Advertisment
Leading

ବିବାହିତା ଝିଅ ବାପ ଘରେ ଓ ଘର ଜ୍ୱାଇଁ ଶ୍ୱଶୁର ଘରେ ରହି ଅନାମ ବାବୁଙ୍କର ଇଜ୍ଜତ ଓ ମାନ-ସମ୍ମାନକୁ ଧୂଳିସାତ୍ କରିଦେଲେ

ପୁଣି ତୀର ମାରିଲେ ଶ୍ରୀମୟୀ ମିଶ୍ର। ଆଜି ନିଜର ଫେସ୍‌ବୁକ୍‌ରେ କାହାଣୀଟି କାଳ୍ପନିକ, ଅନାମ ବାବୁଙ୍କ କାହାଣୀ ଜରିଆରେ ସୁନ୍ଦର ଏକ ନିଚ୍ଛକ ସତକଥାଟିଏ ଲେଖି ପୁଣି ଚର୍ଚ୍ଚାରେ ଆସିଛନ୍ତି।

 ବିବାହିତା ଝିଅ ବାପ ଘରେ ଓ ଘର ଜ୍ୱାଇଁ ଶ୍ୱଶୁର ଘରେ ରହି ଅନାମ ବାବୁଙ୍କର ଇଜ୍ଜତ ଓ ମାନ-ସମ୍ମାନକୁ ଧୂଳିସାତ୍ କରିଦେଲେ
ଭୁବନେଶ୍ବର: ପୁଣି ତୀର ମାରିଲେ ଶ୍ରୀମୟୀ ମିଶ୍ର। ଆଜି ନିଜର ଫେସ୍‌ବୁକ୍‌ରେ କାହାଣୀଟି କାଳ୍ପନିକ ଅନାମ ବାବୁଙ୍କ କାହାଣୀ ଜରିଆରେ ସୁନ୍ଦର ଏକ ନିଚ୍ଛକ ସତକଥାଟିଏ ଲେଖି ପୁଣି ଚର୍ଚ୍ଚାରେ ଆସିଛନ୍ତି। ଏହି କଥାରେ ସେ ତିନିଜଣଙ୍କୁ ଇଙ୍ଗିତ କରିଛନ୍ତି। ଆଉ ସେମାନେ କିଏ ତାହା ବି ସମସ୍ତଙ୍କୁ ଜଣା।
Advertisment
ଶ୍ରୀମୟୀ ମିଶ୍ର ଲେଖିଛନ୍ତି, “ବିବାହିତା ଝିଅ ବାପ ଘରେ ଓ ଘର ଜ୍ୱାଇଁ ଶ୍ୱଶୁର ଘରେ ରହି ଅନାମ ବାବୁଙ୍କର ଇଜ୍ଜତ ଓ ମାନ-ସମ୍ମାନକୁ ଧୂଳିସାତ୍ କରିଦେଲେ।”
ଅନାମ ବାବୁ ଜଣେ ଉଚ୍ଚ ଶିକ୍ଷିତ ଓ ସମ୍ଭ୍ରାନ୍ତ ବ୍ୟକ୍ତି ଥିଲେ। ଗାଁର ମନ୍ଦିର ପାଖରେ ତାଙ୍କର ସୁନ୍ଦର ନିବାସ ଥିଲା। ଜମିଦାର ହିସାବରେ ଆଖପାଖର ସମସ୍ତ ଗାଁରେ ତାଙ୍କର ନାଁ ଥିଲା ଏକ ସମ୍ମାନର ପ୍ରତୀକ। ସଚ୍ଚୋଟତା ଓ ନିଷ୍ଠାରେ ସେ ସମସ୍ତଙ୍କ ମନରେ ସ୍ଥାନ କରିଥିଲେ। କିନ୍ତୁ ସମୟ ସହିତ ତାଙ୍କର ଏହି ଖ୍ୟାତି ମଳିନ ହେବାକୁ ଲାଗିଲା, ଯେଉଁ ଦିନଠାରୁ ତାଙ୍କ ଏକମାତ୍ର ଝିଅ ଅନ୍ୟ ରାଜ୍ୟର ଏକ ଯୁବକଙ୍କୁ ବିବାହ କଲେ।

