ଚିପିଲିମା/ସମ୍ବଲପୁର: ସମ୍ବଲପୁର ଜିଲ୍ଲା କଟାପାଲି ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇଜଣ ବରିଷ୍ଠ ବିଜେପି ନେତାଙ୍କ ପ୍ରାଣହାନି ଘଟିଛି। ତେବେ ଏହା ଦୁର୍ଘଟଣା ନୁହେଁ, ବରଂ ଉଭୟଙ୍କୁ ହତ୍ୟା  କରାଯାଇଛି ବୋଲି ଦୁଇ ଗୁରୁତର କହିଛନ୍ତି। ସେମାନେ କହିଛନ୍ତି, ହାଇୱାଟି ତିନି ତିନି ଥର କାରକୁ ଧକ୍କା ଦେଇଥିଲା। ସେମାନଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିଲା। ଏଣେ ହତ୍ୟା କରାଯାଇଥିବା ନେଇ ଥାନାରେ ଏତଲା ଦିଆଯାଇଛି। ଏଣେ ହାଇୱା ଚାଳକ ବି ମାରିବାକୁ ଉଦ୍ୟମ କରିଥିବା ସ୍ବୀକାର କରିଥିବା ଜଣାଯାଇଛି। ତେଣେ ଏହା ଏକ ରାଜନୈତିକ ହତ୍ୟାକାଣ୍ଡ ବୋଲି ବି ଚର୍ଚ୍ଚା ହେଉଛି।
 

Advertisment

୪ ଜଣ ନାଉରୀ ନାୟକଙ୍କ ସହିତ ଭୁବନେଶ୍ୱର ଯାଇଥିଲେl ନାଉରୀଙ୍କ ବାସଭବନରୁ ନିଜ କାରରେ ଚିପିଲିମା ଫେରିବା ବେଳେ ରାତି ପ୍ରାୟ ସାଢ଼େ ୧ଟା ସମୟରେ କଟାପାଲି ନିକଟରେ ତିନିଥର ଧକ୍କା ଦେଇଥିଲା ଖବର ପାଇ ଗୋଶାଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗୁରୁତରଙ୍କୁ ଭିମସାରରେ ଭର୍ତ୍ତି କରିଥିଲା। ପରେ ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଣେ ଦୁର୍ଘଟଣା ଘଟାଇଥିବା ହାଇୱା ଚାଳକକୁ ପୁଲିସ ଗିରଫ କରିଥିଲା। ସ୍ଥାନୀୟ ଅଞ୍ଚଳରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହେଉଛି।
ତେଣେ ଏହି ଅଭାବନୀୟ ଘଟଣାରେ ମର୍ମାହତ ହୋଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଗଭୀର ଶୋକ ପ୍ରକାଶ କରିବା ସହ ମୃତକ ଓ ଗୁରୁତର ପରିବାରବର୍ଗଙ୍କୁ ଭେଟିଛନ୍ତି ବୋଲି ଜଣାଯାଇଛି।

ହାଇୱା ଧକ୍କାରେ ୨ ମୃତ ଓ ୨ ଆହତ l ମୃତକମାନେ ହେଲେ କର୍ଡୋଲା ଗ୍ରାମର ତଥା ଗୋଶାଳା ବିଜେପି ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ଚାରପାଲି ଗ୍ରାମର ବରିଷ୍ଠ  ବିଜେପି ନେତା ମୁରଲୀଧର ଛୁରିଆ। ବିଜେପି କାର୍ଯ୍ୟକର୍ତ୍ତାଙ୍କ କାରକୁ ପଛ ପଟୁ ଗୋଡ଼େଇ ଗୋଡ଼େଇ ଧକ୍କା ଦେଇଥିଲା ହାଇୱା। ଦୁଇ ମୃତକ ପୂର୍ବତନ ବିଧାୟକ ନାଉରୀ ନାୟକଙ୍କ ଘନିଷ୍ଠ ସହଯୋଗୀ ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ, ୪ ଜଣ ନାଉରୀ ନାୟକଙ୍କ ସହିତ ଭୁବନେଶ୍ୱର ଯାଇଥିଲେl ନାଉରୀଙ୍କ ବାସଭବନରୁ ନିଜ କାରରେ ଚିପିଲିମା ଫେରିବା ବେଳେ ରାତି ପ୍ରାୟ ସାଢ଼େ ୧ଟା ସମୟରେ କଟାପାଲି ନିକଟରେ ତିନିଥର ଧକ୍କା ଦେଇଥିଲା ଖବର ପାଇ ଗୋଶାଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗୁରୁତରଙ୍କୁ ଭିମସାରରେ ଭର୍ତ୍ତି କରିଥିଲା। ପରେ ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଣେ ଦୁର୍ଘଟଣା ଘଟାଇଥିବା ହାଇୱା ଚାଳକକୁ ପୁଲିସ ଗିରଫ କରିଥିଲା। ସ୍ଥାନୀୟ ଅଞ୍ଚଳରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହେଉଛି।
ତେଣେ ଏହି ଅଭାବନୀୟ ଘଟଣାରେ ମର୍ମାହତ ହୋଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଗଭୀର ଶୋକ ପ୍ରକାଶ କରିବା ସହ ମୃତକ ଓ ଗୁରୁତର ପରିବାରବର୍ଗଙ୍କୁ ଭେଟିଛନ୍ତି ବୋଲି ଜଣାଯାଇଛି।