ବୈଶିଙ୍ଗା: ମୟୁରଭଞ୍ଜରେ ନୂତନ ଏସପି ଭାବେ ଗତ କିଛିଦିନ ତଳେ ବରୁଣ ଗୁଣ୍ଟୁପାଲି ଯୋଗଦେବା ପରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳ ଗସ୍ତକରି ସେଠାକାର ସୁରକ୍ଷା ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳା ସ୍ଥିତି ତଦାରଖ ଜାରି ରଖିଛନ୍ତିl ଏହି ପରିପ୍ରେକ୍ଷୀରେ ନୂତନ ଏସପି ବୁଧବାର ସନ୍ଧ୍ୟାରେ ବେତନଟୀ ଓ ବୈଶିଙ୍ଗା ଥାନା ପରିଦର୍ଶନ କରିଥିଲେ। ସନ୍ଧ୍ୟାରେ ଥାନା ପହଞ୍ଚିବା ପରେ ଏସପିଙ୍କୁ ବେତନଟୀ ଏସଡିପିଓ ସୁଦର୍ଶନ ଦାଶ, ବୈଶିଙ୍ଗା ଥାନାଧିକାରୀ ତପନ କୁମାର ପ୍ରଧାନ, ବେତନଟୀ ଥାନା ଅଧିକାରିଣୀ ସସ୍ମିତା ମହାନ୍ତ ଏବଂ ଅନ୍ୟ ସମସ୍ତ ପୁଲିସ କର୍ମଚାରୀ ମାନେ ସ୍ୱାଗତ ଜଣାଇଥିଲେ।
ଅପରାଧ ପ୍ରବଣ ସମାଜରେ ପୁଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ନିଜ ନିଜ ଅଞ୍ଚଳକୁ ଅବାଧ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳା ଭାବେ ପରିଚାଳନା କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଏସପି ତାଗିଦ କରିଥିଲେ।
ଏହି ଅବସରରେ ଏସପି ଶ୍ରୀ ଗୁଣ୍ଟୁପାଲି ୨ଥାନା ଅଧିନସ୍ଥ ଅଞ୍ଚଳର ଆଇନ ଶୃଙ୍ଖଳା ସ୍ଥିତି ପରଖିଥିଲେl ତେବେ ଆଜିର ଅପରାଧ ପ୍ରବଣ ସମାଜରେ ପୁଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ନିଜ ନିଜ ଅଞ୍ଚଳକୁ ଅବାଧ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳା ଭାବେ ପରିଚାଳନା କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଏସପି ତାଗିଦ କରିଥିଲେ। ପରେ ଥାନାକୁ ଆସୁଥିବା ପ୍ରତ୍ୟକ ବ୍ୟକ୍ତିଙ୍କୁ ସ୍ୱହାର୍ଡପୂର୍ଣ୍ଣ ବ୍ୟବହାର ପୂର୍ବକ ଉଚିତ ନ୍ୟାୟ ପ୍ରଦାନ କରିବାକୁ ଥାନା ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/30/OyjXo1dvsUeT6y4uxa4W.jpeg)