ଭୁବନେଶ୍ବର(ଶିବଶଙ୍କର ଓଝା): ଓଡ଼ିଆ ସିନେମାରେ ଆଇଟମ୍ ଗାର୍ଲ ବନିଲେ ନିଶା ମହାରଣା। ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ଚର୍ଚ୍ଚାରେ ଥିବା ନିଶା ଖୁବ୍ ଶୀଘ୍ର ବଡ଼ ପରଦାରେ ଲଗାଇବେ ନିଆଁ। ଆଜ୍ଞା ହଁ, ମୁକ୍ତି ପ୍ରତୀକ୍ଷିତ ଏକ ଓଡ଼ିଆ ଛବିରେ ନିଶା ଏକ ଆଇଟମ୍ ନମ୍ବରରେ ନାଚିଛନ୍ତି। ନିକଟରେ ଏହାର ସୁଟିଂ କଳିଙ୍ଗ ଷ୍ଟୁଡିଓ ପରିସରରେ ଶେଷ ହୋଇଛି। ଆଉ ଯେଉଁ ସିନେମାରେ ନିଶା ମହାରଣାଙ୍କର ଏହି ଆଇଟମ୍ ନମ୍ବରଟି ରହିଛି, ତାହା ହେଲା ଅଶୋକ କୁମାର ନାୟକଙ୍କ ପ୍ରଯୋଜିତ ତଥା ପ୍ରସନ୍ନ କୁମାରଙ୍କ ନିର୍ଦ୍ଦେଶିତ ‘ଜହ୍ଲାଦ’।
ଆହୁରି ପଢ଼ନ୍ତୁ:ନିଶା ନିବାରଣ କେନ୍ଦ୍ରରେ ଅଘଟଣ: ଯୁବକଙ୍କୁ ତଣ୍ଟି ଚିପି ମାରିଦେଲେ ୪ ଅନ୍ତେବାସୀ
ଆଇଟମ୍ ନମ୍ବରର ମୁଖୁଡ଼ା
ଆହୁରି ପଢ଼ନ୍ତୁ: ପ୍ରେମ ବିବାହ କରି ପତ୍ନୀଙ୍କୁ ଛାଡ଼ି ସ୍ୱାମୀ ଫେରାର, ପତ୍ନୀ ରହୁଥିବା ଘର ଜାଳିଦେଲେ
ନିଶାଙ୍କ ଉପରେ ପିକ୍ଚରାଇଜ୍ ହୋଇଥିବା ଆଇଟମ୍ ନମ୍ବରର ମୁଖୁଡ଼ା ହେଲା-ଟୋକାବୁଢା ସମସ୍ତେ କହନ୍ତି ମୁଁ ସେକ୍ସି ସନ୍ନି ଲଓନି...। ଏହି ଗୀତଟିରେ କଣ୍ଠଦାନ କରିଛନ୍ତି ଟୁଇଙ୍କିଲ୍ ଟୁଇଙ୍କିଲ୍ ଲିଟିଲି ଷ୍ଟାର୍ ହୋଲ୍ ନାଇଟି ଖୋଲା ମୋ ବାର୍ ( ଫିଲ୍ମ- ଲଭ୍ ଷ୍ଟେସନ୍) ଫେମ୍ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ସଞ୍ଜୁ ମହାନ୍ତି। ଏହାର ଗୀତିକାର ହେଲେ ଜଣାଶୁଣା ସଂଳାପକାର ତଥା ଗୀତିକାର ଭାବ ବିନୋଦ ମହାପାତ୍ର। ନବାଗତା ଏସ୍.ବି ସ୍ମୃତି ଏହି ଆଇଟମ୍ ଗୀତର ସ୍ବର ସଂଯୋଜନା କରିଛନ୍ତି। ଏହି ଗୀତର ନୃତ୍ୟ ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ଅଜୟ କୁମାର ବେହେରା। ନିଶା ମହାରଣାଙ୍କର ଏହି ଆଇଟମ୍ ନମ୍ବରରେ ଜଣାଶୁଣା ହାସ୍ୟାଭିନେତା ସନ୍ତୁ ନିଜେ ଓ ଦୁର୍ଯ୍ୟୋଧନ ମୁଦୁଲି(ଟୁନା)ଙ୍କୁ ମଧ୍ୟ ଦେଖିବାକୁ ମିଳିବ।
ଓଲିଉଡରେ ଡେବ୍ୟୁ
ଏହା ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଏକ ଚମକପ୍ରଦ ଖବର। ବହୁଚର୍ଚ୍ଚିତା ନିଶା ମହାରଣାଙ୍କୁ ଯାତ୍ରାପ୍ରେମୀ ମଞ୍ଚରେ ଦେଖି ଉତ୍ଫୁଲିତ ହୋଇଛନ୍ତି। ‘ଜହ୍ଲାଦ’ ଜରିଆରେ ସେ ଓଲିଉଡରେ ଡେବ୍ୟୁ କରିଛନ୍ତି। ତେବେ ଜଣେ ଆଇଟମ୍ ଗର୍ଲ ଭାବେ ସେ ବଡ଼ ପରଦାରେ ନଜର ଆସିବେ।
ନିଶା ମହାରଣା ନିଜର ଇମେଜ୍ ବଦଳାଇବା ଲାଗି ଏବଂ ଓଲିଉଡରେ ଅଭିନୟ ଲାଗି ଏହି ଆଇଟମ୍ ନମ୍ବର କରିବାକୁ ରାଜି ହୋଇଥିବା ଜଣାଯାଇଛି। ଡକ୍ଟର ଜନ୍ମେଜୟ ପଣ୍ଡାଙ୍କ କାହାଣୀକୁ ଆଧାର କରି ନିର୍ମାଣାଧୀନ ଏହି ଚଳଚ୍ଚିତ୍ରରେ ପ୍ରେମ୍, ଶୁଭଶ୍ରୀ, ସନ୍ତୁ ନିଜେ ଓ ଦେବୀଦତ୍ତ ନନ୍ଦଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।
Ollywood
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/21/nisha-moharana-2025-10-21-14-52-23.jpg)