ରାୟଗଡ଼ା: ରାଜ୍ୟ ସରକାର ୧୨ଟି ନୂଆ ଏନ୍ଏସି ଘୋଷଣା ପରେ ସେଥିରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ସ୍ଥାନ ନ ପାଇବାରୁ ତୀବ୍ର ଅସନ୍ତୋଷ ଦେଖା ଯାଇଛି।ରାୟଗଡଡ଼ା ଜିଲ୍ଲାର ଏକମାତ୍ର ବିଷମକଟକକୁ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରାଯାଇଛି। ବାରମ୍ବାର ଦାବି ସତ୍ତ୍ବେ ପୁଣି ଥରେ ରାଜ୍ୟ ସରକାର ପଦ୍ମପୁରକୁ ଉପେକ୍ଷା କରିଛନ୍ତି ବୋଲି ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ବିଜେଡି ସରକାରରେ ଯେମିତି ପଦ୍ମପୁରକୁ ଅବହେଳିତ କରାଯାଇଥିଲା ବିଜେପି ସରକାରରେ ମଧ୍ୟ ପୂର୍ବ ଭଳି ସ୍ଥିତି ନେଇ ଘୋଷଣା ପରେ ଜନଅସନ୍ତୋଷ ବୃଦ୍ଧି ପାଇଛି।
ସୂଚନଯୋଗ୍ୟ ଯେ ରାୟଗଡ଼ ଜିଲ୍ଲାର ବାଣିଜ୍ୟିକ ପେଣ୍ଠ ସ୍ଥଳୀ ଭାବରେ ପଦ୍ମପୁର ବେଶ୍ ପରିଚିତ। ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଆବଶ୍ୟକୀୟ ସବୁ ସୁଚକାଙ୍କକୁ ପୂରଣ ସତ୍ତ୍ୱେ ପଦ୍ମପୁର କୁ ଆଜି ଯାଏ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ମିଳିନି। ଗତ ମାର୍ଚ୍ଚ ମାସରେ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାର୍ଚ୍ଚ ୫ ତାରିଖ ପତ୍ର ସଂଖ୍ୟା ୭୧୪ ପଦ୍ମପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପାଇ ଏକ ବିସ୍ତୃତ ପ୍ରସ୍ତାବ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ରାୟଗଡ଼ାକୁ ପ୍ରଦାନ କରିଥିଲେ। ଏହା ପରେ ଏହି ପ୍ରସ୍ତାବକୁ ଜିଲ୍ଲା ସ୍ତରରୁ ଗୃହ ଓ ନଗର ଉନ୍ନୟନ ବିଭାଗ କୁ ମାର୍ଚ୍ଚ ୭ /୨୦୨୫ ପତ୍ର ସଂଖ୍ୟା ୧୫୩ ମାଧ୍ୟମ ରେ ପ୍ରସ୍ତାବ ଦିଆଯାଇଥିଲା।
ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ନଗର ଉନ୍ନୟନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ମୋଖିକ ଭାବେ ସାକ୍ଷାତ କରି ପଦ୍ମପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ନେଇ ଆଲୋଚନା କରିଥିବା କହିଥିଲେ। ଏହା ପରେ ପଦ୍ମପୁର ଜନସାଧାରଣଙ୍କ ମନରେ ଏକ ଆଶା ସଂଚାର ହୋଇଥିଲା ଯେ ନିଶ୍ଚିତ ଭାବେ ପଦ୍ମପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରାଯିବ। କିନ୍ତୁ ରାଜ୍ୟ ସରକାର ୧୨ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ପରେ ପଦ୍ମପୁରକୁ ବାଦ ଦିଆ ଯାଇ ଥିବାରୁ ସ୍ଥାନୀୟ ଅଂଚଳରେ ଏକ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଏନଏସି ମାନ୍ୟତା ପାଇଁ ବର୍ତ୍ତମାନ ଆଗାମୀ ଦିନରେ ଏକ ବଡଧରଣର ଆନ୍ଦୋଳନ ପାଇଁ ପଦ୍ମପୁର ବାସୀ ସଜବାଜ ହେଉଥିବା ଜଣାପଡ଼ିଛି। ଏହି ବିଷୟରେ ଗୁଣୁପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସତ୍ୟଜିତ ଗମାଙ୍ଗ ଙ୍କସହ ଯୋଗାଯୋଗ କରିବାରୁ ସେ ପଦ୍ମପୁରକୁ ନିଶ୍ଚିତ ଭାବେ ମାନ୍ୟତା ପାଇବା କଥା କିନ୍ତୁ ବାଦ ଦିଆଯାଇଥିବାରୁ ମୁଁ ପୁଣି ଥରେ ମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବି ଓ ଆଗାମୀ ବିଧାନସଭା ରେ ପ୍ରଶ୍ନ କରିବିI ପଦ୍ମପୁର ଲୋକଙ୍କ ସହିତ ମୁଁ ଅଛି ଓ ମୁଁ ବି ସେମାନଙ୍କ ସହିତ ଆନ୍ଦୋଳନରେ ସାମିଲ ହେବି ବୋଲି କହିଥିଲେ। ଏନେଇ ଆଜି ଗୁଣପୁର ବିଧାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଗୁଣପୁର ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତିI
Rayagada
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/08/21/padmapur-2025-08-21-16-09-02.jpg)