ବୈଶିଙ୍ଗା: ବାତ୍ୟା ‘ଦାନା’ର ସଫଳ ମୁକାବିଲା ଲାଗି ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛିl ସରକାରଙ୍କ ଜିରୋ କାଜୁଆଲିଟି ନ୍ୟାରାକୁ ପାଳନ କରିବାକୁ ଯାଇ ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକର ନଦୀକୁଳିଆ ତଳିଆ ଅଞ୍ଚଳରେ ଥିବା ତଥା କଚ୍ଚାଘରେ ରହୁଥିବା ବସ୍ତିବାସିନ୍ଦାମାନେ ଯେପରି କ୍ଷତିଗ୍ରସ୍ତ ନହେବେ ସେଥିଲାଗି ସେମାନଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେମାନଙ୍କୁ ନିରନ୍ତର ଖାଦ୍ୟ, ପାନୀୟ ଆଲୋକ ଓ ଔଷଧ ଦେବା ଲାଗି ମଧ୍ୟ ବ୍ୟବସ୍ଥା ହୋଇଥିଲା। ସମସ୍ତ ଯୋଜନା ସତ୍ତ୍ୱେ ବେତନଟୀ ବ୍ଲକର ଅଧିକାଂଶ ଆଶ୍ରୟସ୍ଥଳରେ ଏହି ସୁବିଧା ସୂଚାରୁ ରୂପେ ମିଳିପାରି ନଥିବା ଅଭିଯୋଗ ହୋଇଛି।
କେଉଁଠି ଖାଦ୍ୟ ଠିକ ସମୟରେ ଦିଆଯାଇ ନାହିଁ। ତ ଆଉ କେଉଁଠି ଜେନେରେଟର ନଥିବାରୁ ଦୀପ ଆଲୁଅକୁ ଭରସା କରି ଲୋକ ରହିଛନ୍ତି। ଏଭଳି ଅବ୍ୟବସ୍ଥା ଯୋଗୁଁ ବିଭିନ୍ନ୍ ଅସୁବିଧାର ସମ୍ମୁଖୀନ ହେବା ପରେ ଏକାଧିକ ଲୋକ ନିଜ ଘରକୁ ପଳାଇଯାଉଥିବା ସୂଚନା ମିଳିଛି।
ପ୍ରାପ୍ତ ସୂଚନା ମୁତାବକ ବେତନଟୀ ବ୍ଲକ ଅଧୀନ ନଡ଼ପୁର, ଯୁଗଳ ଓ ପଣସିଆ ପ୍ରଭୁତି ଗ୍ରାମରେ ବିଦ୍ୟାଳୟ ଗୁଡିକରେ ହୋଇଥିବା ଆଶ୍ରୟ ସ୍ଥଳ ଗୁଡିକରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ନଡ଼ପୁର ଉଚ୍ଚ ବିଦ୍ୟାଳୟରେ ଏକାଧିକ ଲୋକ ଖାଦ୍ୟ ନପାଇ ଫେରିଯାଉଥିବାର ଅଭିଯୋଗ ହୋଇଥିବାବେଳେ ଗତକାଲି ରାତିରେ ମୁଢି ଖାଇବାକୁ ଦେଇ ଆଜି ସକାଳୁ ୧୦ଟା ପର୍ଯ୍ୟନ୍ତ ଜଳଖିଆ ଖାଇବାକୁ ଦିଆଯାଇନଥିଲା ଓ ଯଦି ବି ଦିଆଯାଇଥିଲା କେବଳ ବିସ୍କୁଟ ପ୍ୟାକେଟ ଗୋଟେ।
ସେହିପରି ଭାତ ସରିଯାଉଥିବାରୁ ଦୀର୍ଘ ସମୟ ଧରି ଛୋଟଛୋଟ ଛୁଆମାନଙ୍କୁ ବି ଦୀର୍ଘ ସମୟ ଖଲି ପତ୍ର ଧରି ଛିଡା ହେବାକୁ ପଡୁଥିଲା। ଫଳରେ ସେଠାରେ ଥିବା ଖଟିଖିଆ ପେଟ ସବୁ ଭୋକିଲା ରହିଯାଇଥିଲା ଓ ଯୋଉଁଥିପାଇଁ ସେଠାରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନୁରୂପ ଭାବେ ପଣସିଆ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ୭୦ରୁ ଅଧିକ ଲୋକ ରହିଥିବାବେଳେ ନା ସେଠି ଗତକାଲି ଖାଇବାର ବ୍ୟବସ୍ଥା କରାଯାଇଥିଲା ନା ଆଲୁଅ କିମ୍ବା ଔଷଧର ବ୍ୟବସ୍ଥା ଥିଲା। ଲୋକେ ଦୀପ ଜଳାଇ ରାତି କାଟିଥିଲେ। ପରେ ଗ୍ରାମର କିଛି ସ୍ବେଛାସେବୀ ଯୁବକ ଆସି ନିଜ ଖର୍ଚରୁ ରୋଷେଇ କରି ରନ୍ଧା ଖାଦ୍ୟ ଦେଇଥିଲେ, ଯାହାକୁ ନେଇ ଉକ୍ତ ଆଶ୍ରୟସ୍ଥଳରେ ଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା।
/sambad/media/media_files/2024/10/25/28dfdfbb-f959-491f-9877-aa922d9bd6b9.jpeg)
ପ୍ରଶାସନ ମୁଖ୍ୟଙ୍କ ସହିତ ସ୍ଥାନୀୟ ଜନପ୍ରତିନିଧିମାନେ ଘନଘନ ଆଶ୍ରୟସ୍ଥଳଗୁଡିକୁ ପରିଦର୍ଶନ କରି ଉପସ୍ଥିତ ଅଧିକାରୀମାନଙ୍କୁ ତାଗିଦ କରୁଥିବାବେଳେ ଏଭଳି ଅବ୍ୟବସ୍ଥାକୁ ସାଧାରଣ ଲୋକ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏନେଇ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସେ ଘଟଣା ସମ୍ବନ୍ଧରେ ଅବଗତ ହେବାପରେ ତ୍ୱରିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/25/c3cd6469-098d-4d79-a5fa-11e12a63848a.jpeg)