ରାୟଗଡ଼ା: ରାୟଗଡ଼ା ପୌରସଂସ୍ଥାର ଉପାଧ୍ୟକ୍ଷା ବିଜେଡି ନେତ୍ରୀ ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆଜି କାଉନସିଲରମାନେ ଅନାସ୍ଥା ପ୍ରସ୍ତାବ ଆଣିଥିବା ଜଣାପଡିଛି I ଏନେଇ  ଆଜି  ୧୯ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦେଇଛନ୍ତି I ରାୟଗଡ଼ା ପୌରସଂସ୍ଥା ୨୪ ଜଣ କାଉନସିଲର ଦ୍ୱାରା ଗଠିତI

Advertisment

ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ କିଛି ଦିନ ତଳେ ବି ଜେ ଡିରୁ ଇସ୍ତଫା ଦେଇଥିଲେ I ଇସ୍ତଫା ଦେବା ପରେ ଶ୍ରୀ ରାଓଙ୍କ ସମର୍ଥିତ ନିର୍ବାଚିତ ପ୍ରତିନିଧିମାନେ ଏହି ପଦକ୍ଷେପ ନେଇଛନ୍ତି I ରାୟଗଡ଼ା ପୌରସଂସ୍ଥାର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଓ ସୁଧୀର ଦାସଙ୍କ ସମର୍ଥକ ଭାବେ ଜଣାଶୁଣା I ଅଗାମୀ ଦିନରେ ଜିଲ୍ଳାର ଆଉ କିଛି ବ୍ଲକରେ ଏଭଳି ପରିସ୍ଥିତି ଉପୁଜିବା ନେଇ ଆଶଙ୍କା ସୃଷ୍ଟି ହୋଇଛିI

ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ କିଛି ଦିନ ତଳେ ବି ଜେ ଡିରୁ ଇସ୍ତଫା ଦେଇଥିଲେ I ଇସ୍ତଫା ଦେବା ପରେ ଶ୍ରୀ ରାଓଙ୍କ ସମର୍ଥିତ ନିର୍ବାଚିତ ପ୍ରତିନିଧିମାନେ ଏହି ପଦକ୍ଷେପ ନେଇଛନ୍ତି I ରାୟଗଡ଼ା ପୌରସଂସ୍ଥାର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଓ ସୁଧୀର ଦାସଙ୍କ ସମର୍ଥକ ଭାବେ ଜଣାଶୁଣା I ଅଗାମୀ ଦିନରେ ଜିଲ୍ଳାର ଆଉ କିଛି ବ୍ଲକରେ ଏଭଳି ପରିସ୍ଥିତି ଉପୁଜିବା ନେଇ ଆଶଙ୍କା ସୃଷ୍ଟି ହୋଇଛିI