ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସାଙ୍କ ମୃତ୍ୟୁ ଘଟଣାକୁ ଜାତୀୟ ମାନବାଧିକାର କମିସନ୍ ଗୁରୁତ୍ବର ସହ ନେଇଛନ୍ତି। ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟିମ୍ ଗଠନ କରି କିଟ୍ ବିଶ୍ବବିଦ୍ୟାଳୟ ପରିସରକୁ ଯାଇ ତଦନ୍ତ ପାଇଁ ଡିଜି ଇନଭେଷ୍ଟିଗେସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତରେ ସହାୟତା କରିବା ପାଇଁ ରେଜିଷ୍ଟ୍ରାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତକାରୀ ଟିମ୍ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ତଦନ୍ତ ଶେଷ କରି ରିପୋର୍ଟ ପ୍ରଦାନ କରିବାକୁ ଜାତୀୟ ମାନବାଧିକାର କମିସନ୍ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/post_attachments/wp-content/uploads/2017/11/kiit.jpg)
ସୂଚନାଯୋଗ୍ୟ, କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସାଙ୍କ ଆତ୍ମହତ୍ୟା ତଥା ପରବର୍ତ୍ତୀ ଘଟଣାକ୍ରମକୁ ନେଇ କିଟ୍ ବିଶ୍ବବିଦ୍ୟାଳୟକୁ ବିସ୍ତୃତ ରିପୋର୍ଟ ଦେବା ପାଇଁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପତ୍ର ଲେଖିଛନ୍ତି। ଦେଶବ୍ୟାପୀ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଥିବାବେଳେ ୟୁଜିସି ଘଟଣାକୁ ଗମ୍ଭୀରତାର ସହ ନେଇଛି। ଏଥି ସହିତ କିଟ୍ରେ ପଢ଼ୁଥିବା ନେପାଳୀ ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ତଥା କ୍ୟାମ୍ପସ୍ରେ ସେମାନଙ୍କର ବିଭିନ୍ନ ସମସ୍ୟା ଦୂର କରିବା ଦିଗରେ କିଟ୍ ପ୍ରଶାସନ ପକ୍ଷରୁ କେଉଁସବୁ ପଦକ୍ଷେପ ନିଆଯାଉଛି ସେ ନେଇ ୟୁଜିସି କିଟ୍ ସହିତ ଯୋଗାଯୋଗରେ ଥିବା ଜଣାପଡ଼ିଛି। କିଟ୍ ଘଟଣାରେ ହସ୍ତକ୍ଷେପ କରି ନେପାଳ ମାନବାଧିକାର ଆୟୋଗ ଭାରତର ଜାତୀୟ ମାନବାଧିକାର ଆୟୋଗଙ୍କୁ ଏକ ଚିଠି ଲେଖି ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କୁ ଦଣ୍ଡହେବାକୁ ଅନୁରୋଧ କରିଛନ୍ତି। ସେହିଭଳି କିଟ୍ ଘଟଣାକୁ ନେଇ ଗତ ସପ୍ତାହରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଗଭୀର ଦୁଃଖ ପ୍ରକାଶ କରିଥିଲା। ଏହି ଘଟଣା ଜଣାପଡ଼ିବା ପରଠାରୁ ମନ୍ତ୍ରାଳୟ ଓଡ଼ିଶା ସରକାର ଓ କିଟ୍ କର୍ତ୍ତୃପକ୍ଷଙ୍କ ସହ ଲଗାତାର ଯୋଗାଯୋଗରେ ଥିବା ତଥା ଭାରତରେ ପଢ଼ୁଥିବା ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ମଙ୍ଗଳ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏଥିପ୍ରତି ସର୍ବାଧିକ ପ୍ରାଥମିକତା ଦିଆଯାଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି।
କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସାଙ୍କ ମୃତ୍ୟୁ ଘଟଣାକୁ ଜାତୀୟ ମାନବାଧିକାର କମିସନ୍ ଗୁରୁତ୍ବର ସହ ନେଇଛନ୍ତି। ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟିମ୍ ଗଠନ କରି କିଟ୍ ବିଶ୍ବବିଦ୍ୟାଳୟ ପରିସରକୁ ଯାଇ ତଦନ୍ତ ପାଇଁ ଡିଜି ଇନଭେଷ୍ଟିଗେସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତରେ ସହାୟତା କରିବା ପାଇଁ ରେଜିଷ୍ଟ୍ରାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତକାରୀ ଟିମ୍ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ତଦନ୍ତ ଶେଷ କରି ରିପୋର୍ଟ ପ୍ରଦାନ କରିବାକୁ ଜାତୀୟ ମାନବାଧିକାର କମିସନ୍ ନିର୍ଦ୍ଦେଶ ଦେଇଛନ୍ତି।
ତେଣେ କିଟ୍ ବିଶ୍ବବିଦ୍ୟାଳୟ ଘଟଣାରେ ଆଉ ୬ ଜଣଙ୍କୁ ନୋଟିସ୍ କରାଯାଇଥିଲା। ସେମାନେ ହେଲେ କିଟ୍ର ସହକାରୀ ନିର୍ଦ୍ଦେଶକ ସ୍ମରିକା ପତି, ସିନିୟର ହଷ୍ଟେଲ ସୁପରିନ୍ଟେଣ୍ଡେଣ୍ଟ ସଂହିତା ମିଶ୍ର, ଆଇସି ମୁଖ୍ୟ ଇପ୍ସିତା ଶତପଥୀ, ଚିଫ୍ ପ୍ରୋକ୍ଟର ପି କେ ପଟ୍ଟନାୟକ ଓ ପ୍ରାଶାସନିକ ଅଧିକାରୀ ସିଦ୍ଧାର୍ଥ ରାୟ ପ୍ରମୁଖ। ଉଚ୍ଚସ୍ତରୀୟ କମିଟିର ପ୍ରାରମ୍ଭିକ ତଦନ୍ତ ସମୟରେ ଏକାଧିକ ଅଧିକାରୀଙ୍କ ନାଁ ସାମ୍ନାକୁ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା। ଏମାନେ ଗତ ମାସ ୨୭ ତାରିଖରେ ଉଚ୍ଚସ୍ତରୀୟ ତଦନ୍ତ କମିଟି ନିକଟରେ ହାଜର ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/04/trROnaFVw1QqmhK7uOLl.jpg)