ପୁରୀ: ଶ୍ରୀକ୍ଷେତ୍ରରେ ପବିତ୍ର ବାହୁଡ଼ା ଯାତ୍ରା ଜାରି ରହିଛି। ଅପରାହ୍ଣ ୩ଟାରୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଛି। ଅପରାହ୍ଣ ୪ଟା ୩୦ ସୁଦ୍ଧା ଶରଧାବାଲିରୁ ତିନି ରଥ ବାହାରି ଶ୍ରୀମନ୍ଦିର ଅଭିମୁଖେ ଗଡୁଛନ୍ତି। ଆଗେ ଆଗେ ପ୍ରଭୁ ବଳଭଦ୍ର ଯାଉଛନ୍ତି। ତାଙ୍କ ପଛକୁ ଅର୍ଥାତ ମଝିରେ ଭଉଣୀ ସୁଭଦ୍ରା ଓ ପଛରେ କାଳିଆ ଆସୁଛନ୍ତି।
ଆଜି ଅପରାହ୍ଣ ୪ଟାରେ ରଥଟଣା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ମହାପ୍ରଭୁଙ୍କ ଅପରା କରୁଣାରୁ ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ୧ ଘଣ୍ଟା ଆଗରୁ ରଥ ଟଣା ହୋଇଛି। ସନ୍ଧ୍ୟା ସାଢ଼େ ୭ଟା ସୁଦ୍ଧା ଶ୍ରୀମନ୍ଦିର ସମ୍ମୁଖରେ ତିନି ରଥ ପହଞ୍ଚିଯିବ ବୋଲି ଶ୍ରଦ୍ଧାଳୁମାନେ ଆଶା ରଖିଛନ୍ତି। ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ହେର୍ଷୋଲ୍ଲାସ ଦେଖାଯାଇଛନ୍ତି।.କଡ଼ା ସୁରକ୍ଷାରେ ମହାପ୍ରଭୁଙ୍କ ରଥଯାତ୍ରା ଆଗେଇ ଚାଲିଛି। ବଡ଼ଦାଣ୍ଡ ଉଛୁଳି ପଡ଼ୁଛି ଓ ଭକ୍ତମାନେ ଭାବବିହ୍ବଳ ହୋଇଛନ୍ତି।
puri | rath yatra
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/07/05/nadighos-ratha-2025-07-05-16-49-11.jpg)