ଭୁବନେଶ୍ବର: ନବୀନ ବାବୁ ଆମ ନେତା। ନବୀନ ବାବୁଙ୍କ ନେତୃତ୍ବରେ ଦଳ ଏକ । ଠିକଣା ସମୟରେ ଠିକଣା ନିଷ୍ପତ୍ତି ନିଅନ୍ତି ନବୀନ ବାବୁ। ଆବଶ୍ୟକତା ପଡ଼ିଲେ ନିଷ୍ପତ୍ତି ନେବେ। ଆଜି ଏଭଳି କହିଛନ୍ତି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

Advertisment

ନବୀନ ବାବୁଙ୍କ ନେତୃତ୍ୱକୁ କେହି ଚ୍ୟାଲେଞ୍ଜ କରି ନାହାନ୍ତି. କିଏ ନିଜେ ସୁବିଧା ପାଇଁ ଚ୍ୟାଲେଞ୍ଜ କରିଥିବେ। ଦେବାଶିଷ ସାମନ୍ତରାୟ ବି ଚ୍ୟାଲେଞ୍ଜ କରି ନାହାନ୍ତି। ଦଳ ବାହାରେ କିଏ କଣ କହିଲେ, କାହାକୁ କଣ  ଆକ୍ଷେପ କଲେ ଅଲଗା କଥା। ଦଳ ଦୁଇ ଭାଗ ନୁହେଁ, ନବୀନଙ୍କ ନେତୃତ୍ୱରେ ଦଳ ଏକ। ସବୁ ଏକାଠି ହୋଇ ଅଛୁ। ସବୁବେଳେ ନବୀନ ବାବୁ ଠିକ ନିଷ୍ପତ୍ତି ନେଇଛନ୍ତି। ଲକ୍ଷ ଲକ୍ଷ କର୍ମୀ ନବୀନ ବାବୁଙ୍କ ପାଇଁ ଅଛନ୍ତି। ଦଳ ଶୃଙ୍ଖଳିତ। ନବୀନଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବୁ।

ସେ କହିଛନ୍ତି, ଅପେକ୍ଷା କରନ୍ତୁ. ସବୁ ସାଂସଦ ଓ ଦାୟିତ୍ୱରେ ଥିବା ନେତା ଗୋଟେ ଧାଡ଼ିରେ ଅଛନ୍ତି. କାହାର ଓଲମବିଲମ ନାହିଁ। ଘର ଭିତରେ ଖୁଟଖାଟ ହୁଏ। ଯଦି ପ୍ରଭାତ ତ୍ରିପାଠୀ କହିଛନ୍ତି, ମୋ ନାଁ ନେଇ ନାହାନ୍ତି. ମୋ ଡିଏନଏରେ ତୋସାମଦି କି ଚାମଚାଗିରି ନାହିଁ। ସେ ମୋ ବାପାଙ୍କୁ ଜାଣିଛନ୍ତି. ସେ ଶେଷ ଯାଏଁ ବିଜୁ ବାବୁଙ୍କ ସହ ଥିଲେ, ମୁଁ ନବୀନ ବାବୁଙ୍କ ସହ ଅଛି।ଦାୟିତ୍ୱ ନ ମିଳିଲେ ବି ନବୀନ ବାବୁଙ୍କ ସହ ଅଛି। ପ୍ରଭାତ ଭାଇ ତ ଆଉ ବିଜେଡିରେ ନାହାନ୍ତି, ସେ ନିଜେ ଏହା ସ୍ୱୀକାର କରିଛନ୍ତି। ସେ ବିଜେଡିର ଆଭ୍ୟନ୍ତରୀଣ କଥା ପାଇଁ ଏତେ ବ୍ୟସ୍ତ କାହିଁକି। ନବୀନ ବାବୁଙ୍କ ନେତୃତ୍ୱକୁ କେହି ଚ୍ୟାଲେଞ୍ଜ କରି ନାହାନ୍ତି. କିଏ ନିଜେ ସୁବିଧା ପାଇଁ ଚ୍ୟାଲେଞ୍ଜ କରିଥିବେ। ଦେବାଶିଷ ସାମନ୍ତରାୟ ବି ଚ୍ୟାଲେଞ୍ଜ କରି ନାହାନ୍ତି। ଦଳ ବାହାରେ କିଏ କଣ କହିଲେ, କାହାକୁ କଣ  ଆକ୍ଷେପ କଲେ ଅଲଗା କଥା। ଦଳ ଦୁଇ ଭାଗ ନୁହେଁ, ନବୀନଙ୍କ ନେତୃତ୍ୱରେ ଦଳ ଏକ। ସବୁ ଏକାଠି ହୋଇ ଅଛୁ। ସବୁବେଳେ ନବୀନ ବାବୁ ଠିକ ନିଷ୍ପତ୍ତି ନେଇଛନ୍ତି। ଲକ୍ଷ ଲକ୍ଷ କର୍ମୀ ନବୀନ ବାବୁଙ୍କ ପାଇଁ ଅଛନ୍ତି। ଦଳ ଶୃଙ୍ଖଳିତ। ନବୀନଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବୁ।

ସନ୍ଧ୍ୟାରେ ଯୁବନେତାମାନଙ୍କୁ ଭେଟିବେ ନବୀନ

ଏଣେ ବିଜେଡିର ଯୁବ ନେତାମାନଙ୍କୁ ଭେଟିବାକୁ ନବୀନ ସବୁଜ ସଙ୍କେତ ଦେଇଛନ୍ତି। ଓ୍ୱାକଫ ବିଲ ସହିତ ଦଳୀୟ ପ୍ରସଙ୍ଗରେ  କରିବେ ଆଲୋଚନା। ଦେବୀ ତ୍ରିପାଠୀ, ସମ୍ବିତ ରାଉତରାୟ, ବିଷୁବ୍ରତ ରାଉତରାୟ. ରୁଦ୍ର ମହାରଥୀ, ଅଂଶୁମାନ ମହାନ୍ତି, ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଆଲୋଚନା ସମୟରେ ଏକ ଦାବିପତ୍ର  ସୁପ୍ରିମୋଙ୍କୁ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।