ମାଲକାନଗିରି: ସୀମାନ୍ତ ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ା ପୁଲିସ ନିକଟରେ ବରିଷ୍ଠ ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ଜୋରିଗେ ନାଗରାଜୁ ଓରଫ କମଲେଶ ଏବଂ ତାଂକ ପତ୍ନୀ ମେଡକା ଜ୍ୟୋତିଶ୍ବରୀ ଅରଫ ଅରୁଣା। ଗତ ୩୪ ବର୍ଷ ଧରି ଏମାନେ ମାଓ ସଂଗଠନ ସହ ଜଡ଼ିତ ଥିଲେ। କମଲେଶ ବସ୍ତର ଡିଭିଜନାଲ କମିଟିର ଦାୟୀତ୍ବରେ ଥିଲେ।
ଆନ୍ଧ୍ରପ୍ରଦେଶ ସରକାର କମଲେଶ ପାଇଁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ଅରୁଣା ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ସଂଗଠନରେ ଆଉ ରହିବା ମୁସକିଲ ହେବା ଯୋଗୁଁ ଏମାନେ ଆତ୍ମସମର୍ପଣ କରିଥିବା କହିଥିଲେ। ଲଗାତାର ଆନ୍ଧ୍ର, ଛତିଶଗଡ, ଓଡ଼ିଶା ଏବଂ ତେଲେଙ୍ଗାନା ପୁଲିସ ତରଫରୁ ଅପରେସନ ଜୋରଦାର କରାଯାଉଥିବାରୁ ଏମାନେ ଭୟଭୀତ ହୋଇ ସଂଗଠନ ଛାଡ଼ିଥିବା ସ୍ବୀକାର କରିଥିଲେ।
ଆତ୍ମସମର୍ପଣ ପରେ ଦୁହିଁଙ୍କୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଗୁଇନ୍ଦା ସୂଚନା ଆଧାରରେ ଆଲୁରି ସୀତାରାମ ଜିଲ୍ଲାରେ ଏକ ମାଓ ଡମ୍ପକୁ ଜବତ କରାଯାଇଛି। ଏହି ମାଓ ଡମ୍ପରୁ ୧୮ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏଥିରେ ଏକେ-୪୭ ଗୋଟିଏ, ଦୁଇଟି ବିଜିଏଲ, ୫ଟି ଏସଏଲଆର, ୨ଟି ଇନସାସ, ୬୦୬ଟି ଜୀବନ୍ତ ଗୁଳି, ୩୭ କିଲୋଗ୍ରାମ କଡେକ୍ସ ତାର ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ହିଂସା ଛାଡ଼ି ଅନ୍ୟ ନକ୍ସଲମାନେ ତୁରନ୍ତ ଆତ୍ମସମର୍ପଣ କରନ୍ତୁ ବୋଲି କୁହାଯାଇଛି। ସେମାନଙ୍କ ପାଇଁ ଆଉ ୭ ମାସ ସମୟ ରହିଲା।
maoists
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/26/mkg-mao-couple-and-mao-dump-udhar-1-2025-07-26-21-41-16.jpg)