ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୬ତମ ଜାତୀୟ ସମର ଶିକ୍ଷାର୍ଥୀ ଦିବସ ପାଳିତ ହୋଇଯାଇଛି। ପୂର୍ବତନ ଏନସିସି ଅଫିସର ଦିଲ୍ଲୀପ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚିତ୍ତାକର୍ଷକ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ରାଷ୍ଟ୍ର ଗଠନରେ ଏନସିସିର ଭୂମିକା ସମ୍ପର୍କରେ ନିଜ ଅଭିଭାଷଣରେ ଉପସ୍ଥାପନ କରିଥିଲେ।
ଏନସିସି ଅଫିସ (ଏୟାର ଉଇଙ୍ଗ୍) ରଞ୍ଜନ କୁମାର ନନ୍ଦ, (ଆର୍ମି ଉଇଙ୍ଗ୍) ବିଜନ କୁମାର ମହାନ୍ତ ଓ ଚନ୍ଦ୍ରକାନ୍ତ ମହାନ୍ତଙ୍କ ତତ୍ବାବଧାନରେ ରାଇରଙ୍ଗପୁର ମହାବିଦ୍ୟାଳୟ ଏବଂ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଏନସିସି କ୍ୟାଡେଟ୍ ମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ମିଳିତ ପ୍ୟାରେଡ୍ ପରେ କ୍ୟାଡେଟ୍ ମାନଙ୍କ ଦ୍ଵାରା ସମୂହ ସଫେଇ, ବିଭିନ୍ନ ପ୍ରତିଯୋଗିତା ଯଥା: ବକ୍ତୃତା, ଚିତ୍ରାଙ୍କନ,ସଂଗୀତ ଏବଂ ନୃତ୍ୟଭିତ୍ତିକ ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/11/25/lTtVtxhTVrRIv2fEHkYR.jpg)