ଦିନ ଗଡ଼ିଗଲା, ଓ ଅନାମ ବାବୁ ନିଜର ସମସ୍ତ ଦାୟିତ୍ୱ ଜ୍ୱାଇଁଙ୍କୁ ହସ୍ତାନ୍ତର କରି ତୀର୍ଥ ଯାତ୍ରାକୁ ଚାଲିଗଲେ। କିନ୍ତୁ ଗାଁରେ ଲୋକଙ୍କ ମୁହଁରେ ଗପ ଚାଲିଲା: “ବିବାହିତା ଝିଅ ବାପ ଘରେ ଓ ଘର ଜ୍ୱାଇଁ ଶ୍ୱଶୁର ଘରେ ରହି ଅନାମ ବାବୁଙ୍କର ଇଜ୍ଜତ ଓ ମାନ-ସମ୍ମାନକୁ ଧୂଳିସାତ୍ କରିଦେଲେ।”

ଏହି କାହାଣୀ ଓଡ଼ିଶାର ଗ୍ରାମୀଣ ସମାଜରେ ପରମ୍ପରା, ସାମାଜିକ ମୂଲ୍ୟବୋଧ ଓ ପରିବାରିକ ସମ୍ମାନର ଗୁରୁତ୍ୱକୁ ଉଜାଗର କରେ। ଏହା ଗାଁ ଲୋକଙ୍କ ମନରେ ଅସନ୍ତୋଷ ଜନ୍ମାଇଥିଲା। ଜ୍ୱାଇଁଙ୍କ ଦ୍ୱାରା ସମ୍ପତ୍ତି ନିୟନ୍ତ୍ରଣ ଓ ଅନାମ ବାବୁଙ୍କ ନୀରବତା ତାଙ୍କ ସାମାଜିକ ପ୍ରତିଷ୍ଠାକୁ ଆହୁରି କ୍ଷତିଗ୍ରସ୍ତ କଲା।

