ବେଙ୍ଗାଲୁରୁ: ପାକିସ୍ତାନରେ ଆସନ୍ତା ନଭେମ୍ବର-ଡିସେମ୍ବରରେ ୪ର୍ଥ ଦୃଷ୍ଟିବାଧିତ ଟି-୨୦ ବିଶ୍ବକପ୍ କ୍ରିକେଟ୍ର ଆୟୋଜନ ହେବ। ଏହା ପୂର୍ବରୁ କ୍ରିକେଟ୍ ଆସୋସିଏସନ୍ ଫର୍ ବ୍ଲାଇଣ୍ଡ ଇନ୍ ଇଣ୍ଡିଆ (ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ୍ ସଂଘ) ଟି-୨୦ ବିଶ୍ବକପ୍ ପାଇଁ ୨୬ ଜଣିଆ ଦଳ ଘୋଷଣା କରିଛି। ଭାରତୀୟ ଟିମ୍ରେ ଓଡ଼ିଶାରୁ ୪ ଜଣ ଖେଳାଳି ସାମିଲ ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଆୟୋଜନ ହେଉଥିବାରୁ ଭାରତ ଯୋଗଦେବ ପି ନାହିଁ ତାହା ଯାଏଁ ସୁନିଶ୍ଚିତ ହୋଇପାରି ନାହିଁ। ଭାରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରଳୟର ଏନ୍ଓସିକୁ ଦୃଷ୍ଟିବାଧିତ କ୍ରିକେଟ୍ ସଂଘ ଅପେକ୍ଷା କରିଛି।
ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ୍ ସଂଘର ଘୋଷଣା ଅନୁସାରେ ଓଡ଼ିଶାରୁ ଦେବରାଜ ବେହେରା, ପଙ୍କଜ ଭୁଏ, ନକୁଳ ବଡ଼ନାୟକ ଓ ସୁଖରାମ ମାଝୀ। ଟିମ୍ର ଅନ୍ୟ ଖେଳାଳିମାନେ ହେଲେ ଅଜୟ କୁମାର ରେଡ୍ଡୀ, ଗୁଦ୍ଦାପା ସନ୍ନାନିଗପା ଅରାକେରୀ, ମହାରାଜା ଶିବାସୁବ୍ରମଣ୍ୟନ୍, ନରେସଭାଇ ବାଲୁଭାଇ ତୁମଡା, ନିଲେଶ ଯାଦବ, ସଂଜୟ କୁମାର ଶାହ, ସୌକତ ଅଲି, ପ୍ରବୀଣ କୁମାର ଶର୍ମା, ଜୀବିନ ପ୍ରକାଶ ମେଲେକୋଟ୍ଟାୟି, ଲୋକେଶ, ରାମବୀର ସିଂହ, ଇରଫାନ ଦିୱାନ, ସୋନୁ ସିଂହ ରାୱତ, ଦୁର୍ଗା ରାଓ ତୋମ୍ପାକି, ସୁନୀଲ ରମେଶ, ରବି ଅମିତି, ଧୀନାଗର ଗୋପୁ, ଦିନେଶଭାଇ ରଥୱା, ଘେୱର ରେବାରି, ଗମ୍ଭୀର ସିଂହ ଚୌହାନ ଓ ନିଖିଲ ବାତୁଲା।