ଦାରିଙ୍ଗବାଡ଼ି: ନବମ ଶ୍ରେଣୀ ଛାତ୍ରୀକୁ ବଳପୂର୍ବକ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗଣେଶ ମୂର୍ତ୍ତି ଭସାଣି ଦେଖି ଘରକୁ ଫେରୁଥିବା ବେଳେ କନ୍ଧମାଳଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ପରିବାର ଲୋକ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଆଧାରରେ ଦାରିଙ୍ଗବାଡ଼ି ପୁଲିସ ପୋକ୍ସୋ ଆଇନରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଅଭିଯୁକ୍ତ ଫେରାର ରହିଥିବା ପୁଲିସ କହିଛି। ଦୁଷ୍କର୍ମ କରିଥିବା ଯୁବକ ଜଣକ କାରର ଡୋର୍ ଖୋଲିବା ଦେଖି ନାବାଳିକା ଜଣକ ଚିତ୍କାର କରି ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ। ଅଭିଯୁକ୍ତ ଜଣକ ନାବାଳିକାଙ୍କ ଚୁଟିକୁ ଧରି ଘୋଷାଡ଼ି ଘୋଷାଡ଼ିି ପୁଣି କାର୍ ନିକଟକୁ ନେଇ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି।
ଅଭିଯୋଗ ପ୍ରକାରେ ନାବାଳିକା ଜଣକ ଗତ ଅଗଷ୍ଟ ୩୧ରେ ନିଜ ବଡ଼ ଭଉଣୀ ଘରକୁ ବୁଲିବାକୁ ଆସିଥିଲେ। ଶୁକ୍ରବାର ସନ୍ଧ୍ୟାରେ ଭଉଣୀ ଘରଠାରୁ କିଛି ଦୂରରେ ଗଣେଶ ମୂର୍ତ୍ତି ଭସାଣି ପାଇଁ ଶୋଭାଯାତ୍ରା ହେଉଥିଲା। ତାହା ଦେଖିବା ପାଇଁ ଭଉଣୀ ସେଠାକୁ ଯାଇଥିଲେ। ଭସାଣି ସରିବା ପରେ ନାବାଳିକା ଜଣକ ତାଙ୍କ ଡ୍ରେସ୍ ଜ୍ୟାକେଟ୍ ଜଣଙ୍କ ଘରେ ରଖିଥିଲେ। ସେ ପ୍ରସାଦ ଖାଇ ସେଠାକୁ ଯାଇ ନିଜ ଜ୍ୟାକେଟ୍ଟି ନେଇ ଆସୁଥିବା ବେଳେ ଜଣେ ବିବାହିତ ଯୁବକ କାର୍ରେ ଆସି ନାବାଳିକାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ଦାରିଙ୍ଗବାଡ଼ି ସହର ବାହାରେ କାର୍ ଭିତରେ ଦୁଷ୍କର୍ମ କରିଥିଲେ।
ଦୁଷ୍କର୍ମ କରିଥିବା ଯୁବକ ଜଣକ କାରର ଡୋର୍ ଖୋଲିବା ଦେଖି ନାବାଳିକା ଜଣକ ଚିତ୍କାର କରି ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ଅଭିଯୁକ୍ତ ଜଣକ ନାବାଳିକାଙ୍କ ଚୁଟିକୁ ଧରି ଘୋଷାଡ଼ି ଘୋଷାଡ଼ିି ପୁଣି କାର୍ ନିକଟକୁ ନେଇ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି। ନାବାଳିକା ଜଣକ ଗୁରୁତର ଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ପୁଲିସ ଏହି ମାମଲାରେ କାହାରିକୁ ଗିରଫ କରିପାରିନାହିଁ। ଅଭିଯୁକ୍ତ ଫେରାର ଥିବା କୁହାଯାଇଛି।
Kandhamal