ଖଇରା: ଖଇରା ଥାନା ଅଧୀନ ନହଙ୍ଗ ପଞ୍ଚାୟତ ସେରପୁର ଗ୍ରାମର ସୁଦାମ ସେଠୀଙ୍କ ଝିଅ ଲକ୍ଷ୍ମୀପ୍ରିୟାଙ୍କ ଜୀବନ ଦୀପ ଆଜି ଲିଭି ଯାଇଛି।ସାମାନ୍ୟ ଫ୍ରିଜ୍ ପାଇଁ ଚାଲିଗଲା ନବବଧୂଙ୍କ ଜୀବନ। ଏନେଇ ଲକ୍ଷ୍ମୀର ବାପା ତାର ଶାଶୁ, ସ୍ୱାମୀ ଓ ଦୁଇ ନଣନ୍ଦଙ୍କ ନାମରେ ଯୌତୁକ ଲାଗି ହତ୍ୟା ଅଭିଯୋଗ ଆଣି ଥିବାବେଳେ ଖଇରା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ଅଭିଯୋଗ ମୁତାବକ, ଗତ ଜୁଲାଇ ୧୪ ତାରିଖ ବୈଦିକ ରୀତିନୀତି ଅନୁଯାଇ ଲକ୍ଷ୍ମୀ ଗଡପୋଖରୀ ପଞ୍ଚାୟତ ଅଧୀନ ତେନ୍ତାଲ ଗଡିଆ ଗ୍ରାମର ନୀଳାମ୍ବର ଦାସଙ୍କ ଏକମାତ୍ର ପୁଅ ଜଗନ୍ନାଥ ଦାସକୁ ବିବାହ କରିଥିଲେ। ବିବାହ ପରେ ଲକ୍ଷ୍ମୀଙ୍କ ଶାଶୁ ଘରେ ୨ ଜଣ ଶାଶୁ ସ୍ୱାମୀ ଓ ବହୁ ସମୟରେ ଦୁଇ ବିବାହିତ ନଣନ୍ଦ ରହୁଥିଲେ। ବିଭିନ୍ନ ସମୟରେ ସେମାନେ ଲକ୍ଷ୍ମୀର ବାପ ଘର ଲୋକ ଦେଇଥିବା ଜିନିଷକୁ ପସନ୍ଦ ନକରି ଅଧିକ ମାତ୍ରରେ ଜାନି ଯୌତୁକ ଆଶା କରୁଥିଲେ। ଯାହାକୁ ନେଇ ଲକ୍ଷ୍ମୀ ବାରମ୍ବାର ନିଜ ବାପଙ୍କୁ କହିବା ସହ ଏଥିଲାଗି ସେ ନିର୍ଯାତନା ମଧ୍ୟ ହେଉଥିବାର ଜଣାପଡିଛି।
ଆଜି ସକାଳେ ଲକ୍ଷ୍ମୀଙ୍କ ମୃତଦେହ ତାଙ୍କ ବେଡ଼ରୁମ ପଙ୍ଖାରେ ଝୁଲୁଥିବା ନେଇ ଖଇରା ପୁଲିସ ଖବର ପାଇବା ପରେ ଘଟଣା ସ୍ଥଳକୁ ଥାନା ଅଧିକାରିଣୀ ମୌସୁମୀ ମହାନ୍ତି ଯାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଲକ୍ଷ୍ମୀର ଶାଶୁ ଜୟନ୍ତୀ ଦାସ ଓ ତାର ସ୍ୱାମୀକୁ ଶ୍ରୀମତୀ ମହାନ୍ତି ଅଟକ ରଖି ପଚରା ଉଚରା କରୁଥିବାବେଳେ ଅଧିକ ତଥ୍ୟ ଲାଗି ସାଇଣ୍ଟିଫିକ ଟିମକୁ ଅପେକ୍ଷା କରିଥିବା ଜଣା ପଡ଼ିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/5sG51EBAtairezT14jbO.jpeg)