ଭୁବନେଶ୍ବର: ଆଜି ବଜେଟ୍ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଧାନସଭା ପରିସରରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଦେଖିବା ମାତ୍ରେ ପ୍ରଶ୍ନ କରିଥିଲେ, କାଲି କାହିଁକି ବିଧାୟକ ଦଳ ବୈଠକରେ ଉପସ୍ଥିତ ନ ଥିଲେ? ଉତ୍ତର ମିଳିଲା ଦେହ ଭଲ ନଥିଲା। ତାପରେ ନବୀନ ତେରେଛା ବାଣ ମାରି କହିଥିଲେ ଦେହ ଭଲ ନଥିଲା ନା ବିଜେପିକୁ ମୁହାଁଉଛନ୍ତି? ଆପଣ ବିଜେପି ସହ ଅଛନ୍ତି ନା ଭୋଟରଙ୍କ ସହ? ବିଧାୟକ ସାରଦା ଜେନା ବି ସନାତନ ମହାକୁଡଙ୍କ ଅସୁସ୍ଥ ଥିବା କଥା ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲେ।
ଗତକାଲି ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ବସିଥିଲା ବିଜେଡିର ବିଧାୟକ ଦଳ ବୈଠକ। ହେଲେ ଏହି ବୈଠକରେ ଯୋଗ ଦେଇନଥିଲେ ଚମ୍ପୁଆର ବିଜେଡି ବିଧାୟକ ସନାତନ ମହାକୁଡ଼। ଯାହାକୁ ନେଇ ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସନାତନଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ଏହି କଥୋପକଥନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଏଣେ ନବୀନ ପଟ୍ଟନାୟକ ବିଜେଡିର ବରିଷ୍ଠ ନେତାଙ୍କୁ ଫୋନ୍ କରି ମେଳି କରିବା ନେଇ ବିରକ୍ତି ପ୍ରକାଶ କରିଥିଲେ।
/sambad/media/post_attachments/wp-content/uploads/2018/01/Sanatan-Mahakud-CHAMPUA.jpg)
ସୂଚନାଯୋଗ୍ୟ,ଗତକାଲି ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ବସିଥିଲା ବିଜେଡିର ବିଧାୟକ ଦଳ ବୈଠକ। ହେଲେ ଏହି ବୈଠକରେ ଯୋଗ ଦେଇନଥିଲେ ଚମ୍ପୁଆର ବିଜେଡି ବିଧାୟକ ସନାତନ ମହାକୁଡ଼। ଯାହାକୁ ନେଇ ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସନାତନଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ଏହି କଥୋପକଥନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଏଣେ ନବୀନ ପଟ୍ଟନାୟକ ବିଜେଡିର ବରିଷ୍ଠ ନେତାଙ୍କୁ ଫୋନ୍ କରି ମେଳି କରିବା ନେଇ ବିରକ୍ତି ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/13/XMEykW7v46QqxB6LTVoJ.jpg)