ରାଉରକେଲା: ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଏଣିକି ସପ୍ତାହରେ ଶନିବାର ପରିବର୍ତ୍ତେ ମଙ୍ଗଳବାର ଚାଲିବନି। ଆସନ୍ତା ଜୁନ୍ ୩ରୁ ଏହି ନିୟମ ଲାଗୁ ହେବାକୁ ପୂର୍ବତଟ ରେଳବାଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ସପ୍ତାହରେ ୬ ଦିନ ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର ଓ ରବିବାର ଚାଲୁଛି। ମରାମତି ପାଇଁ ସପ୍ତାହର ଶନିବାର ବନ୍ଦ ରହୁଛି। ଆସନ୍ତା ଜୁନ୍ ୩ରୁ ସପ୍ତାହର ୬ ଦିନ ଅର୍ଥାତ୍ ସୋମବାର, ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର ଓ ରବିବାର ଚାଲିବ।
ସପ୍ତାହର ପ୍ରତି ମଙ୍ଗଳବାର ମରାମତି ପାଇଁ ବନ୍ଦ ରହିବ। ପୂର୍ବପରି ପୁରୀ-ରାଉରକେଲା ମଧ୍ୟରେ ରହଣି ଓ ସମୟ ସାରଣୀର କୌଣସି ପରିବର୍ତ୍ତନ ହୋଇନାହିଁ। ପୂର୍ବପରି ଟ୍ରେନ୍ରେ ମୋଟ ୮ କୋଚ୍ ରହିଛି।
Vande Bharat train
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/26/C1AMZIJ030qaSmb2kDdw.jpg)