ରାଉରକେଲା: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି)ର ୨୩ତମ ସମାବର୍ତ୍ତନ ଉତ୍ସବ ଆସନ୍ତା ୬ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟଅତିଥଭାବେ ନାଲ୍କୋର ଅଧ୍ୟକ୍ଷ ତଥା ଏମ୍ଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ ଯୋଗଦେବାକୁଥିବାବେଳେ ଏନ୍ଆଇଟି ବୋର୍ଡ୍ ଅଫ୍ ଗଭର୍ଣ୍ଣର୍ସ୍ର ଅଧ୍ୟକ୍ଷ ତଥା ଏଲ୍ଆଣ୍ଡ୍ଟିର ସିଏମ୍ଡି ଏସ୍.ଏନ୍. ସୁବ୍ରମଣ୍ୟନ୍ ଉପସ୍ଥିତ ରହିବେ।
ସମାବର୍ତ୍ତନ ଉତ୍ସବ ବିଷୟରେ ଅଧିକ ସୂଚନା ଦେଇ ଅନୁଷ୍ଠାନର ନିର୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ କହିଲେ, ପୂର୍ବ ବର୍ଷଗୁଡ଼ିକରେ ବିଳମ୍ବରେ ଡିଗ୍ରି ମିଳୁଥିବାରୁ ଉଚ୍ଚତର ଶିକ୍ଷା ଗ୍ରହଣ, ନିଯୁକ୍ତିରେ ଯୋଗଦାନ ସମୟରେ ଛାତ୍ରଛାତ୍ରୀ ବିଭିନ୍ନ ସମସ୍ୟା ଭୋଗୁଥିଲେ। ବିଶେଷକରି ବିଦେଶୀ ଛାତ୍ରଛାତ୍ରୀଙ୍କୁ ଅଧିକ ହଇରାଣ ହରକତ ହେବାକୁ ପଡ଼ୁଥିଲା। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷଠାରୁ ଶିକ୍ଷାସମାପ୍ତି ପରେ ହିଁ ଡିଗ୍ରି ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିବା କହିଥିଲେ।
ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ମୋଟ୍ ୧୯୪୮ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯିବ। ଏଥିମଧ୍ୟରୁ ୧୦୪୪ ଜଣ ବି.ଟେକ୍ ଛାତ୍ରଛାତ୍ରୀ ଥିବାବେଳେ ବି.ଆର୍କ୍ରେ ୧୯, ଏମ୍.ଟେକ୍ ଡୁଆଲ ଡିଗ୍ରିରେ ୪୪, ଇଣ୍ଟିଗ୍ରେଟେଡ୍ ଏମଏସ୍ସିରେ ୬୫, ଏମ୍ଏସ୍ସିରେ ୧୭୦, ଏମ୍ଏ୍ରେ ୨୫, ଏମ୍ବିଏରେ ୬୬, ଏମ୍.ଟେକ୍ରେ ୪୨୨ ଓ ୯୩ ଜଣ ପିଏଚ୍ଡି ଛାତ୍ରଛାତ୍ରୀ ଅଛନ୍ତି। ଏଥିରେ ୮୧ ଜଣ ବିଦେଶୀ ଛାତ୍ରଛାତ୍ରୀ, ଯଥା-ଏନ୍ଆର୍ଆଇ ୧୯ ଜଣ, ଆଫଗାନିସ୍ତାନର ୧, ବାଂଲଶଦେଶର ୨୦, ଭୁଟାନର ୩, ନେପାଳର ୩୨, ଦକ୍ଷିଣ ଆଫ୍ରିକାର ୧, ସୁଦାନର ୧ ଓ ଆମେରିକାର ୪ ଜଣ ଅଛନ୍ତି।
ଏତଦ୍ବ୍ୟତୀତ ୯ ଜଣଙ୍କୁ ଇନ୍ଷ୍ଟିଚ୍ୟୁଟ୍ ସ୍ବର୍ଣ୍ଣପଦକ, ୭ ଜଣଙ୍କୁ ଏନ୍ଡାଓମେଣ୍ଟ୍ ସ୍ବର୍ଣ୍ଣ ପଦକ, ୯ ଏନ୍ଡାଓମେଣ୍ଟ୍ ପୁରସ୍କାର, ୫୮ ଜଣ ବ୍ରାଞ୍ଚ ଟପ୍ପରଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯିବ। ଚଳିତବର୍ଷ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତିନି ଜଣ ପୁରାତନ ଛାତ୍ର, ଆଇଆଇଟି ଖଡ଼ଗପୁରର ଡିନ୍ ପ୍ରଫେସର ଅରବିନ୍ଦ ରାଉତରାୟ, ଜେଏସ୍ଡବ୍ଲ୍ୟୁ ମୋଟର୍ସ୍ର ସିଇଓ ରଞ୍ଜନ ନାୟକ ଓ ଆର୍ଟିଆଇ ଇଣ୍ଟର୍ନ୍ୟାସନାଲ ମେଟାଲ୍ସ (ଆମେରିକା)ର ପୂର୍ବତନ ମୁଖ୍ୟଯନ୍ତ୍ରୀ ଡ. ବୀରେନ୍ଦ୍ର ଜେନାଙ୍କୁ ପୁରସ୍କୃତ କରାଯିବ। ଏନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମାବର୍ତ୍ତନ ଉତ୍ସବ ଆୟୋଜନ କମିଟି ମୁଖ୍ୟ ପ୍ରଫେସର ଶିବଶଙ୍କର ମହାପାତ୍ର, ଡିନ୍ (ଏକାଡେମିକ୍) ପ୍ରଫେସର ଅଶୋକ କୁମାର ତୁରୁକ, ପିପିଆର୍ସିର ଅଧ୍ୟକ୍ଷ ପ୍ରଫେସର ଶିଶିର କୁମାର ସାହୁ, ପ୍ରଫେସର ବିନି ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।
NIT
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/04/nit-2025-09-04-22-55-40.jpg)