ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର କୁତୁଲ କ୍ୟାମ୍ପ ନିକଟରେ ଜଣେ ନକ୍ସଲ ଲୁଚି ଛପି ଲ୍ୟାଣ୍ଡମାଇନ ଖଞ୍ଜୁଥିବା ବେଳେ ଯବାନଙ୍କ ହାତରେ ଧରାପଡିଛି। ଦୁର୍ଗମ କୁତୁଲ ଠାରେ ନୂତନ ପୁଲିସ କ୍ୟାମ୍ପ ପ୍ରତିଷ୍ଠା କରାଯିବା ପରେ ଯବାନ ଏହି ଅଂଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି।
ତେବେ ନକ୍ସଲ ଗଡ ଭାବେ କୁତୁଲ ରହିଥିବା ବେଳେ ନକ୍ସଲ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ନକ୍ସଲ ଯବାନଙ୍କୁ ପାନେ ଦେବା ପାଇଁ କ୍ୟାମ୍ପ ନିକଟରେ ହିଁ ଲ୍ୟାଣ୍ଡମାଇନ ଖଞ୍ଜି ଯବାନଙ୍କୁ ଜବାବ ଦେବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଯବାନଙ୍କୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରିଥିଲା।
ତୁରନ୍ତ ଯବାନ ଚାରିପଟେ ଘେରି ବ୍ୟକ୍ତିଙ୍କୁ କାବୁ କରିଥିଲେ। ସନ୍ଦିଗ୍ଧ ବ୍ୟକ୍ତିକୁ ଧରି ପଚରାଉଚରା କରିବା ପରେ ସେ ନକ୍ସଲ ସଂଗଠନରେ କାମ କରୁଥିବା କହିବା ସହ କ୍ୟାମ୍ପ ନିକଟରେ ବୋମା ଖଞ୍ଜିବାକୁ ଆସିଥିଲା ବୋଲି ସ୍ବୀକାର କରିଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ଦିନେଶ କଲା।
ଦିନେଶ ଠାରୁ ପ୍ରେସର କୁକର ବୋମା,ଜିଲୋଟିନ ତାର,ବିଦ୍ୟୁତ ତାର ଇତ୍ୟାଦି ଜବତ କରାଯାଇଛି। ଏକ ବଡ ଅଘଟନକୁ ଟାଳି ଦେଇଛନ୍ତି ସୁରକ୍ଷାକର୍ମୀ ବୋଲି କୁହାଯାଇଛି। ପୁଲିସ ତୁରନ୍ତ ଦିନେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/08/HTZYetTsR6cj5t2m4s8d.jpg)