ରାଉରକେଲା: ନୂତନ ଶିକ୍ଷା ବର୍ଷ ବୁଧବାରଠାରୁ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ରାଉରକେଲା ସହରରେ ଥିବା ବିଭିନ୍ନ ସ୍କୁଲରେ ‘ପ୍ରବେଶ ଉତ୍ସବ’, ‘ଖଡିଛୁଆଁ’ ଓ ‘ଶିଶୁ ବାଟିକା’ର ଶୁଭାରମ୍ଭ ହୋଇଯାଇଛି। ଉଦିତ ନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମଥର ଶିକ୍ଷାରମ୍ଭ କରୁଥିବା କୁନି କୁନି ପିଲାଙ୍କ ପାଇଁ ଶିଶୁ ବାଟିକାର ଶୁଭାରମ୍ଭ କରାଯାଇଥିଲା। ଏହାସହ ସେମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପର୍ବ ଅନୁଷ୍ଠିତ ହୋଇଥିଲା।
‘ବ୍ରହ୍ମା’, ‘ବିଷ୍ଣୁ’, ‘ମହେଶ୍ବର’ ଆଦି ନାଁ ଧରି ଶିକ୍ଷକଶିକ୍ଷୟିତ୍ରୀ କୁନି ପିଲା ହାତରେ ଥିବା ସିଲଟରେ ଗୋଲ୍ ଆଙ୍କିଥିଲେ। ଶିଶୁଙ୍କ ଆଦ୍ୟ ଜୀବନରେ ଖଡ଼ି ଛୁଆଁଇ ସେମାନଙ୍କୁ ଏକ ସୁନେଲୀ ଭବିଷ୍ୟତର ରାସ୍ତା ଦେଖାଇବାକୁ ପ୍ରେରଣା ଦେଇଥିଲେ। ଛୋଟପିଲା ମଧ୍ୟ ହର୍ଷଉଲ୍ଲାସର ସହ ଏହି ପର୍ବରେ ସାମିଲହୋଇଥିଲେ।
/sambad/media/media_files/2025/04/02/f680f370-ef68-43be-a7c3-7c32f530b43d-171671.jpg)
ଏହି ଅବସରରେ ଜନସଚେତନତା ସୃଷ୍ଟି ପାଇଁ ସଚେତନତା ରଥର ଶୁଭାରମ୍ଭ ହୋଇଥିଲା। ଏଥିରେ ଯୋଗଦେଇ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏଭଳି ଉତ୍ସବ ଶିଶୁମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧିକରିବାସହ ସହ ପ୍ରଥମ ଦିନକୁ ଚିରସ୍ମରଣୀୟ କରିବବୋଲି କହିଥିଲେ। କାର୍ଯ୍ୟକ୍ରମରେ ରାଉରକେଲା ମହାନଗର କମିସନର ଆଶୁତୋଷ କୁଲକର୍ଣ୍ଣି, ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ ପ୍ରମୁଖ ଉପସ୍ଥିତଥିଲେ।
sundargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/02/b409d83a-8165-46da-88d0-f53b99c77da5-236439.jpg)