କୋରାପୁଟ: ଓଡ଼ିଶା ସୀମାବର୍ତ୍ତୀ ଗାଁରେ ଜମି ବନ୍ଦୋବସ୍ତ କରିବେ ସରକାର। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ତହସିଲର ୪ଟି ଓ ସିମିଲିଗୁଡ଼ା ତହସିଲର ଗୋଟିଏ ଗାଁରେ ହେବ ଜମି ମାପଚୁପ। ବରାବନ୍ଧ, ମତଲମ୍ବା, ମାଳିପୁଟ, ମାଲକାରବନ୍ଦା ପଟ୍ଟାଙ୍ଗି ତହସିଲର ଓ ସିମିଳିଗୁଡା ତହସିଲର ଉପର କାଣ୍ଟି ଗାଁରେ ଜମି ବନ୍ଦୋବସ୍ତ କରାଯିବ। ଜମି ମାପଚୁପ ସହ ପଟ୍ଟା ସଂଶୋଧନ ହେବ।
ପଟ୍ଟାଙ୍ଗି ବ୍ଲକର କୋଟିଆକୁ ନେଇ ଲାଗିରହିଛି ବିବାଦ। ସୀମାବର୍ତ୍ତୀ ଗାଁରେ ରାଜ୍ୟସରକାର ଘରୋଇ ଓ ସରକାରୀ ଜମିର ସୀମା ନିର୍ଦ୍ଧାରଣ କରିବାକୁ ରାଜସ୍ବ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ସ୍ୱତନ୍ତ୍ର ସର୍ଭେ ଓ ସେଟେଲମେଣ୍ଟ ଆଇନ ୨୦୧୨ ଅନୁସାରେ କୋରାପୁଟ ଜିଲ୍ଲାର ୫ଟି ଗାଁରେ ଜମିର ସ୍ଥିତି ଓ ଅବସ୍ଥିତି ଜାଣିବେ ସରକାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/01/05/KbmPuOzHQBdUd4Il24YV.jpg)