ମାଲକାନଗିରି: ନକ୍ସଲ ସଂଗଠନର କେନ୍ଦ୍ରୀୟ କମିଟିର ଶୀର୍ଷ ନେତା ଅଭୟ ଆଜି ୧୧ ପୃଷ୍ଠାର ଏକ ବୁକ୍ଲେଟ୍ ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ହୋଇଥିବା କ୍ଷତି ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି। ନକ୍ସଲ ସ୍ବୀକାର କରିଛନ୍ତି ଯେ କେନ୍ଦ୍ରୀୟ କମିଟି ଯୁଦ୍ଧ ପାଇଁ ଯେଉଁ ରଣନୀତି ପ୍ରସ୍ତୁତ କରିଥିଲେ ସେହି ଅନୁସାରେ କାମ କରାନଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା। ତେଣୁ ଗତ ଏକ ବର୍ଷରେ ଦେଶରେ ପ୍ରଥମ ଥର ସଂଗଠନର ମହାସଚିବ ବାସବରାଜୁ ସମେତ ୧୭ ଜଣ କେନ୍ଦ୍ରୀୟ କମିଟିର ସଦସ୍ୟକୁ ହରାଇବାକୁ ପଡ଼ିଛି।
ବୁକ୍ଲେଟ୍ ଅନୁସାରେ ଆସନ୍ତା ୨୧ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ୨୧ତମ ବାର୍ଷିକ ଉତ୍ସବ ପାଳନ କରିବାକୁ କେନ୍ଦ୍ରୀୟ କମିଟି ତରଫରୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ୪ ରାଜ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ମଧ୍ୟ ହୋଇଯାଇଛି। ଏଥିସହ ନକ୍ସଲ ବିରୋଧରେ କରାଯାଉଥିବା ସମସ୍ତ ଅପରେସନକୁ ବିଫଳ କର। ନକ୍ସଲ ଏହି ବୁକଲେଟରେ ଉଲ୍ଲେଖ କରିଛନ୍ତି ଯେ ସେମାନେ ଏକ ବଡ ଆକ୍ରମଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
/filters:format(webp)/sambad/media/media_files/2025/09/11/mkg-naxal-palibe-foundation-day-3-2025-09-11-21-26-13.jpg)
ସେହିପରି ବୁକଲେଟରେ ଲଗାତାର ହେଉଥିବା ଆତ୍ମସମର୍ପଣ, ଅପରେସନ-୨୦୨୬କୁ ଫେଲ୍ କରିବା ପାଇଁ ସବୁ ପ୍ରକାର ଯୋଜନା କରୁଛନ୍ତି। କାରେଗଟ୍ଟା ଜଂଗଲରେ ପୁଲିସ ସହ ଗୁଳିବିନିମୟରେ ଏକେ-୪୭ ଲୁକ କରି ନେଇଥିବା ମଧ୍ୟ କହିଛନ୍ତି। ସଂଗଠନକୁ ସେତେବେଳେ ଝଟକା ଲାଗିଥିଲା ଯେତେବେଳେ କେନ୍ଦ୍ରୀୟ କମିଟି ସଦସ୍ୟ ବାସବରାଜୁ, ଚଲପତି, ବିବେକ, ଉଦୟ, ମଧୁ, ଭେଙ୍କେଟ ନାଗେଶ୍ବର ରାଓ, ଅରୁଣା, ଜୟ, ରୁପେଶ, ନୀତି, ଭାସ୍କର, କାର୍ତ୍ତିକ, ଚେତେ, ଗୁଡ୍ଡୁ, ସତ୍ୟମ ଆଲୋକ, ଜଂଗଲ, ବିଜୟ ସମେତ ବହୁ ନକ୍ସଲ ମୃତ୍ୟୁବରଣ କରିଥିଲେ। ପୁଣି ଜିଲ୍ଲା କମିଟି, କମ୍ପାନି କମିଟିର ୨୬ ଜଣ, ଏରିଆ କମିଟି, ପ୍ଲାଟୁନ କମିଟିର ୮୬ ଜଣ, ପିଏଲଜିଏର ୧୫୨ ସଦସ୍ୟ, ସ୍ଥାନୀୟ ମିଲିସିଆ ୩୮ ଜଣ ମଧ୍ୟ ମୃତ୍ୟୁବରଣ କରିଥିଲେ।
ଏହି ବୁକଲେଟ ପ୍ରକାଶ ପାଇବା ପରେ ଚାରି ରାଜ୍ୟର ପୁଲିସ ଏବେ ସତର୍କ ହୋଇଯାଇଛି। ୨୧ ତାରିଖରୁ ବାର୍ଷିକ ଉତ୍ସବ ପାଳନ କରୁଥିବାରୁ ଚାରି ରାଜ୍ୟର ପୁଲିସ ଏହାକୁ ଗୁରୁତ୍ବର ସହ ନେଇଛି। ଗୁଇନ୍ଦାକୁ ସତର୍କ କରାଯାଇଛି। ଅପରେସନକୁ ଆହୁରି ଜୋରଦାର କରାଯିବ ବୋଲି କୁହାଯାଇଛି। ମାଲକାନଗିରି ପୁଲିସ ସୀମାକୁ ସିଲ କରିବା ସହ କଡା ସୁରକ୍ଷା ବ୍ୟବସ୍ଥା ନେବ ବୋଲି ଜଣାପଡିଛି।
Malkangiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/11/mkg-naxal-palibe-foundation-day-2-2025-09-11-21-26-13.jpg)