ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଲିସକୁ ମିଳିଛି ବଡ ସଫଳତା। ଜଂଗଲରୁ ମାଓ ଡମ୍ପକୁ ଉଦ୍ଧାର କରାଯାଇଛି। ଜିଲ୍ଲାର ମରକନଗୁଡା ଏବଂ ମେଟାଗୁଡା ଜଂଗଲରୁ ମାଓବାଦୀ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ରକୁ ଯବାନ ଉଦ୍ଧାର କରିଛନ୍ତି।
ସୁରକ୍ଷା ବାହିନୀର ଯବାନମାେନେ ଦୁଲେଡ଼ ଠାରେ ଅବସ୍ଥାପିତ ପୁଲିସ କ୍ୟାମ୍ପ ତରଫରୁ ମରକନଗୁଡା ଠାରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଂଗଲରୁ ୬ଟି ଦେଶୀ ବନ୍ଧୁକ, ୧୮ଟି ବିଜିଏଲ ସେଲ, ଡିଟୋନେଟର, ଲୁହାର ସ୍ପାଇକ, ବିସ୍ଫୋରକ ଇତ୍ୟାଦି ଜବତ କରାଯାଇଛି।
ସେହିପରି ମେଟାଗୁଡ଼ା ଠାରେ ନୂତନ କ୍ୟାମ୍ପ ପ୍ରତିଷ୍ଠା ପରେ ଯବାନ ସେହି ଜଂଗଲରେ କୁମ୍ବିଂ କରୁଥିବା ବେଳେ ୩ଟି ଦେଶୀ ବନ୍ଧୁକ, ୨ଟି ବିଜିଏଲ ସେଲ, ରାଇଫଲ, ୬ଟି ଦେଶି ଡିଟୋନେଟର, ୧୦୦ ଗ୍ରାମ୍ ଗନ ପାଉଡର, ବୋମା, ଗୁଳି, ଷ୍ଟିଲ ପାଇପ, ପୋଷାକ, ଝଣ୍ଡା ଇତ୍ୟାଦି ଜବତ କରିଛି। ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏହି ଜଂଗଲରେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିଲେ। ଯାହାକୁ ଯବାନ ପଣ୍ଡ କରିଛନ୍ତି। ଏହି ଚଢ଼ଉରେ ଜିଲ୍ଲା ପୁଲିସ, ସିଆରପିଏଫ, କୋବ୍ରା ଯବାନ ସାମିଲ ଥିଲେ।
Naxal | Malkangiri | Chhattisgarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/23/mkg-mao-samagri-jabat1-853006.jpg)