ଅଷ୍ଟମଙ୍ଗଳା ପରେ ଜ୍ବାଇଁ ନିଜ ଘରକୁ ଫେରିଲା ନାହିଁ, ବରଂ ଘର ଜ୍ୱାଇଁ ହୋଇ ଅନାମ ବାବୁଙ୍କ ଘରେ ରହିଗଲେ। ଧୀରେ ଧୀରେ ସେ ଶ୍ୱଶୁରଙ୍କ ସମ୍ପତ୍ତି ଓ କାର୍ଯ୍ୟକୁ ନିଜ ନିୟନ୍ତ୍ରଣକୁ ଆଣିବାକୁ ଆରମ୍ଭ କଲେ। ଏହା ଦେଖି ଗାଁଲୋକଙ୍କ ମନରେ ଅନାମ ବାବୁଙ୍କ ପ୍ରତି ଆସ୍ଥା ଓ ସମ୍ମାନ କମିବାକୁ ଲାଗିଲା। ଲୋକେ ମୁହଁରେ କିଛି ନ କହିଲେ ହେଁ, ମନରେ ଅସନ୍ତୋଷ ବଢ଼ିଲା। ଅନାମ ବାବୁ ନିଜ ବୟସ ଓ ସମ୍ମାନକୁ ଦୃଷ୍ଟିରେ ରଖି ଚୁପଚାପ ସହି ଚଳିଥିଲେ।
ଦିନ ଗଡ଼ିଗଲା, ଓ ଅନାମ ବାବୁ ନିଜର ସମସ୍ତ ଦାୟିତ୍ୱ ଜ୍ୱାଇଁଙ୍କୁ ହସ୍ତାନ୍ତର କରି ତୀର୍ଥ ଯାତ୍ରାକୁ ଚାଲିଗଲେ। କିନ୍ତୁ ଗାଁରେ ଲୋକଙ୍କ ମୁହଁରେ ଗପ ଚାଲିଲା: “ବିବାହିତା ଝିଅ ବାପ ଘରେ ଓ ଘର ଜ୍ୱାଇଁ ଶ୍ୱଶୁର ଘରେ ରହି ଅନାମ ବାବୁଙ୍କର ଇଜ୍ଜତ ଓ ମାନ-ସମ୍ମାନକୁ ଧୂଳିସାତ୍ କରିଦେଲେ।”
ଏହି କାହାଣୀ ଓଡ଼ିଶାର ଗ୍ରାମୀଣ ସମାଜରେ ପରମ୍ପରା, ସାମାଜିକ ମୂଲ୍ୟବୋଧ ଓ ପରିବାରିକ ସମ୍ମାନର ଗୁରୁତ୍ୱକୁ ଉଜାଗର କରେ। ଏହା ଗାଁ ଲୋକଙ୍କ ମନରେ ଅସନ୍ତୋଷ ଜନ୍ମାଇଥିଲା। ଜ୍ୱାଇଁଙ୍କ ଦ୍ୱାରା ସମ୍ପତ୍ତି ନିୟନ୍ତ୍ରଣ ଓ ଅନାମ ବାବୁଙ୍କ ନୀରବତା ତାଙ୍କ ସାମାଜିକ ପ୍ରତିଷ୍ଠାକୁ ଆହୁରି କ୍ଷତିଗ୍ରସ୍ତ କଲା।
ଆଗରୁ ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସ୍ୱଜନପୋଷଣ କଥା କହି ହଟଚମଟ ସୃଷ୍ଟି କରିଥିଲେ। ସେ ନିଜର ସୋସିଆଲ୍ ମିଡିଆ (ଫେସ୍‌ବୁକ୍‌)ରେ ଲେଖିଥିଲେ, ନେପୋଟିଜମ୍ ଅର୍ଥାତ୍ ସ୍ୱଜନପୋଷଣ, ଏକ ଏଭଳି ସାମାଜିକ ଓ ରାଜନୈତିକ ଅଭ୍ୟାସ, ଯାହା ଯୋଗ୍ୟତା ଓ ପ୍ରତିଭାକୁ ଅଣଦେଖା କରି ଆତ୍ମୀୟତା, ବନ୍ଧୁତ୍ୱ ବା ବ୍ୟକ୍ତିଗତ ସମ୍ପର୍କକୁ ଅଗ୍ରାଧିକାର ଦିଏ। ଏହା ସମାଜରେ ଅନେକ କ୍ଷେତ୍ରରେ, ଯଥା ରାଜନୀତି, ଶିକ୍ଷା, ଚାକିରି ଓ କଳା ଜଗତରେ, ପ୍ରକୃତ ହକଦାରଙ୍କୁ ସୁଯୋଗରୁ ବଞ୍ଚିତ କରିଛି। ଯେଉଁମାନେ ନିଜର କଠିନ ପରିଶ୍ରମ, ଦକ୍ଷତା ଓ ଯୋଗ୍ୟତା ବଳରେ ଆଗକୁ ବଢ଼ିବାର ଅଧିକାରୀ, ସେମାନେ ନେପୋଟିଜମ୍‌ର କବଳରେ ପଡ଼ି ପଛରେ ରହିଯାଆନ୍ତି। ଏହା ସମାଜରେ ଅସନ୍ତୋଷ, ଅନୈତିକତା ଓ ଅସମାନତାକୁ ମଧ୍ୟ ବୃଦ୍ଧି କରେ।

ତେଣେ ଧୃତରାଷ୍ଟ୍ର ଉପାଖ୍ୟାନ ପରେ ଏବେ ଭଣ୍ଡ ସନ୍ନ୍ୟାସୀ ପ୍ରସଙ୍ଗ ଉଠାଇ ପୁଣି ଥରେ ଚର୍ଚ୍ଚାରେ ଥିଲେ ବିଜେଡିର ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର। ଏହା ପରୋକ୍ଷରେ ପାଣ୍ଡିଆନ୍‌ଙ୍କ ସଂପର୍କରେ ଲେଖାଯାଇଥିବା ଚର୍ଚ୍ଚା ହୋଇଥିଲା। 

