୟ ସାଂସଦ ଡକ୍ଟର ବିଭୁ ପ୍ରସାଦ ତରାଇଙ୍କୁ ସାକ୍ଷାତକରି ତାଙ୍କୁ ଏକକିତା ଦାବିପତ୍ର ପ୍ରଦାନ କରିଥିଲେl ସାଂସଦ ଡକ୍ଟର ତରାଇ ଦାବିପତ୍ର ଗ୍ରହଣ କରିହା ସହିତ ସେ ଏ ନେଇ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ। ଏହା ଏକ ଯୁକ୍ତିଯୁକ୍ତ ଦାବି ଆମେ ସରକାରରେ ଥିଲେ ମଧ୍ୟ ଦାବିକୁ ସମର୍ଥନ କରିବାରେ ଦେବିଧା ନାହିଁ ହୋଲି ସେ ପ୍ରକାଶ କରିହା ସହିତ ସେ ଆନ୍ଦୋଳନର ଯଥାର୍ଥତା ରହିଥିବା ଦର୍ଶାଇ ସେ ଏହାକୁ ସମର୍ଥନ ଜଣାଇଥିଲେ।
Jagatsinghpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/26/kujanga-2025-08-26-16-02-22.jpg)