ମାଲକାନଗିରି: ମାଓବାଦୀ ସଂଗଠନର ତେଲେଙ୍ଗାନା ରାଜ୍ୟ ସମିତି ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରି ଆମେ ଯୁଦ୍ଧ ବିରାମ ଘୋଷଣା କରୁଛୁ ବୋଲି ପ୍ରବକ୍ତା ଜଗନ ପ୍ରକାଶ କରିଛି। ତେଲେଙ୍ଗାନାରେ ଗତ କିଛି ଦିନ ତଳେ ରାଜ୍ୟ ସରକାର ସମେତ ବିଭିନ୍ନ ସଂଗଠନ କଗାର ଅପରେସନକୁ ବନ୍ଦ କରିବା ସହ ତୁରନ୍ତ ଶାନ୍ତିବାର୍ତ୍ତା ପାଇଁ ସରକାର ପ୍ରସ୍ତୁତ ହେବା ଜରୁରୀ ବୋଲି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି। ଆମେ ଏହି ଦାବିକୁ ସମର୍ଥନ କରି ଆମେ ଆସନ୍ତା ୬ ମାସ ପାଇଁ ଯୁଦ୍ଧ ବିରାମ ଘୋଷଣା କରୁଛୁ ବୋଲି ମାଓନେତା ଜଗନ କହିଛି।
ତେବେ ଛତିଶଗଡ଼ ଏବଂ ତେଲେଙ୍ଗାନା ସରକାର ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ତେଲେଙ୍ଗାନା ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବାବେଳେ ଛତିଶଗଡ଼ ସରକାର କିନ୍ତୁ କୌଣସି ଆଲୋଚନା ପାଇଁ ପ୍ରସ୍ତୁତ ନଥିବା ଦେଖିବାକୁ ମିଳିଛି। ନକ୍ସଲ ତୁରନ୍ତ ଆତ୍ମସମ୍ରପଣ କରନ୍ତୁ ନଚେତ ମରନ୍ତୁ ବୋଲି କହିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଶାନ୍ତିବାର୍ତ୍ତା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ସିପିଆଇ ପାର୍ଟି ଶାନ୍ତିବାର୍ତ୍ତା ପାଇଁ ରାଜ୍ୟ ସାରା ବୈଠକ ଅନୁଷ୍ଠିତ କରିବ ବୋଲି କହିଛି।
ତେଲେଙ୍ଗାନା ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବାବେଳେ ଛତିଶଗଡ଼ ସରକାର କିନ୍ତୁ କୌଣସି ଆଲୋଚନା ପାଇଁ ପ୍ରସ୍ତୁତ ନଥିବା ଦେଖିବାକୁ ମିଳିଛି। ନକ୍ସଲ ତୁରନ୍ତ ଆତ୍ମସମ୍ରପଣ କରନ୍ତୁ ନଚେତ ମରନ୍ତୁ ବୋଲି କହିଛନ୍ତି।
ସେହିପରି ଅନ୍ୟ ଏକ ପ୍ରେସ୍ ବିଜ୍ଞପ୍ତି କୋଣ୍ଟା ଏରିଆ କମିଟି ଜାରି କରି ଦୋରନାପାଲ ଠାରେ ନକ୍ସଲ ବିରୋଧୀ ବୈଠକ କରାଯାଉଥିବାରୁ ଏହାକୁ ବିରୋଧ କରିବା ପାଇଁ ଆହ୍ବାନ କରାଯାଉଛି। ନକ୍ସଲ କେବଳ ଗରିବ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛି। ସରକାର ଜଳ ଜମି ଜଂଗଲ ଲୁଟ କରୁଥିବା ବେଳେ ଏହାର ବିରୋଧରେ ସ୍ବରତ୍ତୋଳନ କରୁଛି। ଯେତେବେଳେ ସରକାର ସ୍ବଚ୍ଛ ଶାସନ କରିବେ ନକ୍ସଲବାଦ ସେହି ଦିନ ହଟିଯିବ ବୋଲି ସେମାନେ କହିଛନ୍ତି। ତେବେ ଏଭଲି ନକ୍ସଲ ବିରୋଧୀ ବୈଠକରେ ଲୋକେ ଯୋଗ ନଦେବାକୁ ନକ୍ସଲ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି।
Naxal | Malkangiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/09/zAeLm9XdnCbzJrKdjUeh.jpg)