ଭୁବନେଶ୍ବର: ରାଜ୍ୟ ସରକାର ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକଙ୍କୁ ଯୋଗାଇ ଦେଉଥିବା ସ୍ୱାସ୍ଥ୍ୟବୀମାର ଅବଧିକୁ ଆଉ ଏକବର୍ଷ ପାଇଁ ବୃଦ୍ଧି କରିଛନ୍ତି। ଏହା ୨୦୨୪ ସେପ୍ଟେମ୍ବର ୧ ତାରିଖ ଠାରୁ ପରବର୍ତ୍ତୀ ଏକ ବର୍ଷ ୨୦୨୫ ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ଦ୍ୱାରା ୭୦୪୧ଜଣ ସାମ୍ବାଦିକ ଓ ତାଙ୍କ ପରିବାର ସଦସ୍ୟ ଉପକୃତ ହେବେ। ପୂର୍ବରୁ ପଞ୍ଜିକୃତ ସାମ୍ବାଦିକମାନଙ୍କୁ ଏହି ବୀମା ପାଇଁ ପୁନର୍ବାର ଆବେଦନ କରିବାର ଆବଶ୍ୟକତା ନଥିବାବେଳେ ନୂତନ ଭାବେ ପଞ୍ଜିକୃତ ହେବାକୁ ଇଚ୍ଛୁକ ସାମ୍ବାଦିକମାନଙ୍କୁ ଏକମାସ ମଧ୍ୟରେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି।
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଶନିବାର ଜାରି ସୂଚନା ଅନୁସାରେ, ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ନିମନ୍ତେ ବାର୍ଷିକ ପ୍ରିମିୟମ ବାବଦକୁ ୮କୋଟି ୫୫ ଲକ୍ଷ ୭୬ ହଜାର ୩୧୪ଟଙ୍କାର ଚେକକୁ ଆଜି ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ସମ୍ପୃକ୍ତ ବୀମା କମ୍ପାନି ପ୍ରତିନିଧିଙ୍କୁ ହସ୍ତାନ୍ତର କରିଛନ୍ତି।
ବିଗତ ବର୍ଷରେ ପଞ୍ଜିକୃତ ହୋଇ ସ୍ୱାସ୍ଥ୍ୟବୀମା ସୁବିଧା ପାଉଥିବା ସାମ୍ବାଦିକମାନଙ୍କୁ ପୁଣିଥରେ ଆବେଦନ କରିବାର ଆବଶ୍ୟକ ନାହିଁ। ନୂତନ ଭାବେ ପଞ୍ଜିକୃତ ହେବାକୁ ଇଚ୍ଛୁକ ଥିବା ଆବେଦନକାରୀଙ୍କ ନିମନ୍ତେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବିଭାଗର ପୋର୍ଟାଲ ଖୋଲାଯିବ। ପଞ୍ଜୀକରଣ ପାଇଁ ଏକ ମାସ ପର୍ଯ୍ୟନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ବାର୍ଷିକ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସୁବିଧା ଯୋଗାଇ ଦେଉଛନ୍ତି।
ଏହି ଖବର ପଢ଼ନ୍ତୁ: ସେପ୍ଟେମ୍ବର ୧ରୁ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ରାଜ୍ଯ ସରକାରଙ୍କ ପକ୍ଷରୁ କର୍ମଜୀବୀ ସାମ୍ବାଦିକଙ୍କୁ ଦିଆଯାଉଥିବା ସ୍ବାସ୍ଥ୍ୟବୀମା ଯୋଜନାର ଅବଧି ୧ ସେପ୍ଟେମ୍ବର ୨୦୨୪ରୁ ୩୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟର ୭୦୪୧ ସାମ୍ବାଦିକ ଏଥିରେ ଉପକୃତ ହେବେ।
— I & PR Department, Odisha (@IPR_Odisha) August 31, 2024
ବାର୍ଷିକ ପ୍ରିମିୟମ୍ ବାବଦକୁ ୮କୋଟି ୫୫ଲକ୍ଷ… pic.twitter.com/HvQBam820t