କଟକ: ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ ଗିରଫ ହୋଇଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ଉପ ସଭାପତି ଡକ୍ଟର୍ ନିହାର ରଞ୍ଜନ ମହାନ୍ତିଙ୍କ ଜାମିନ ଆବେଦନ ଶୁଣାଣି ତୃତୀୟ ଅତିରିକ୍ତ ଦୌରା ଜଜ କରିଛନ୍ତି। କ୍ରାଇମ ବ୍ରାଞ୍ଚକୁ କେସ ଡାଇରୀ ଦାଖଲ ପାଇଁ କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୮ ତାରିଖରେ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି କରାଯିବ। ସେହିପରି ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଜିତନ୍ ମହାରଣା ମଧ୍ୟ ଜାମିନ ଲାଗି ଦୌରା ଜଜ୍ ଅଦାଲତ ଦ୍ବାରସ୍ଥ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ନିଜ ଚିହ୍ନା ପରିଚିତ ଶିକ୍ଷକଙ୍କୁ ମଧ୍ୟ ସିଧାସଳଖ ଉତ୍ତର ନକଲ ବିକ୍ରି କରିଛନ୍ତି। ଏଥିପାଇଁ ସେ ୩୦ରୁ ୫୦ ହଜାର ଟଙ୍କା ଆଦାୟ କରିଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।
ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ନିଜ ଚିହ୍ନା ପରିଚିତ ଶିକ୍ଷକଙ୍କୁ ମଧ୍ୟ ସିଧାସଳଖ ଉତ୍ତର ନକଲ ବିକ୍ରି କରିଛନ୍ତି। ଏଥିପାଇଁ ସେ ୩୦ରୁ ୫୦ ହଜାର ଟଙ୍କା ଆଦାୟ କରିଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।
ଚୌଦ୍ବାର ସର୍କଲ ଜେଲ୍ରେ ଥିବା ଡାଟା ଏଣ୍ଟ୍ରି ଅପରେଟର ଜିତନ ଓ ରାଜ୍ୟ ପୂର୍ବତନ କ୍ୟାଡର୍ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ରଙ୍କୁ ରିମାଣ୍ଡରେ ନେବା ପାଇଁ ଗୁରୁବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଜେଏମ୍ଏଫ୍ସି-୩ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ସେମାନଙ୍କୁ ଆସନ୍ତା ୧୧ ଓ ୧୨ ତାରିଖରେ ଦୁଇ ଦିନିଆ ରିମାଣ୍ଡ ଅନୁମତି ପ୍ରଦାନ କରିଛନ୍ତି। ସେମାନଙ୍କୁ ମୁଖ୍ୟତଃ ଆର୍ଥିକ କାରବାର ସମ୍ପର୍କରେ ପଚରାଉଚରା କରାଯିବ। ଡକ୍ଟର ମହାନ୍ତି ପ୍ରଶ୍ନପତ୍ରର ଉତ୍ତର ନକଲ ଜିତନ ମାଧ୍ୟମରେ ବିଜୟକୁ ଦେଇଥିଲେ। ପରେ ରାୟଗଡ଼ାର ବିଜୟ କୋରାପୁଟ ଜିଲ୍ଲା ଜୟପୁର ସହରରେ ଥିବା ଶିବା ଜେରକ୍ସ ଦୋକାନରେ ଏହାକୁ ପ୍ରିଣ୍ଟ କରୁଥିଲେ। ପରବର୍ତ୍ତୀ ସମୟରେ କଟକ ସମେତ ଗଞ୍ଜାମ, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ବାଲେଶ୍ବର ଜିଲ୍ଲାରେ ବିଭିନ୍ନ ଶିକ୍ଷକଙ୍କୁ ବିକ୍ରି କରାଯାଇଥିଲା। ରିମାଣ୍ଡରେ ଏମାନେ ଆସିଲେ ଏହି ମାମଲାରେ ରାଜସାକ୍ଷୀ ହୋଇଥିବା ଶିବା ଜେରକ୍ସ ମାଲିକ ଶିବାନନ୍ଦ ମହାରଣାଙ୍କ ବୟାନ ଆଧାରରେ ବିଜୟଙ୍କୁ ଜେରା କରାଯିବ। ଜିତନ ଓ ବିଜୟଙ୍କ ନିକଟରୁ କେଳେଙ୍କାରୀ ସମ୍ପର୍କିତ ତଥ୍ୟ ହସ୍ତଗତ ହେବା ପରେ ଦ୍ବିତୀୟ ପର୍ଯ୍ୟାୟରେ ନିହାରଙ୍କୁ ରିମାଣ୍ଡରେ ଆଣିବ କ୍ରାଇମ୍ବ୍ରାଞ୍ଚ। ନିହାର କେଉଁ ପରିଚିତ ଶିକ୍ଷକଙ୍କୁ ଉତ୍ତର ନକଲ ବିକ୍ରି କରିଥିଲେ, ସେ ନେଇ କ୍ରାଇମବ୍ରାଞ୍ଚ ପଚରାଉଚରା କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/10/nihar-ranjan-mohanty-2025-08-10-11-03-15.jpg)