ଶ୍ରୀମୟୀ ମିଶ୍ର  ନିଜର ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି, ଏଇ କିଛି ଦିନ ତଳେ ଗୋଟିଏ ଓଟିଟି ପ୍ଲାଟଫର୍ମରେ ବଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ ପ୍ରକାଶ ଝା ଙ୍କ ଓ୍ବେବ୍ ସିରିଜ୍ ଦେଖିଲି ଯାହାକି ସନ୍ନ୍ୟାସ ଓ ସନ୍ନ୍ୟାସୀ ଉପରେ ଆଧାରିତ ଥିଲା। ସେଥିରେ କଳାକାରମାନଙ୍କ ଅଭିନୟ ବେଶ୍ ହୃଦୟସ୍ପର୍ଶୀ ଓ ଯୁଗୋପଯୋଗୀ ଥିଲା।

ସନ୍ନ୍ୟାସ ରୁ ସନ୍ନ୍ୟାସୀ

ସଂସାରର ସମସ୍ତ ସୁଖ ସମ୍ଭୋଗ ଠୁଁ ଦୁରେଇ ରହିବା ବା ସମସ୍ତ ମୋହ ମାୟା ପ୍ରତି ଦୁର୍ବଳତା ନ ରଖିବା ବ୍ୟକ୍ତି ବିଶେଷଙ୍କୁ ସମାଜ ସନ୍ନ୍ୟାସୀ ରୂପେ ଗ୍ରହଣ କରେ। କିନ୍ତୁ ଏଥିରେ ସନ୍ଦେହ କିମ୍ୱା ବ୍ୟତିକ୍ରମ ହେଲେ ସମାଜ ଭଣ୍ଡ ସନ୍ନ୍ୟାସୀ ର ରୂପ ଦେବାକୁ ତିଳେ ମାତ୍ର ପଛଘୁଞ୍ଚା ଦେଇନାହିଁ। ବର୍ତମାନ ଆମସମାଜରେ ଏହିପରି ଆମେ ଅନେକ ଗୁଡ଼ିଏ ଘଟଣା ଶୁଣୁଛେ କିମ୍ୱା ଦେଖୁଛେ, ଯେଉଁମାନେ ସନ୍ନ୍ୟାସ କହି ସମସ୍ତ ସୁଖ ସ୍ଵ।ଛନ୍ଦ୍ୟ ପ୍ରତି ଲାଳାୟିତ ରହୁଛନ୍ତି। ପରମୁହୁର୍ତ୍ତ ରେ ଏକ ଭଣ୍ଡ ସନ୍ନ୍ୟାସର ଆଖ୍ୟାରେ ପରିଚୟ ପାଇ ଶିରୋନାମା ମଣ୍ଡନ କରୁଛନ୍ତି।

ସନ୍ଥ, ସନ୍ନ୍ୟାସୀମାନେ ଜ୍ଞାନ, ତ୍ୟାଗ ଓ ଭକ୍ତିର ନିଦର୍ଶନ ଦିଅନ୍ତି,ତାଙ୍କ ଜ୍ଞାନର ଆଲୋକ ଆମ ଜାତିର ଗୌରବ, ଯାହା ଅନ୍ଧକାର ମନରେ ଆଲୋକ ଉତ୍ସ ଭଳି। ବୃକ୍ଷତଳେ ବସି, ନଦୀର କୂଳେ ଧ୍ୟାନମଗ୍ନ ହୋଇ, ଶୂନ୍ୟରୁ ସମସ୍ତ ସୃଷ୍ଟିର ରହସ୍ୟ ଦେଖନ୍ତି, ଆଉ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି|

ହେଲେ ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ

"ଜଗତେ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହଉ"

ଏବେ ମଧ୍ୟ କଛି ସନ୍ନ୍ୟାସୀ ଜନମଙ୍ଗଳକରି ଭାବନା ନେଇ ତପସ୍ୟା କରିଛନ୍ତି, ହେଲେ ଆଉ କିଛି ଜଗନ୍ନାଥଙ୍କ ନାମ ନେ଼ଇ ଅନ୍ୟ ପାଇଁ ଗାତ ଖୋଲିବାକୁ ଯାଇ, ନିଜେ ଗାତରେ ପଡ଼ୁଛନ୍ତି।

 

Advertisment
ସବସ୍କ୍ରାଇବ କରନ୍ତୁ