ଭୁବନେଶ୍ବର: ପୂର୍ବତଟ ରେଳପଥ ଯାତ୍ରୀଙ୍କ ସୁବିଧା ବୃଦ୍ଧି ଏବଂ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରେନ ନଂ ୧୨୮୯୨/୧୨୮୯୧ ପୁରୀ-ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ୍ରେ ଏକ ଅତିରିକ୍ତ ନନ୍-ଏସି ଚେୟାର କାର କୋଚ୍ ସ୍ଥାୟୀ ଭାବରେ ସଂଯୋଗ କରିବାକୁ ଘୋଷଣା କରିଛି। ସଂଶୋଧିତ ଟ୍ରେନ୍ କୋଚ୍ ସଂଖ୍ୟା ବୃଦ୍ଧି ୨୦୨୫ ସେପ୍ଟେମ୍ବର ୧ରୁ ପୁରୀରୁ ଏବଂ ୨୦୨୫ ସେପ୍ଟେମ୍ବର ୨ରୁ ବାଙ୍ଗିରିପୋଷିରୁ କାର୍ଯ୍ୟକାରୀ ହେବ। ଟ୍ରେନର ସଂଶୋଧିତ ସାରାଂଚନା ଦ୍ୱାରା ଅଧିକ ଆସନ କ୍ଷମତା ବୃଦ୍ଧି ପାଇବା ସହିତ ଆରାମଦାୟକ ଯାତ୍ରା ପ୍ରଦାନ କରିବ।
ପୁରୀ-ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ୍ ସଂଶୋଧିତ କୋଚ୍ ସଂରଚନା
-ଗୋଟିଏ ଏସି ଶ୍ରେଣୀ ଚେୟାର କାର୍
-୭ଟି ନନ୍-ଏସି ଶ୍ରେଣୀ ଚେୟାର କାର୍
-୫ଟି ଜେନେରାଲ ଶ୍ରେଣୀ ଚେୟାର କାର୍
-୨ଟି ଲଗେଜ୍-କମ୍-ଚେୟାର କାର୍ (ଦିବ୍ୟାଙ୍ଗଜନ-ଅନୁକୂଳ ସୁବିଧା ସହିତ)
ପୂର୍ବ ତଟ ରେଳପଥର ଏହି ପଦକ୍ଷେପ ପୁରୀ-ବାଙ୍ଗିରିପୋଷି ରୁଟରେ ଅଧିକ ଆରାମଦାୟକ ଯାତ୍ରା ଏବଂ ଅଧିକ ଆସନ ବ୍ୟବସ୍ଥା ପ୍ରଦାନ କରିବ।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)