ନୂଆଦିଲ୍ଲୀ: ଯଦି ଆପଣ ନୂଆବର୍ଷ ପାଇଁ ହ୍ୱାଟ୍ସଆପରେ ଇ-କାର୍ଡ ପାଆନ୍ତି କିମ୍ବା କିଛି ସ୍କିମ୍ ସହିତ ଆକର୍ଷିତ କରୁଥିବା ଅଟୋ କଲ୍ ପାଆନ୍ତି ତେବେ ସତର୍କ ହୋଇଯାଆନ୍ତୁ। କାରଣ ନୂଆବର୍ଷର ଶୁଭେଚ୍ଛା ନାମରେ ସାଇବର ଅପରାଧୀମାନେ ଠକାମୀର ନୂଆ କୌଶଳ ଆପଣାଇଛନ୍ତି। ଇ-କାର୍ଡ ଡାଉନଲୋଡ୍ କରିବା ପୂର୍ବରୁ ସାବଧାନ ରୁହନ୍ତୁ କାରଣ ଏହା ଆପଣଙ୍କୁ ଅସୁବିଧାରେ ପକାଇପାରେ। ହ୍ୟାକରମାନେ ଏପିକେ (APK) ଫାଇଲ ଦ୍ୱାରା ମୋବାଇଲକୁ ନିୟନ୍ତ୍ରଣ କରିପାରିଥାନ୍ତି।
ଫିସିଙ୍ଗ୍ ଆକ୍ରମଣ ପାଇଁ ମଧ୍ୟ ଏପିକେ ଫାଇଲଗୁଡିକ ବ୍ୟବହୃତ ହୋଇଥାଏ। କିଛି ସମୟ ପାଇଁ ଏପିକେ ଫାଇଲ୍ ମାଧ୍ୟମରେ ମୋବାଇଲକୁ ପ୍ରବେଶ କରିବା ପରେ ହ୍ୟାକରସମାନେ ମୋବାଇଲ୍ ବ୍ୟବହାରକାରୀଙ୍କୁ କଲ କରି ବ୍ୟସ୍ତ ରଖନ୍ତି। ଅପରାଧୀମାନେ ଫୋନ ନମ୍ବର ଲିଷ୍ଟ, ଫଟୋ ଗ୍ୟାଲେରୀ, ବ୍ୟାଙ୍କିଙ୍ଗ୍ କାରବାର, ପାସୱାର୍ଡ, କ୍ରେଡିଟ୍ କାର୍ଡ ବିବରଣୀ, ଓଟିପି ଏବଂ ହ୍ୱାଟ୍ସଆପ୍ ହ୍ୟାକ୍ କରଥାନ୍ତି। ଠକମାନେ ସହଜରେ ବ୍ୟାଙ୍କିଙ୍ଗ୍, କ୍ରେଡିଟ୍, ଡେବିଟ୍ କାର୍ଡ ବିବରଣୀ ଓ ଓଟିପି ହାସଲ କରିପାରିବେ ତେଣୁ ସତର୍କ ରହିବା ବହୁତ ଜରୁରୀ।
ଯଦି ଆପଣ ଅନୁଭବ କରୁଛନ୍ତି ଯେ ଆସିଥିବା ଲିଙ୍କ୍ ସୁରକ୍ଷିତ ନୁହେଁ ତେବେ ଏହିପରି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ । ଯଦି ଆପଣ ଭୁଲରେ କୌଣସି ପ୍ରକାରର ବାର୍ତ୍ତା ଉପରେ କ୍ଲିକ୍ କରନ୍ତି ଏବଂ ଆପଣ ଠକାମୀର ଶିକାର ହୁଅନ୍ତି, ତେବେ ଆପଣ ତୁରନ୍ତ ୧୯୩୦କୁ ଫୋନ୍ କରି କିମ୍ବା ନିକଟସ୍ଥ ପୁଲିସ ଷ୍ଟେସନକୁ ଯାଇ ଏକ ରିପୋର୍ଟ ଦାଖଲ କରନ୍ତୁ। ବ୍ୟକ୍ତିଗତ ଫଟୋ ଓ ମୋବାଇଲ୍ ଡାଟା ବ୍ୟବହାର କରୁଥିବା ଅନ୍ୟାନ୍ୟ ଡକ୍ୟୁମେଣ୍ଟ୍ ଆଧାରରେ ବ୍ଲାକମେଲିଂ ମାମଲା ମଧ୍ୟ ସାମ୍ନାକୁ ଆସିଛି।
ଏହି ସତର୍କତା ଆପଣଙ୍କୁ ସାଇବର ଠକେଇରୁ ବଞ୍ଚାଇ ପାରିବ:
-ଅଜଣା ନମ୍ବରରୁ ଆସୁଥିବା APK ଫାଇଲଗୁଡ଼ିକୁ କ୍ଲିକ୍ କରି ଖୋଲନ୍ତୁ ନାହିଁ
-ମୋବାଇଲ୍ ଅଟୋକଲ୍ ସ୍କିମ୍ ଇତ୍ୟାଦିର ଶିକାର ହୁଅନ୍ତୁ ନାହିଁ ଏବଂ କୌଣସି ନମ୍ବରକୁ ଡାଏଲ୍ କରନ୍ତୁ ନାହିଁ
-କଲରେ କୌଣସି ଯାଞ୍ଚ ପ୍ରକ୍ରିୟା କରାଯାଏ ନାହିଁ, ତେଣୁ କୌଣସି ପରିସ୍ଥିତିରେ ଆପଣ ଆପଣଙ୍କର ସୂଚନା ଦିଅନ୍ତୁ ନାହିଁ
-କଲ୍, ଓଟିପି କିମ୍ବା ଡାଏଲିଂ ନମ୍ବର ମାଧ୍ୟମରେ କୌଣସି ଅଫର୍ ଦିଆଯାଇନଥାଏ, ତେଣୁ ସେମାନଙ୍କ ଜାଲରେ ପଡ଼ନ୍ତୁ ନାହିଁ
-କେବଳ ଅଫିସିଆଲ୍ ଷ୍ଟୋରରୁ ମୋବାଇଲରେ ଯେକୌଣସି ଆପ୍ଲିକେସନ୍ ଡାଉନଲୋଡ୍ କରନ୍ତୁ
-ଡିଭାଇସରେ ଆଣ୍ଟିଭାଇରସ୍ ସଫ୍ଟୱେର୍ ଇନଷ୍ଟଲ କରନ୍ତୁ