ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ ଲିଙ୍ଗାପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ନକ୍ସଲ ପହଞ୍ଚିଥିଲେ। ଗ୍ରାମର ନାଗା ଭଣ୍ଡାରୀ ନାମକ ବ୍ୟକ୍ତିଙ୍କୁ ଖୋଜିଥିଲେ। ଶ୍ରୀ ଭଣ୍ଡାରୀଙ୍କ ଘରେ ନକ୍ସଲମାନେ ପହଞ୍ଚି ତାଙ୍କୁ ଖୋଜିଥିଲେ। କିନ୍ତୁ ଶ୍ରୀ ଭଣ୍ଡାରୀ କୌଣସି ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ବାହାରକୁ ଯାଇଥିଲେ। ତାପରେ ସେମାନେ ସାମାଜିକ କାର୍ଯ୍ୟକ୍ରମ ସ୍ଥଳରୁ ତାଙ୍କୁ ଟାଣି ନେଇ ଜଙ୍ଗଲରେ ହତ୍ୟା କରିଥିଲେ।
ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ ଲିଙ୍ଗାପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ନକ୍ସଲ ପହଞ୍ଚିଥିଲେ। ଗ୍ରାମର ନାଗା ଭଣ୍ଡାରୀ ନାମକ ବ୍ୟକ୍ତିଙ୍କୁ ଖୋଜିଥିଲେ। ଶ୍ରୀ ଭଣ୍ଡାରୀଙ୍କ ଘରେ ନକ୍ସଲମାନେ ପହଞ୍ଚି ତାଙ୍କୁ ଖୋଜିଥିଲେ। କିନ୍ତୁ ଶ୍ରୀ ଭଣ୍ଡାରୀ କୌଣସି ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ବାହାରକୁ ଯାଇଥିଲେ। ତାପରେ ସେମାନେ ସାମାଜିକ କାର୍ଯ୍ୟକ୍ରମ ସ୍ଥଳରୁ ତାଙ୍କୁ ଟାଣି ନେଇ ଜଙ୍ଗଲରେ ହତ୍ୟା କରିଥିଲେ। ପ୍ରକାଶ ଥାଉ କି ଗତ ଅକ୍ଟୋବରରେ ଶ୍ରୀ ଭଣ୍ଡାରୀଙ୍କ ଭାଇ ତିରୁପତି ଭଣ୍ଡାରୀଙ୍କୁ ବି ନକ୍ସଲମାନେ ହତ୍ୟା କରିଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନାଗା ଭଣ୍ଡାରୀ ଜଣେ ଜଣାଶୁଣା କଂଗ୍ରେସ ନେତା ଥିଲେ।
ପ୍ରକାଶ ଥାଉ କି ଗତ ଅକ୍ଟୋବରରେ ଶ୍ରୀ ଭଣ୍ଡାରୀଙ୍କ ଭାଇ ତିରୁପତି ଭଣ୍ଡାରୀଙ୍କୁ ବି ନକ୍ସଲମାନେ ହତ୍ୟା କରିଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନାଗା ଭଣ୍ଡାରୀ ଜଣେ ଜଣାଶୁଣା କଂଗ୍ରେସ ନେତା ଥିଲେ।
naxal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)