ଭୁବନେଶ୍ବର: ପୁଣି ଭଣ୍ଡ ସନ୍ୟାସୀଙ୍କୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର। ତାଙ୍କ ସଂପର୍କରେ ପୁଣି ବାଣ ଛାଡ଼ି ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କୁ ବି ଘେରିଛନ୍ତି। ସେ ଆଜି ନିଜ ଫେସ୍‌ବୁକ୍ ପୋଷ୍ଟରେ ଲେଖିଛନ୍ତି, ଯଦି ଜୟ ଢୋଲକିଆ, ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କର ରକ୍ତ ନୁହେଁ ବୋଲି ଶ୍ରୀ ପ୍ରତାପ ଜେନା କହୁଛନ୍ତି, ତାହାଲେ ଭଣ୍ଡ ସନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କର ରକ୍ତ ଅଛି ବୋଲି ସେ ଅନୁଭବ କରି, ତାଙ୍କର ଆଦେଶ ମାନୁଛନ୍ତି ? ରାଜନୀତି କରନ୍ତୁ, କିନ୍ତୁ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା,ସ୍ୱର୍ଗତ ଢୋଲକିଆଙ୍କ ଆତ୍ମାକୁ ବାଧିଲା ଭଳି ବକ୍ତବ୍ୟ ରଖନ୍ତୁ ନାହିଁ କି ତାଙ୍କର ପରିବାରର ଭାବାବେଗ ସହ ଖେଳନ୍ତୁ ନାହିଁ। ମାନବିକତା, ରାଜନୀତି ରୁ ଊର୍ଦ୍ଧ୍ବରେ। ଓଡ଼ିଆ ସଂସ୍କୃତି ଆମକୁ ଏହି ଶିକ୍ଷା ଦିଏ ।

Advertisment

ସୂଚନାଯୋଗ୍ୟ, ବିଜେପିରେ ଜୟଙ୍କ ଯୋଗଦେବା ନେଇ ପ୍ରତାପ ଜେନା କହିଥିଲେ, ଜୟ ପ୍ରକୃତରେ ଯଦି ରାଜେନ୍ଦ୍ରଙ୍କ ନିଜ ପୁଅ ହେଇ ଥାଆନ୍ତେ ସେ ବିଜେପିରେ ମିଶି ନଥାନ୍ତେ। ଜୟ ଢୋଲକିଆ ପୋଷ୍ୟ ପୁଅ ଯୋଗୁ ବିଜେପିକୁ ଗଲେ। ରାଜେନ୍ଦ୍ର ଢୋଲକିଆଙ୍କ ରକ୍ତ ଜୟ ଢୋଲକିଆଙ୍କ ଦେହରେ ନାହିଁ ବୋଲି ସେ କହିଥିଲେ।

ପୁଣି ଭଣ୍ଡ ସନ୍ୟାସୀଙ୍କୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର। ତାଙ୍କ ସଂପର୍କରେ ପୁଣି ବାଣ ଛାଡ଼ି ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କୁ ବି ଘେରିଛନ୍ତି। ସେ ଆଜି ନିଜ ଫେସ୍‌ବୁକ୍ ପୋଷ୍ଟରେ ଲେଖିଛନ୍ତି, ଯଦି ଜୟ ଢୋଲକିଆ, ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କର ରକ୍ତ ନୁହେଁ ବୋଲି ଶ୍ରୀ ପ୍ରତାପ ଜେନା କହୁଛନ୍ତି, ତାହାଲେ ଭଣ୍ଡ ସନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କର ରକ୍ତ ଅଛି ବୋଲି ସେ ଅନୁଭବ କରି, ତାଙ୍କର ଆଦେଶ ମାନୁଛନ୍ତି ? ରାଜନୀତି କରନ୍ତୁ, କିନ୍ତୁ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା,ସ୍ୱର୍ଗତ ଢୋଲକିଆଙ୍କ ଆତ୍ମାକୁ ବାଧିଲା ଭଳି ବକ୍ତବ୍ୟ ରଖନ୍ତୁ ନାହିଁ କି ତାଙ୍କର ପରିବାରର ଭାବାବେଗ ସହ ଖେଳନ୍ତୁ ନାହିଁ। ମାନବିକତା, ରାଜନୀତି ରୁ ଊର୍ଦ୍ଧ୍ବରେ। ଓଡ଼ିଆ ସଂସ୍କୃତି ଆମକୁ ଏହି ଶିକ୍ଷା ଦିଏ ।

ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ଯୋଗ ଦେଇଛନ୍ତି। ଏହାକୁ ନେଇ ବିଜେଡି ପକ୍ଷରୁ ପ୍ରତାପ ଜେନା ମନ୍ତବ୍ୟ ଦେଇଥିଲେ। ପ୍ରତାପଙ୍କ ମନ୍ତବ୍ୟ ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ଦେଇ ବି‌ଜେଡିକୁ କଟାକ୍ଷ କରିଛନ୍ତି। ଜୟନାରାୟଣ କହିଛନ୍ତି, ଓଡ଼ିଶାରେ ଆଉ ଘୋଡ଼ା ନାହିଁ। ତେଣୁ ଆମେ ଘୋଡ଼ା ବେପାର କରିବୁ କେମିତି। ସେ ଏଭଳି ମନ୍ତବ୍ୟ ଦେଇ ବିଜେଡିକୁ କଟାକ୍ଷ କରିଛନ୍ତି।