ବୈଶିଙ୍ଗା: ମୟୂରଂଭଜ ଜିଲ୍ଲା ଗୁରୁବାର ରାତିରେ ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଯୁଗଳ ଛକ ନିକଟରେ ରାସ୍ତା ପାର୍ଶ୍ୱରେ ଥିବା ଏକାଧିକ ବଡ଼ ବଡ଼ ପଟାସ ଗଛ ସବୁ ରାସ୍ତା ଉପରକୁ ଧାପି ଆସି ରାସ୍ତାରେ ଯାତାୟତ ଠପ ହେବାକୁ ବସିଥିବାବେଳେ ତୁରନ୍ତ ବେତନଟୀ ବନବିଭାଗ ଓ ବୈଶିଙ୍ଗା ପୁଲିସ ମିଶି ଯୁଦ୍ଧକାଳୀନ ଭିତ୍ତିରେ ଗଛ କାଟି ସଫା କରିବା ସହିତ ରାସ୍ତାରୁ ଅବରୋଧ ହଟାଇଲେl
ସୂଚନା ଅନୁଯାଇ ବୈଶିଙ୍ଗାରୁ ବେତନଟୀ ମଧ୍ୟରେ ଜାତୀୟ ରାଜପଥ ପାର୍ଶ୍ୱରେ ଶହଶହ ବିରାଟକାୟ ପଟାସ ଗଛ ସବୁ ଥିବାବେଳେ ବାତ୍ୟା ଦାନା ପ୍ରଭାବରେ ଲଗାଣ ବର୍ଷା ଓ ପବନ ପାଇଁ ଯୁଗଳ ଛକ ନିକଟରେ ୩ଟି ବିଶାଳ କାୟ ପଟାସ ଗଛ ହଟାତ ଜାତୀୟ ରାଜପଥ ଉପରକୁ ଧାପି ଯାଇଥିଲାl ଯୋଉଁଥିପାଇଁ କିଛି ସମୟ ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲାl
ଖବରପାଇ ବେତନଟୀ ରେଞ୍ଜର ମନୁୱାର ଖାନ ଓ ବୈଶିଙ୍ଗା ଥାନା ଅଧିକାରୀ ତପନ ପ୍ରଧାନ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ନିଜ କର୍ମଚାରୀଙ୍କ ସହାୟତାରେ ଗଛ ସବୁକୁ କାଟି ରାସ୍ତା ପାର୍ଶ୍ୱକୁ ହଟାଇଥିଲେ l ଫଳରେ ଜାତୀୟ ରାଜପଥରେ ଯାତାୟତ ସ୍ୱାଭାବିକ ହୋଇଥିଲାl
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2024/10/24/PVnUBIf1sAasdRBkZVvg.jpg)