ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ଜିଲ୍ଲା ପୁଲିସ, ୧୩୧ ସିଆରପିଏଫ ବାଟାଲିୟନର ଯବାନ ଏବଂ ୨୦୩ କୋବ୍ରା ବାଟାଲିୟନର ଯବାନ ମିଳିତ ଭାବେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଂଗଲରୁ ମାଓ ସାମଗ୍ରୀ ଜବତ କରିଛନ୍ତି।
ନକ୍ସଲ ଦମନ ଅଭିଯାନରେ ଯବାନ ଲଗାତାର ସର୍ଚ୍ଚ ଅପରେସନ ଏବଂ କୁମ୍ବିଂ କରୁଥିବା ବେଳେ ସୁକମା ଜିଲ୍ଲାର ଗୁଣ୍ଡରାଜଗୁଡୁମ ଏବଂ ବେଦାଚାନ୍ଦା ମଧ୍ୟରେ ଥିବା ଜଂଗଲରେ ଯବାନ ସର୍ଚ୍ଚ ଅପରେସନ କରୁଥିଲେ। ଟିନ୍ଚହାଦୁ ନଦୀ ନିକଟରେ ନକ୍ସଲ ବନ୍ଧୁକ ସହ ମାଓ ପୁସ୍ତକ ତଥା ଅନ୍ୟ ସାମଗ୍ରୀ ଲୁଚାଇ ରଖିଥିଲେ। ଯବାନ ଏହା ଜାଣିବା ପରେ ତୁରନ୍ତ ସେହି ଅଂଚଳକୁ ନିଜ କବଜାକୁ ନେବା ସହ ମାଓ ସାମଗ୍ରୀଗୁଡିକକୁ ଜବତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/22/2Jzbe1fONNBAGrInxWoI.jpg)