ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ଜଂଗଲରୁ ସୁରକ୍ଷାକର୍ମୀ ମାଓ ଡମ୍ପକୁ ଉଦ୍ଧାର କରିଛନ୍ତି। ୨୦୨୬ ମାର୍ଚ୍ଚ ୩୧ ତାରିଖ ଯେତେ ପାଖକୁ ଆସୁଛି ସୁରକ୍ଷାକର୍ମୀଙ୍କ ଅପରେସନ ସେତେ ଉଗ୍ର ହେଉଛି। ଗୋଟିଏ ପଟେ ଅପରେସନରେ ନକ୍ସଲଙ୍କ ମୃତ୍ୟୁ ତ ଅନ୍ୟପଟେ ଗିରଫ ହେଉଛନ୍ତି।
ସେହିପରି ସଂଗଠନରୁ ମୁହଁ ଫେରାଇ ନେଉଛନ୍ତି ନକ୍ସଲ। ଜିଲ୍ଲାର ମର୍କରାଜଗୁଡା ନିକଟସ୍ଥ ଜଂଗଲରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ନକ୍ସଲଙ୍କର ଏକ ବଡ ବଙ୍କରକୁ ଉଦ୍ଧାର କରିଥିଲେ। ବଙ୍କର ଉପରେ କଂକ୍ରିଟ କରି ଘୋଡାଇ ଦେଇଥିଲେ। ଭିତରେ ନକ୍ସଲ ବିସ୍ଫୋରକ ସହ ନିଜର ସମସ୍ତ ସାମଗ୍ରୀ ଲୁଚାଇ ରଖିଥିଲେ।
ଏହି ବଙ୍କର ୨୦ ଫୁଟ ଓସାର ୮ ଫୁଟ ଉଚ୍ଚ ରହିଥିଲା। ଅତି ସତର୍କତାର ସହ ସୁରକ୍ଷାକର୍ମୀ ବଙ୍କର ଭିତରେ ପଶି ନକ୍ସଲ ସାମଗ୍ରୀ ଜବତ କରିଥିଲେ। ଏହା ପୂର୍ବରୁ କୋମଟପାଲ୍ଲୀ ଏବଂ ତୁମରେଲ ଜଂଗଲରୁ ମାଓବାଦୀଙ୍କ ହତିଆର ତିଆରି କାରଖାନାକୁ ଠାବ କରାଯାଇଥିଲା। ସୁରକ୍ଷାକର୍ମୀ ନକ୍ସଲ ପ୍ରଭାବିତ ଅଂଚଳରେ ଦିନରାତି ଏକ କରି ଲଗାତାର ସର୍ଚ୍ଚ ଅପରେସନ ଜାରି ରଖିଥିବାରୁ ଏଭଳି ସଫଳତା ମିଳୁଛି ବୋଲି କୁହାଯାଇଛି।
Naxal | Malkangiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/19/UhXaEgu5S04Shdg3OqPC.jpg)